ରୋଗୀ ନେଇ ଫେରୁଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ, ରୋଗୀଙ୍କ ସହ ସଂପର୍କୀୟ ଆହତ

Published By : Prameya-News7 Bureau | September 26, 2020 IST

ଭଦ୍ରକ ୨୬।୯: ରୋଗୀ ନେଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ । ଡ୍ରାଇଭର ଛୁ । ରୋଗୀଙ୍କ ସହ ସଂପର୍କୀୟମାନେ ଆହତ ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ନହରା ଅଞ୍ଚଳର ଭବଶଙ୍କର ମିଶ୍ର କଟକ ନ୍ୟୁରୋଲୋଜି ବିଭାଗର ଡାକ୍ତରଙ୍କୁ ଦେଖାଇ ଘରକୁ ଫେରୁଥିଲେ । ଘରକୁ ଫେରୁଥିବା ବେଳେ ଭୋର ସମୟରେ ୧୬ନଂ ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ରାହାଞ୍ଜ ଛକରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ରାସ୍ତା କଡରେ ସମସ୍ତେ ପଡିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି । ଭଡାରେ କଟକରୁ ଆମ୍ବୁଲାନ୍ସ ନେଇ ଆସୁଥିଲେ । ଆହତଙ୍କ ନାମ ସୁଶାନ୍ତ ମିଶ୍ର, ସୁମନ୍ତ ମିଶ୍ର, ଶାନ୍ତିଲତା ବୋଲି ସୂଚନା ମିଳିଛି । ସମସ୍ତ ଆହତ ଓ ଗୁରୁତର ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.