ଆମ୍ବୁଲାନ୍ସ ପହଞ୍ଚି ପାରିଲାନି, ବୋହିକି ଆଣିଲେ, ବୋହିକି ନେଲେ

Published By : Prameya-News7 Bureau | November 15, 2022 IST

ଫୁଲବାଣୀ:  ଗାଁକୁ ପହଂଚି ପରିଲାନି ଆମ୍ବୁଲାନ୍ସ।  ଫଳରେ ସୋମବାର ଗ୍ରାମରୁ ରୋଗୀ କି  ୫ କିମି ରାସ୍ତା ବୋହିକି ଫୁଲବାଣୀ ସଦର ମହକୁମା ଡାକ୍ତରଖାନା ଆଣିଲେ। ଆଉ ରୋଗୀ ମୃତ୍ୟୁ ବରଣ କରିବା ପରେ ପୁଣି ପରିବାର ଲୋକେ ମୃତ ଦେହକୁ ଡକାଙ୍ଗିରୁ ବୋହିକି ଗାଁ କୁ ନେବାକୁ ପଡ଼ିଛି l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ବ୍ଲକର ତୁଡିପାଜୁ ପଂଚାୟତ ଅନ୍ତର୍ଗତ  ଟାଡ଼ପଙ୍ଗା ଗ୍ରାମରେ l

ଗ୍ରାମର ଦେବେଶ୍ୱର କହଁର ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧବ୍ୟକ୍ତି ହଠାତ ଅସୁସ୍ଥ ହୋଇପଡିଥିଲେ। ଫଳରେ ଗ୍ରାମବାସୀ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଆଉ ଆମ୍ବୁଲାନ୍ସ ବି ଆସିଲା। ତେବେ ଗାଁ ରେ ପହଂଚି ପାରିଲାନି l ବାଧ୍ୟ ହୋଇ ପରିବାର ଲୋକେ ଖାନ୍ଦରେ ବୋହିକି ତାଡ଼ପଙ୍ଗା ଗ୍ରାମରୁ ଗୁମି, ସୁଡୁ ବାଲି  ଓ ମିଣିଆ କାଠି ଗ୍ରାମ ଦେଇ ଡକାଙ୍ଗି ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସରେ ହସ୍ପିଟାଲରେ ରୋଗୀଙ୍କୁ ପହଞ୍ଚାଇଥିଲେ। ଠିକ ଆଜି ପୁଣି ଶବ ବୁହା ଗାଡି ଡକାଙ୍ଗି ଯାଏ ଯାଇଥିଲା । ସେଠାରୁ ପୁଣି ଶବକୁ ବୋହିକି ନେଇଥିଲେ ପରିବାର ଲୋକ l ସଦରମହକୁମା ଫୁଲବାଣୀରୁ ମାତ୍ର ୧୦ କିଲୋମିଟର ରେ ଏଭଳି ଅବସ୍ଥା ଯାହାକି ଜିଲ୍ଲା ପ୍ରଶାସନ ଆଡକୁ  ଆଙ୍ଗୁଳି ଉଠୁଛି l

ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗ୍ରାମବାସୀ ଦାବିକରିଆସୁଛନ୍ତି ହେଲେ ପ୍ରଶାସନ ଶୁଣୁ ନଥିବା ଅଭିଯୋଗ ହୋଇଛିl ବର୍ତ୍ତମାନ ସେହି ଅଂଚଳ ଲାଗି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୧୯ କୋଟି ଟଙ୍କା ଅନୁଦାନ ହୋଇଛି।  ରାସ୍ତା କାମ ଗତ ସପ୍ତlହେ ହେଲା ଆରମ୍ଭ ହୋଇଥିବା ଜଣାପଡିଛି l ତେବେ ଜିଲ୍ଲାରେ ଏଭଳି ପାଞ୍ଚଶହ ରୁ ଉର୍ଦ୍ଧ ଗ୍ରାମ ଓ ପଡା ରହିଛି ଯେଉଁଠିକୁ ପକ୍କା ରାସ୍ତା ନାହିଁ lଏସବୁ ଗ୍ରାମକୁ କେବେ ରାସ୍ତା ହେବ ଦେଖିବାର କଥା l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.