ପାହାଡ଼ରୁ ହଠାତ୍ ମାଡ଼ି ଆସିଲା ପାଣି , ଆମ୍ବୁଲାନ୍ସ ସହ ଭାସିଲେ ଡ୍ରାଇଭର : ଉଦ୍ଧାର କରିବାକୁ ଅଗ୍ନିଶମ କର୍ମଚାରୀଙ୍କୁ କରିବାକୁ ହେଲା କସରତ

Published By : Prameya-News7 Bureau | June 20, 2020 IST

ଗୁରୁଣ୍ଡିଆ ୨୦/୬: ନାଳରେ ଆମ୍ବୁଲାନ୍ସ ସଫା କରୁଥିବାବେଳେ ହଠାତ୍ ମାଡ଼ି ଆସିଛି ପାହାଡ଼ିଆ ପାଣି। ଫଳରେ ଆମ୍ବୁଲାନ୍ସଟି ପାଣି ଭିତରେ ଫସିଯାଇଥିଲେ ଏବଂ ଡ୍ରାଇଭର ମଧ୍ୟ ମଝିରେ ଫସି ଯାଇଥିଲେ। ଘଟଣାଟି ଘଟିଛି ସୁନ୍ଦରଗଡ଼ର ଗୁରୁଣ୍ଡିଆ ବ୍ଲକରେ।

{"id":288943,"sizeSlug":"large"}

ଆଜି ଦିନ ୧୦ରୁ ୧୧ଟା ମଧ୍ୟରେ ଆମ୍ବୁଲାନ୍ସରେ ମାଟି ଲାଗିଥିବାରୁ ନାଳରେ ଆମ୍ବୁଲାନ୍ସକୁ ଡ୍ରାଇଭର ସଫା କରୁଥିବାବେଳେ ହଠାତ୍ ପାହାଡ଼ରୁ ପାଣି ମାଡ଼ି ଆସିଥିଲା। ଫଳରେ ୩୦ମିନିଟ୍ ଯାଏଁ ଆମ୍ବୁଲାନ୍ସ ଡ୍ରାଇଭର ଆମ୍ବୁଲାନ୍ସ ସହ ପାଣି​‌ରେ ଫସି ରହିଥିଲେ। ଏହି ଆମ୍ବୁଲାନ୍ସଟି ଗୁରୁଣ୍ଡିଆ ଛକ ମୁଖ୍ୟ କାର୍ଯ୍ୟାଳୟରୁ ବଣାଇ ଆସୁଥିଲା। ସ୍ଥାନୀୟ ଲୋକଙ୍କଠୁ ଘଟଣା ସମ୍ପର୍କରେ ସୂଚନା ପାଇ ଦମକଳବାହିନୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମଚାରୀ ଶେଷରେ ଦଉଡ଼ି ସାହାଯ୍ୟରେ ଆମ୍ବୁଲାନ୍ସ ଏବଂ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.