ଆମ୍ବୁଲାନ୍ସ ଧକ୍କାରେ ୪ ଆହତ, ଦୁର୍ଘଟଣା ପରେ ରାସ୍ତାରୋକ

Published By : Prameya-News7 Bureau | December 13, 2019 IST

ଜଗତସିଂହପୁର ୧୩।୧୨ : ଜଗତସିଂହପୁର-ଗାଲୁପଡା ଛକ ନିକଟରେ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କାରେ ୪ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

{"id":197240,"sizeSlug":"large"}

ଗୁରୁତରଙ୍କ ମଧ୍ୟରେ ଆମ୍ବୁଲାନ୍ସ ଡ୍ରାଇଭର ଜପତ ରାୟ ଓ ଗାଲୁପଡାର କୁମର ପ୍ରଧାନ ଥିବା କୁହାଯାଇଛି।ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସଟି ପାରାଦ୍ବୀପ ଇଫକୋର । ରୋଗୀକୁ ଛାଡି ଫେରୁଥିବା ବେଳେ ଏହି ଆମ୍ବୁଲାନ୍ସଟି ସଦର ଥାନା ଗାଲୁପଡା ନିକଟରେ କୁମରଙ୍କୁ ଧକ୍କା ଦେଇଥିଲା ।

{"id":197241,"sizeSlug":"large"}

ଡ୍ରାଇଭର ଜପତ ରାୟ ପ୍ରଚୁର ମଦ୍ୟ ପାନ କରି ବେପରୁଆ ଗାଡି ଚଳାଇବା ଯୋଗୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ଗାଲୁପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଲୋକେ ରାସ୍ତା ରୋକ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.