ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ମାନହାନୀ ମାମଲାରେ ଜିତିଲେ ହଲିଉଡ୍‌ ଅଭିନେତା ଜନି ଡେପ୍‌, କ୍ଷତିପୂରଣ ବାବଦରେ ପୂର୍ବ ପତ୍ନୀ ଦେବେ ୧୫ ମିଲିୟନ ଡଲାର

2/06/2022 at 8:22 AM

ନୂଆଦିଲ୍ଲୀ ୦୨।୦୬ : ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଜନି ଡେପ୍‌ ଦୀର୍ଘ ଦିନ ଧରି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଏମ୍ବର ହର୍ଡଙ୍କ ସହ ଚାଲିଥିବା ମାନହାନୀ ମାମଲା ପାଇଁ ବେଶ ଚର୍ଚ୍ଚାରେ ଥିଲେ । ବର୍ତ୍ତମାନ ସେମାନଙ୍କର ଆଇନଗତ ବିବାଦ ଶେଷ ହୋଇଛି । ଜନି ଡେପ ତାଙ୍କ ପତ୍ନୀଙ୍କ ବିରୋଧରେ ମାନହାନି ମକଦ୍ଦମା ଜିତିଛନ୍ତି। ସାତ ଜଣ ସଦସ୍ୟ ଭର୍ଜିନିଆ ଜୁରୀ ଅଭିନେତ୍ରୀ ଏମ୍ବର ହର୍ଡଙ୍କୁ ୧୫ ମିଲିୟନ୍ ଡଲାର୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ କିଛି ସପ୍ତାହ ଧରି ଅଭିନେତା ଜନି ଡେପ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ମାନହାନୀ ମାମଲାକୁ ନେଇ ଏକ ଦୀର୍ଘ ପ୍ରକ୍ରିୟା ଚାଲିଥିଲା। ଶୁକ୍ରବାର ଦିନ ମାମଲାର ଅନ୍ତିମ ତଥା ଶେଷ ଯୁକ୍ତି ପରେ ଆମେରିକାର କୋର୍ଟରେ ତିନି ଦିନ ଧରି ବିଚାର କରିବା ପରେ ଡନି ଡେପଙ୍କ ସପକ୍ଷରେ ଫଇସଲା ଶୁଣାଇଛନ୍ତି। ବର୍ତ୍ତମାନ, ଏମ୍ବର ହର୍ଡ ମାମଲାରେ ତାଙ୍କ ଓକିଲ କହିଛନ୍ତି ଯେ ଡେପଙ୍କ ଓକିଲ ତାଙ୍କୁ ବଦନାମ କରିଛନ୍ତି ଏବଂ ତାଙ୍କର ଦୁବ୍ୟବହାର ଅଭିଯୋଗକୁ ଧୋକା ବୋଲି କହିଛନ୍ତି। ଜନି ଡେପ୍ ଏମ୍ବର ହର୍ଡଙ୍କ ଏହି ବୟାନ୍‌ ଉପରେ ୫୦ ମିଲିୟନ୍ ଡଲାର୍ ଦାବି କରିବା ସହ ଅନ୍ୟପଟେ ଏମ୍ବର ହର୍ଡ ମଧ୍ୟ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରି ୧୦୦ ମିଲିୟନ ଡଲାର ଦାବି କରିଥିଲେ।

ମାନହାନୀ ମାମଲାରେ ଜିତିବା ପରେ, ବର୍ତ୍ତମାନ ତାଙ୍କ ପତ୍ନୀ ଜନି ଡେପଙ୍କୁ କ୍ଷତିପୂରଣ ବାବଦରେ ୧୫ ମିଲିୟନ୍ ଡଲାର୍ ଦେବେ । କହିବାକୁ ଗଲେ ଜନି ଡେପ୍ ଡିସେମ୍ବର ୨୦୧୯ର ୱାଶିଂଟନ୍ ପୋଷ୍ଟରେ ଥିବା ଏକ ଆର୍ଟିକିଲରେ ଏମ୍ବର ହର୍ଡଙ୍କ ବିରୋଧରେ ମକଦ୍ଦମା ଦାୟର କରିଥିଲେ । ଶୁଣିବାକୁ ମିଳିଥିଲା କି ଜନି ଡେପଙ୍କୁ ଘରୋଇ ହିଂସା ଏବଂ ଆକ୍ରମଣର ବ୍ୟକ୍ତି କୁହାଯାଇଥିଲା । ଏହି କାରଣରୁ ଜନି ଡେପଙ୍କୁ ହଲିଉଡରେ ବହୁତ କଷ୍ଟ ଭୋଗିବାକୁ ପଡିଲା ।

   Related Posts