ଚେନ୍ନାଇ ସୁପର୍ କିଙ୍ଗସକୁ ବଡ ଝଟକା, ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରୁ ବାଦ୍ ପଡିଲେ ଅମ୍ବତି ରାୟଡୁ

Published By : Prameya-News7 Bureau | September 24, 2020 IST

ଦୁବାଇ, ୨୪ ।୦୯:  ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର୍ କିଙ୍ଗସକୁ ବଡ ଝଟକା ଲାଗିଛି । ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଦଳର ଷ୍ଟାର୍ ବ୍ୟାଟସମ୍ୟାନ୍ ଅମ୍ବତି ରାୟଡୁ ମ୍ୟାଚରୁ ବାଦ୍ ପଡିଛନ୍ତି । ଏନେଇ ଚେନ୍ନାଇ ସୁପର କିଙ୍ଗସ୍ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ମୁକାବିଲାରେ ରାୟଡୁ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ଏହାସହ ଚେନ୍ନାଇର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।  ଏହି ମ୍ୟାଚରେ ରାୟଡୁ ୩ଟି ଛକା ଓ ୬ଟି ଚୌକା ସହ ୪୮ ବଲ୍‌ରୁ ଆକର୍ଷଣୀୟ ୭୧ ରନ୍ ସ୍କୋର କରିଥିଲେ ।

ଆହତ ଜନିତ ସମସ୍ୟା ହେତୁ ସେ ରାଜସ୍ଥାନ ବିପକ୍ଷ ମୁକାବିଲା ଖେଳିପାରି ନଥିଲେ । ଏହି ମ୍ୟାଚରେ ଧୋନୀ ବାହିନୀ ୧୬ ରନ୍‌ରେ ପରାସ୍ତ ହୋଇଥିଲା । ରାୟଡୁଙ୍କ ଅନୁପସ୍ଥିତିକୁ ନେଇ ମହେନ୍ଦ୍ର ସିଂ ଧୋନୀଙ୍କ ଚିନ୍ତା ବଢିଯାଇଛି ।

ସିଏସକେର ସିଇଓ କହିଛନ୍ତି ଯେ, ରାୟଡୁ ଆଉ ଗୋଟିଏ ମ୍ୟାଚ୍ ଖେଳିପାରି ନଥିଲେ । ଏବେ ରାୟଡୁ ଆହତଜନତି ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ସେ ଆଉ ଏକ ମ୍ୟାଚ୍ ମଧ୍ୟ ଖେଳିପାରିବେ ନାହିଁ । ତେବେ ଆସନ୍ତା କିଛି ଦିନରେ ସେ ଫିଟ୍ ହୋଇ ଦଳରେ ସ୍ଥାନ ପାଇବେ ।  

ଚଳିତ ଆଇପିଏଲର ପ୍ରଥମ ମୁକାବିଲାରେ ଅମ୍ବତି ରାୟଡୁ  ଓ ଫାପ୍ ଡୁପ୍ଲେସିସ୍ ୧୧୫ ରନ୍‌ର ପାର୍ଟନରସିପ୍ କରିଥିଲେ । ଏହାସହ ସେ ନିଜ ଫର୍ମକୁ ନେଇ ସମସ୍ତଙ୍କର ମୁହଁ ବନ୍ଦ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.