ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ପୁଣି ଫେରିବ ରୋଡ୍‌ ରାଜା ଆମ୍ବାସାଡର; ଏଥର ନୂଆ ଅବତାରରେ ଆସିବ ଭାରତୀୟଙ୍କ ଏହି ସ୍ୱପ୍ନର କାର

27/05/2022 at 6:53 PM

ନୂଆଦିଲ୍ଲୀ: ଦିନେ ଦେଶର ବଡ଼ଲୋକୀର ପରିଚୟ ଥିଲା ଆମ୍ବାସାଡର କାର୍। ନେତାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କୋଟିପତି ସମସ୍ତେ ଆମ୍ବାସାଡର କାର୍ ଚଢ଼ୁଥିଲେ। ଯେତେବେଳେ ସହର ରାସ୍ତାରେ କାରଟି ଗଡ଼ୁଥିଲା ଦେଖିଲା ଲୋକର ମନ ସ୍ୱପ୍ନ ଦେଖୁଥିଲା କାରକୁ ନେଇ। ମଧ୍ୟବିତ୍ତ ଓ ଗରିବ ପରିବାର ପାଇଁ ଏହି କାର୍ ଥିଲା ସାତ ସପନର କଥା।

ହେଲେ ଧୀରେ ଧୀରେ ସମୟ ଗଡ଼ିବା ସାଙ୍ଗକୁ ବଜାରରେ ନୂଆ ନୂଆ କାର ପ୍ରବେଶ କଲା। ନୂଆ ଡିଜାଇନ୍ ସାଙ୍ଗକୁ ନୂଆ ରୂପ ରଙ୍ଗ ଓ ନୂଆ ବିଳାସବେସନ ସୁବିଧା। ହେଲେ ଗୋଦାବରିଶ ମହାପାତ୍ରଙ୍କ ଉପନ୍ୟାସ ମାଗୁଣିର ଶଗଡ଼ରେ ମାଗୁଣି ତରିତ୍ର ଭଳି ଆମ୍ବାସାଡର ଯୁଗ ସହ ତାଳ ଦେଇ ଚାଲିପାରିଲା ନାହିଁ। ଫଳରେ କମ୍ପାନୀ ବହୁ ପଛରେ ପଡ଼ିଗଲା। ଅନ୍ୟ କମ୍ପାନୀମାନଙ୍କର ଅତ୍ୟାଧୁନିକ କାର ଆଗରେ ଆମ୍ବାସାଡର ଧୀର ଧୀରେ ପୁରୁଣା ହେବାକୁ ଲାଗିଲା। ଲୋକେ ଏହି କାର୍‌ ଠାରୁ ମୁହଁ ଫେରାଇ ନେଲେ। ୧୯୫୮ରେ ଆରମ୍ଭ ହୋଇଥିବା ଏହି ରାଜା ଗାଡ଼ି ଶେଷରେ ୨୦୧୪ରେ ସତ୍ତା ହରାଇଥିଲା। ଏହାର ନିର୍ମାତା କମ୍ପାନୀ ହନ୍ଦୁସ୍ତାନ ମୋଟର୍ସ ଆମ୍ବାସାଡର କାର ନିର୍ମାଣ ବନ୍ଦ କରିଦେଇଛି।

ହେଲେ ଏବେ ଆମ୍ବାସାଡର କାର ଲଭରଙ୍କ ପାଇଁ ଖୁସୀର ଖବର। ପୁଣି ଫେରିବ ରୋଡ ରାଜା। କିଂ ଅଫ୍ ଇଣ୍ଡିଆନ ରୋଡ୍ କୁହାଯାଉଥିବା ଆମ୍ବାସାଡର ଏବେ ଭାରତ-ବିଦେଶୀ କମ୍ପାନୀ ଟଚ୍‌ରେ ନୂଆ ରୂପରେ ବଜାରକୁ ଆସିବାକୁ ଯାଉଛି। ଏନେଇ କାର ନିର୍ମାତା କମ୍ପାନୀ ‘ହିନ୍ଦୁସ୍ତାନ ମୋଟର୍ସ’ ୟୁରୋପର ଏକ କମ୍ପାନୀ ସହ ଚୁକ୍ତି କରିଛି। ତେବେ କେଉଁ କମ୍ପାନୀ ସହ ଚୁକ୍ତି ହୋଇଛି ସେ ନେଇ ଯଦି କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ତେବେ କୁହାଯାଉଛି ଯେ ପ୍ୟୁଜୋ(Peugeot) କମ୍ପାନୀ ସହ ଚୁକ୍ତି ହୋଇଛି। ଏହି ଦୁଈ କମ୍ପାନୀ ମିଶି ପୁଣିଥରେ ପଶ୍ଚିମବଙ୍ଗର ଉତ୍ତରପଡ଼ା ପ୍ଲାଣ୍ଟରେ କାର ନିର୍ମାଣ ଆରମ୍ଭ କରିବେ।

ନୂଆ ରୂପରେ ଆସିବାକୁ ଥିବା ଆମ୍ବାସାଡରର ନା ଆମ୍ବି ରହିବ ଓ ଏହା ପୂରା ଇଲେକ୍ଟ୍ରିକ କାର୍ ହେବ ବୋଲି କୁହାଯାଉଛି। ତେବେ କାର ପୂର୍ବରୁ ହିନ୍ଦୁସ୍ତାନ ମୋଟର୍ସ ପ୍ରଥମେ ଇ-ବାଇକ୍ ତିଆରି କରିବ ବୋଲି ଜଣାପଡ଼ିଛି। କମ୍ପାନୀ ନିର୍ଦ୍ଦେଶକ ଉତ୍ତମ ବୋସ୍ କହିଛନ୍ତି Ambyକୁ ନେଇ କାମ ଚାଲୁ ରହିଛି। ବର୍ତ୍ତମାନ ଏହା ଆଡ୍‌ଭାନ୍ସ ଲେବଲରେ ରହିଛି।  

ଦେଶରେ ସବୁଠାରୁ ପୁରଣା ପ୍ଲାଣ୍ଟରେ ତିଆରି ହେବା କାର। କୋଲକାତା ଠାରୁ କିଛି କିମି ଦୂରରେ ରହିଥିବା ଉତ୍ତରପଡ଼ା ପ୍ଲାଣ୍ଟ ଦେଶରୁ ସବୁଠାରୁ ପୁରୁଣା କାର ନିର୍ମାଣକାରୀ ପ୍ଲାଣ୍ଟ। ଏହି ପ୍ଲାଣ୍ଟରେ ନିର୍ମିତ ଆମ୍ବାସାଡର ୧୯୭୦ ପର୍ଯ୍ୟନ୍ତ ଭାରତୀୟ ବଜାରରେ ରାଜ କରୁଥିଲା। ହେଲେ ମାରୁତି ସୁଜୁକି ଆସିବା ପରେ ଏହାର ମାର୍କେଟ୍ ଡାଉନ ହୋଇଥିଲା। ଫଳରେ ୨୦୧୪ କମ୍ପାନୀ କାର୍‌ର ପ୍ରଡକ୍ସନ ବନ୍ଦ କରି ଦେଇଥିଲା।

ଅମ୍ବାସାଡର ଇତିହାସ

ତେବେ ଆମ୍ବାସାଡର ଇତିହାସ ଦେଶ ସ୍ୱାଧୀନ ହେବା ପୂର୍ବରୁ। କାର ନିର୍ମାତା କମ୍ପାନୀ ହିନ୍ଦୁସ୍ତାନ ମୋଟର୍ସ ପ୍ରଥମେ ୧୯୪୨ ମସିହାରେ ଗୁଜରାଟର ଓଖାରେ କାର ଆସେମ୍ବଲ କରିବା କାମ ଆରମ୍ବ କରିଥିଲା। ଏହାପରେ କମ୍ପାନୀର ପ୍ଲାଣ୍ଟ ପଶ୍ଚିମବଙ୍ଗର ଉତ୍ତରପଡ଼ାକୁ ସ୍ଥାନାନ୍ତର ହୋଇଥିଲା। ଏହାପରେ ସେଠାରେ କାର ଆସେମ୍ବଲ କାମ ଜାରି ରହିଥିବା ବେଳେ ୧୯୫୭ରେ କମ୍ପାନୀ ତାର ପ୍ରଥମ ଆମ୍ବାସାଡର କାର ବଜାରକୁ ଛାଡ଼ିଥିଲା।

ଏହି କାର୍‌ଟି ବ୍ରିଟିସ ମୋଟର କମ୍ପାନୀର ଲୋକପ୍ରିୟ କାର Morris Oxford Series 3 ମଡେଲ ଉପରେ ଆଧାରିତ ଥିଲା। ଅବିକଳ ତାହାଭଳି ତିଆରି ହୋଇଥିଲା। ୫୮ ବର୍ଷ ପର୍ଯ୍ୟନ୍ତ ଶେଷ ସମୟ ପର୍ଯ୍ୟନ୍ତ କମ୍ପାନୀ ଆମ୍ବାସାଡର କାରକୁ ଏହି ପ୍ଲାଣ୍ଟରେ ନିର୍ମାଣ କରିବା ଜାରିରଖିଥିଲା।

କୋଲକାତାର ଉତ୍ତରପଡ଼ା ପ୍ଲାଣ୍ଟ(ଫଟୋ-ଇଣ୍ଡିଆ ଟୁଡେ)

ହିନ୍ଦୁସ୍ତାନ ମୋଟର୍ସ କମ୍ପାନୀ ବିଷୟରେ- ବର୍ତ୍ତମାନର କେତେକ ଭାବନ୍ତି ହିନ୍ଦୁସ୍ତାନ ମୋଟର୍ସ କମ୍ପାନୀ ବୋଧ ହୁଏ ଏକ ସରକାରୀ କମ୍ପାନୀ। ହେଲେ ଆପଣଙ୍କର ଏହି ଧାରଣ ଭୁଲ୍। ପ୍ରକୃତରେ ଏହା ଚନ୍ଦ୍ରକାନ୍ତ ବିଲ୍ଲା (ସି.କେ ବିର୍ଲା) ଗ୍ରୁପର କମ୍ପାନୀ। ଯାହାକୁ ବିଏମ୍ ବିର୍ଲା(ବସନ୍ତ କୁମାର ବିର୍ଲା) ୧୯୪୨ ସ୍ଥାପନା କରିଥିଲେ। ହିନ୍ଦୁସ୍ତାନ ମୋଟର ଉତ୍ତରପଡ଼ାରେ ଯେଉଁ ପ୍ଲାଣ୍ଟ ବସାଇଥିଲା ତାହା ଦେଶର ପ୍ରଥମ କାର ପ୍ଲାଣ୍ଟ ଓ ଏସିଆର ଦ୍ୱିତୀୟ ପ୍ଲାଣ୍ଟ ଥିଲା। ତା ପୂର୍ବରୁ ପୂରା ଏସିଆରେ ଜାପାନରେ କେବଳ ଟୟୋଟାର ପ୍ଲାଣ୍ଟ ଥିଲା। ଉତ୍ତରପଡ଼ାରେ ହିନ୍ଦୁସ୍ତାନ ମୋଟର୍ସ ପାଖରେ ୨୭୫ ଏକର ଜମି ରହିଥିବା ବେଳେ ସେଥିମଧ୍ୟରୁ ୯୦ ଏକର ଜମିରେ ପ୍ଲାଣ୍ଟ ହୋଇଛି।

ଆମ୍ବାସାଡରକୁ କିଂ ଅଫ୍‌ ଦି ଇଣ୍ଡିଆନ ରୋଡ୍ କୁହାଯାଏ-

କମ୍ପାନୀର ଏହି କାର୍‌କୁ ଭାରତ ସରକାର ସର୍ବାଧିକ କିଣୁଥିଲେ। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ବିଭାଗର ମନ୍ତ୍ରୀ ଓ ବଡ଼ ବଡ଼ ଅଫିସର ଏହି କାର୍‌କୁ ଚଢ଼ୁଥିଲେ। ୮୦ ଦଶକ ପର୍ଯ୍ୟନ୍ତ ଭାରତର ରାଜ ରାସ୍ତାରେ ଆମ୍ବାସାଡର ରାଜୁତି ଚାଲିଲା। କାର୍‌ର ଲୋକପ୍ରିୟତା ଏତେ ଥିଲା ଯେ ଲୋକମାନେ ଏହାକୁ king of india road ବୋଲି କହିବାକୁ ଲାଗିଲେ। ଯେତେବେଳେ ନେତାମନ୍ତ୍ରୀ ଓ ବଡ଼ ସରକାରୀ ଅଫିସର ନାଲି ବତି ଲଗାଇ ରାସ୍ତାରେ ଯାଉଥିଲେ ସେତେବେଳେ ସାଧାରଣ ଲୋକଟେ କାର୍‌କୁ ନେଇ ସ୍ୱପ୍ନପ୍ରବଣ ହେଇଯାଉଥିଲା।

ଜୀବନରେ ଆମ୍ବାସାଡର ଖଣ୍ଡେ କିଣିବା ଅନେକ ଲୋକଙ୍କର ସ୍ୱପ୍ନ ଥିଲା। ଏହି କାର ସେତେବେଳେ ୧.୫ ଓ ୨.୦ ଲିଟର ଡିଜେଲ୍ ଓ ୧.୮ ଲିଟର ପେଟ୍ରୋଲ ଇଞ୍ଜିନ ଆସୁଥିଲା। ପରେ ଏହାର ଏଲ୍‌ପିଜି ଓ ସିଏନ୍‌ଜି ଭ୍ୟାରିଏଣ୍ଟ ବି ଆସିଥିଲା। କାର୍ ଟି ପାୱାରଫୁଲ୍ ଥିବାରୁ ସରକାରୀ କଳର ଅଧିକ ପସନ୍ଦ ଥିଲା।

ମାରୁତିର ଏଣ୍ଟ୍ରି ପରେ ଆମ୍ବାସାଡର ବଜାର ଡାଉନ୍

୮୦ ଦଶକରେ କାର ମାର୍କେଟ୍‌ରେ ମନୋପୋଲି(ଏକଛତ୍ରବାଦୀ)ର ଅନ୍ତ ଘଟିଲା। ମାରୁତି କମ୍ପାନୀର ସ୍ଥାପନ ହେଲା। ଏହି କମ୍ପାନୀ ଜାପାନର ସୁଜୁକି ସହ ମିଶି ୮୦୦ସିସିର ଶସ୍ତା କାର ମାର୍କେଟ୍‌ରେ ଛାଡ଼ିଲା। ଏହାପରେ ଆମ୍ବାସାଡର ଡିମାଣ୍ଡ କମିବାକୁ ଲାଗିଲା। ଧୀରେ ଧୀରେ ଯୁଗ ଯେତେ ଆଗେଇଲା କାର୍ କମ୍ପାନୀର ପ୍ରବେଶ ଅଧିକ ହେଲା ଓ ଯୁଗ ସହ ତାଳ ଦେଇ ଅନ୍ୟ କମ୍ପାନୀଗୁଡ଼ିକ ନିଜ ନିଜ ଗାଡ଼ିରେ ପରିବର୍ତ୍ତନ ଆଣିଲେ ବି ଆମ୍ବାସାଡର କିନ୍ତୁ ତାହା କରିପାରିଲା ନାହିଁ ଶେଷରେ ପଛରେ ପଡ଼ିଗଲା। ୨୦୧୪ରେ କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିଲା।

ଏମିତି ହେଇପାରେ ନ୍ୟୁ ମଡେଲ୍

ପରେ ୨୦୧୭ରେ ହିନ୍ଦୁସ୍ତାନ ମୋଟର୍ସ ଫ୍ରାନ୍ସ ଅଟୋ କାର ନିର୍ମାତା କମ୍ପାନୀ ପିଏସ୍‌ଏ ଗ୍ରୁପ୍‌କୁ ଆମ୍ବାସାଡର ବ୍ରାଣ୍ଡ ବିକ୍ରି କରିଦେଇଥିଲା। ପ୍ୟୁଜୋ ୮୦ କୋଟି ଟଙ୍କାର ଏହି ବ୍ରାଣ୍ଡକୁ କିଣିଥିଲା। ୧୯୮୦ ମସିହାରେ ଆମ୍ବାସାଡରର ୨୦ ହଜାର ୟୁନିଟ ବିକ୍ରି ହୋଇଥିଲା ବେଳେ ୨୦୧୪ ବେଳକୁ ଏହା୨ ହଜାର ୟୁନିଟ୍‌କୁ ହ୍ରାସ ପାଇଥିଲା।  

ବ୍ରିଟେସ୍‌ର Morris Oxford Series 3 କାର୍

pajeroର ଏଣ୍ଟ୍ରି-

ଆମ୍ବାସାଡର ମାର୍କେ ଭେଲ୍ୟୁ କମିଯିବା ପରେ ହିନ୍ଦୁସ୍ତାନ ମୋଟର୍ସ କମ୍ପାନୀ ଜାପାନର mitsubishi motors ସହ ମିଶି ୨୦୦୦ ମସିହାରେ ଏସ୍‌ୟୁଭି ପାେଜେର କାର୍‌କୁ ମାର୍କେଟ୍‌କୁ ଛାଡ଼ିଲା। ଏହି ଗାଡ଼ିବ ସଫଳ ବ୍ୟବସାୟ କଲା। ଏହାପରେ କମ୍ପାନୀ ISUZU ସହ ମିଶି MU7 SUV ଓ DMAX ପିକ୍ ଅପ୍‌ ଟ୍ରକର ଉତ୍ପାଦନ ମଧ୍ୟ କରିଥିଲା।

ଏବେ ପୁଣିଥରେ ଅଣ୍ଟା ଭିଡ଼ି ଛିଡ଼ା ହେବାକୁ ଆରମ୍ଭ କରିଛି ହିନ୍ଦୁସ୍ତାନ ମୋଟର୍ସ। ଲୋକପ୍ରିୟ ଆମ୍ବାସଡର କାର ପୁଣିଥରେ ଭାରତକୁ ଆସିବ। ହେଲେ ଏଥର ନୂଆ ରୂପରେ। ପାୱାର ଫୁଲ୍ ଇ-କାର ରୂପରେ। ତେବେ ତା ପୂର୍ବରୁ କମ୍ପାନୀ ଇ-ବାକଇ ଉପରେ କାମ ଆରମ୍ଭ କରି ଦେଇଛି।

ଏମିତି ହେଇପାରେ ଆମ୍ବାସାଡରର ଇ-କାର

   Related Posts