ଝିଅ ବାହାଘର ପରେ ଅମ୍ବାନୀ ଦେଲେ ବଡ଼ ସର୍ପ୍ରାଇଜ : ଏବେ ୩ମାସ ପର୍ଯ୍ୟନ୍ତ ସବୁ ଅନଲିମିଟେଡ୍

Published By : Prameya-News7 Bureau | December 16, 2018 IST

ରିଲାଏନ୍ସ ଜିଓ ଯେଉଁଦିନଠାରୁ ଟେଲିକମ୍ କ୍ଷେତ୍ରରେ ପ୍ରବେଶ କରିଛି ଗ୍ରାହକମାନେ ଖୁସିରେ ଆତ୍ମହରା ହୋଇଯାଇଛନ୍ତି। ଗତ ୨ବର୍ଷ ହେଲା ଗ୍ରାହକମାନେ ଜିଓର ଶସ୍ତା ଏବଂ ବ୍ୟୟସାପେକ୍ଷ ଡାଟା ଅଫରର ଲାଭ ଉଠାଉଛନ୍ତି। ଜିଓର ବ୍ରଡବ୍ୟାଣ୍ଡ ସେବା ଆରମ୍ଭ ହେବା ଭଳି ଖୁସୀ ଖବର ଆଗକୁ ଅଛି । ଗତ ଅଗଷ୍ଟ ମାସରେ ହୋଇଥିବା ଏଜିଏମ୍ ବୈଠକରେ ଜାରି କରାଯାଇଥିଲା ଯେ ଏହି ସେବା ପାଇଁ ବର୍ତ୍ତମାନ ରେଜିଷ୍ଟ୍ରେସନ୍ ଚାଲିଛି।  ସୂଚନା ଅନୁସାରେ ରିଲାଏନ୍ସ ଜିଓର ଗିଗା ଫାଇବର ସର୍ଭିସକୁ ଏହି ବର୍ଷ ଶେଷ ସୁଦ୍ଧା ଆରମ୍ଭ କରାଯିବ। ଏଥିରେ ଗ୍ରାହକଙ୍କୁ୧୦୦ଏମବିପିଏସ୍ ସ୍ପିଡରେ ୩ମାସ ପର୍ଯ୍ୟନ୍ତ ୧୦୦ଜିବି ହାଇସ୍ପିଡ ଡାଟା ଦିଆଯିବ। ଏହାର ବ୍ୟବହାର ପୂରା ୩ମାସ ରହିବ । ଏହା ସହିତ ଅନଲିମିଟେଡ ଭଏସ୍ କଲ୍ ଏବଂ ଏଚଡି ଭିଡିଓ କଲର ସୁବିଧା ମଧ୍ୟ ଏହି ଅଫର ମାଧ୍ୟମରେ ଦିଆଯିବ।

wp:gallery {"ids":[64274]} /wp:gallery

ରିଲାଏନ୍ସ ଜିଓର ଗିଗା ଫାଇବର କନେକ୍ସନର ଫାଇଦା ଉଠାଇବା ପାଇଁ ଗ୍ରାହକଙ୍କୁ୪୫୦୦ଟଙ୍କା ଖର୍ଚ କରିବାକୁ ପଡ଼ିବ । କିନ୍ତୁ ଅନ୍ୟ ବ୍ରଡବ୍ୟାଣ୍ଡର ଗ୍ରାହକ କେବଳ ୫୦୦ଟଙ୍କା ଖର୍ଚକରି ପାଇ ପାଇବେ ଏହି ସୁବିଧା। ଏଥିପାଇଁ ଡେନ୍ ଏବଂ ହାଥଓ୍ବେଙ୍କ ଭାଗିଦାରୀ ହୋଇଛି। ଅର୍ଥାତ୍ ଏହି ଦୁଇଟି କମ୍ପାନୀର ଗ୍ରାହକ ମୋଟ ୫୦୦ଟଙ୍କାରେ ଗିଗା ଫାଇବର କନେକ୍ସନ୍ ପାଇ ପାରିବେ କିନ୍ତୁ ଯେହେତୁ ନୂଆ ଗିଗା ଫାଇବର କନେକ୍ସନ୍ ନିମନ୍ତେ ୪୫୦୦ଟଙ୍କା ସୁରକ୍ଷା ବାବଦରେ ଜମା କରାଯିବ ଯାହା ପରେ ଫେରସ୍ତ ଦିଆଯିବ।

wp:gallery {"ids":[64275]} /wp:gallery

ରିଲାଏନ୍ସ ଜିଓ ଗିଗା ଫାଇବର ସେବା ମାଧ୍ୟମରେ ଲାଇଭ ଟିଭିର ମଜା ଉଠାଯାଇପାରିବ ଯେଉଁଥିରେ ସମସ୍ତ ଏଚଡି ଚ୍ୟାନେଲ୍ ଦେଖାଯାଇପାରିବ। ସେହି ଫୋର-କେ କ୍ବାଲିଟିର ଭିଡିଓ ଷ୍ଟ୍ରିମିଙ୍ଗ୍ଏବଂ ଗେମିଙ୍ଗର ମଜା ଉଠାଯାଇପାରିବ। ଏହା ଦ୍ବାରା ଡିଟିଏଚ୍ ସେବା ପ୍ରଦାନକାରୀମାନଙ୍କ ପାଇଁ ସମସ୍ୟା ଉପୁଜିପାରେ। ମୁକେଶ ଅମ୍ବାନୀ ଉତ୍ସବ ସମୟରେ ଏପରି ଚମତ୍କାର ଅଫର ପ୍ରଦାନ କରିଛନ୍ତି ଏବଂ ନିଜ ଝିଅର ବିବାହ ଉତ୍ସବରେ ଗିଗା ଫାଇବର ସେବାର ଉପହାର ଗ୍ରାହକଙ୍କୁ ପ୍ରଦାନ କରିଛନ୍ତି।

wp:gallery {"ids":[64276]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.