scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦିପାବଳୀରେ ମୁକେଶ ଅମ୍ବାନୀ ପତ୍ନୀଙ୍କୁ Gift କଲେ ସବୁଠୁ ମହଙ୍ଗା କାର, ଜାଣନ୍ତୁ ଦାମ୍ କେତେ?

12/11/2023 at 7:31 PM

ମୁମ୍ବାଇ ୧୨।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଙ୍କ ‘ଜେଡ୍ ପ୍ଲସ୍’ ସିକ୍ୟୁରିଟି ଯେଉଁ ରାସ୍ତା ଦେଇ ଯାଏ ସେଥିରେ ଥିବା ଅଲ୍ଟ୍ରା ଲଗଜୁରୀ କାର ଲୋକଙ୍କ ଆଖି ଝଲସେଇ ଦେଇଥାଏ। ଅମ୍ବାନୀଙ୍କ କାର କଲେକ୍ସନରେ ଏପରି ଅନେକ ଅଲ୍ଟ୍ରା ଲଗଜୁରୀ କାର ରହିଛି ଯାହା ଦେଖିଲେ ଲୋକଙ୍କ ଦିନ ଚମକି ଯାଏ। ତାଙ୍କ ପାଖରେ ବିଶ୍ୱର ସବୁଠୁ ମହଙ୍ଗା ରୋଲସ ରୟସ୍ କାର ବି ଅଛି। ଏହି ଦିବାଲୀରେ ଅମ୍ବାନୀଙ୍କ ପରିବାର ଆଉ ଏକ ରୋଲସ୍ ରୟସ୍ କାରକୁ ସ୍ୱାଗତ କରିଛନ୍ତି।

ମୁକେଶ ଅମ୍ବାନୀ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ଦିପାବଳୀ ଉପହାରରେ ଏକ ରୋଲସ ରୟସ୍ କଲିନନ ଏସୟୁଭି ଦେଇଛନ୍ତି। ଏହାକୁ ଦେଶର ସବୁଠୁ ମହଙ୍ଗା ଉପହାର ବୋଲି ଏବେ କୁହାଯାଉଛି। ଦିବାଲୀରେ ଭାରତର ସବୁଠୁ ଧନାଢ୍ୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ରୋଲସରୟସ କଲିନନର ‘ବ୍ଲାକ୍ ବ୍ୟାଜ୍ ଏଡିସନ’ ଏସୟୁଭି ଗିଫ୍ଟ କରିଛନ୍ତି। ଏହି ଗାଡ଼ି ବେଶ୍ ମହଙ୍ଗା, ଅମ୍ବାନୀ ଯେଉଁ ଉପହାର ଦେଇଛନ୍ତି ତାର ମୂଲ୍ୟ ୧ କି ୨ କୋଟି ଟଙ୍କା ନୁହେଁ ୧୦ କୋଟି ଟଙ୍କା। ରୋଲସ ରୟସ କାର ଦାମ ପାଇଁ ବେଶ୍ ପ୍ରଶିଦ୍ଧ।

ରୋଲସ ରୟସ କଷ୍ଟମରଙ୍କୁ କଷ୍ଟମାଇଜେସନ ସୁବିଧା ଦେଇଥାଏ। କ୍ରେତା ନିଜ ପସନ୍ଦ ହିସାବରେ କାରରେ ଯେ କୌଣସି ପରିବର୍ତ୍ତନ କରିପାରିବେ। ଅଲ୍ଟ୍ରା ଲଗଜରୀ ଏସୟୁଭି କାରରେ ୬.୭୫ଲିଟର ଟ୍ୱିନ ଟର୍ବୋ ଭି-୧୨ ଇଞ୍ଜିନ ରହିଛି। ଏହାର ୮ ସ୍ପିଡ୍ ଅଟୋମ୍ୟାଟିକ୍ ଗିୟର ବକ୍ସ ଓ ଚାରି ଚକ ପର୍ଯ୍ୟନ୍ତ ପାୱାର ପହଞ୍ଚୁଛି। ସାଧାରଣ କଲିନନ ତୁଳନାରେ ବ୍ଲାକ୍ ବ୍ୟାଜ୍‌ ଏଡିସନର ଏକ୍ସଟରିୟର ଗ୍ଲାସ୍ ବ୍ଲାକ୍ ହାଇଲାଇଟ୍ ସହିତ ଆସିଥାଏ। କଲିନନ୍ ବ୍ଲାକ୍‌ବ୍ୟାଜ୍‌ ଝଡ଼ ବେଗରେ ଗତି କରିଥାଏ। ଏହି କାରର ଟପ୍‌ ସ୍ପିଡ୍ ଘଣ୍ଟାପ୍ରତି ୨୫୦ କିଲୋମିଟର।

ଏହାକୁ ବିଶ୍ୱର ସବୁଠୁ ପ୍ରିମିୟମ ଏସୟୁଭି ମଧ୍ୟରୁ ଗୋଟିଏ ମନେ କରାଯାଏ। କଲିନନ୍ ବ୍ଲାକ୍ ବ୍ୟାଜ୍ ଇଣ୍ଟେରିୟରର କିଛି ଏଲିମେଣ୍ଟସ୍ କାର୍ବନ ଫାଇବରରେ ତିଆରି ହୋଇଛି ବାକି ଲେଦର ଅପହୋଲଷ୍ଟରୀ ବ୍ଲାକ୍ କଲର ସ୍କିମ୍ ଆଧାରିତ। ଅମ୍ବାନୀ ପରିବାର ଭାରତର ସବୁଠୁ ଧନୀ ପରିବାର ମଧ୍ୟରେ ଅନ୍ୟତମ। ସେମାନଙ୍କର ୧୫ ହଜାର କୋଟି ଟଙ୍କାର ଘର ଆଣ୍ଟିଲିଆରେ ଗ୍ୟାରେଜ୍ ମଧ୍ୟ ରହିଛି। ଏହି ଗ୍ୟାରେଜରେ ସାରା ବିଶ୍ୱର ମହଙ୍ଗାରୁ ମହଙ୍ଗା ଗାଡି ରହୁଛି।

ଗୌତମ ଆଦାନୀଙ୍କ ସମ୍ପତ୍ତି ହୋଇଗଲା ଅଧା, ଦିପାବଳୀରେ ଦେଖିବାକୁ ମିଳିଲା ସବୁଠୁ ବଡ଼ କ୍ଷତି

   Related Posts