ବିଦେଶରେ ପଢୁଛନ୍ତି ଅମ୍ବାନୀ ପରିବାରର ଡ୍ରାଇଭରଙ୍କ ପିଲା, ଜାଣନ୍ତୁ ମାସିକ ପାଆନ୍ତି କେତେ ବେତନ?
28/02/2023 at 9:11 PM

ମୁମ୍ବାଇ ୨୮।୨: ମୁକେଶ ଅମ୍ବାନୀ ଭାରତର ସବୁଠୁ ବଡ଼ ଧନିକଙ୍କ ମଧ୍ୟରେ ଅନ୍ୟତମ। ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ ଓ ପୁରା ଅମ୍ବାନୀ ପରିବାର ସେମାନଙ୍କର ରାଜକୀୟ ଓ ବିଳାଶମୟ ଲାଇଫଷ୍ଟାଇଲ ପାଇଁ ସାରା ଦେଶରେ ଚର୍ଚ୍ଚାରେ ଥାନ୍ତି। ନିତା ଅମ୍ବାନୀଙ୍କ କାର ସଂଗ୍ରହରୁ ସେ ମହଙ୍ଗା ଗାଡିର ସୌକିନ ବୋଲି ବେଶ୍ ସହଜରେ ବାରିହୋଇପଡେ। ମିଡିଆ ରିପୋର୍ଟ ଅନୁସାରେ ଅମ୍ବାନୀ ପରିବାରର ପ୍ରାୟ ୫୦୦ଟି ବିଳାଶମୟ ଗାଡି ରହିଛି।
ଅମ୍ବାନୀ ପରିବାରର ବାହନ ଚାଳକଙ୍କୁ କଡ଼ା ଡ୍ରାଇଭିଂ ଟ୍ରେନିଂ ନେବାକୁ ପଡିଥାଏ। ଏହି ଟ୍ରେନିଂ ପୁରା କରିବା ପରେ ଅମ୍ବାନୀ ପରିବାରର କୌଣସି କାରକୁ ଚଳାଇବାକୁ ସୁଯୋଗ ମିଳିଥାଏ। ଏଥିରେ ଲୋକେ ଭାବୁଥିବେ ଅମ୍ବାନୀ ପରିବାର ଦେଶର ସବୁଠୁ ଧନି ପରିବାର ହୋଇଥିବାରୁ ତାଙ୍କ ପରିବାରରେ କାମ କରୁଥିବା କର୍ମଚାରୀଙ୍କୁ ବେତନ କେତେ ମିଳୁଥିବ। ତେବେ ଆସନ୍ତୁ ଜାଣିବା ଅମ୍ବାନୀ ପରିବାରଙ୍କ ଘରେ କାମ କରୁଥିବା ଲୋକଙ୍କୁ ମାସିକ କେତେ ବେତନ ମିଳେ।

ଅମ୍ବାନୀ ପରିବାରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କୁ ମାସିକ ବେତନ ଲକ୍ଷେରେ ମିଳିଥାଏ। ଏହି କର୍ମଚାରୀମାନଙ୍କୁ ଅମ୍ବାନୀଙ୍କ ପରିବାର ସହ ରହିବାର ସୁବିଧା ସହ ଖାଇବା ବ୍ୟବସ୍ଥା ମଧ୍ୟ ଥାଏ। ଏହା ଛଡା କର୍ମଚାରୀଙ୍କୁ ବୀମା, ସେମାନଙ୍କ ପିଲାପିଲିଙ୍କ ପାଠ ପଢା ପାଇଁ ଏଜୁକେସନ ଆଲାଉନ୍ସ ମଧ୍ୟ ମିଳିଥାଏ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ନିତା ଅମ୍ବାନୀଙ୍କ ଡ୍ରାଇଭରକୁ ମାସିକ ୨ ଲକ୍ଷ ଟଙ୍କା ବେତନ ମିଳିଥାଏ। ଏହାର ସିଧା ଅର୍ଥ ହେଉଛି ଡ୍ରାଇଭରକୁ ବାର୍ଷିକ ୨୪ ଲକ୍ଷ ଟଙ୍କା ବେତନ ମିଳୁଛି।
ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅମ୍ବାନୀଙ୍କ ଘରେ କାମ କରୁଥିବା କିଛି ଷ୍ଟାଫଙ୍କ ପିଲା ବିଦେଶରେ ରହି ପାଠ ପଢୁଛନ୍ତି। ତେବେ ଅମ୍ବାନୀ ପରିବାରଙ୍କ ଷ୍ଟାଫରେ ସାମିଲ ହେବା କୌଣସି ବ୍ୟକ୍ତି ଲାଗି ଏତେ ସାଧାରଣ ନୁହେଁ। ତାଙ୍କ ଘରେ କାମ କରିବା ଲାଗି କମ୍ପାନୀ ପକ୍ଷରୁ ଆୟୋଜିତ ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ପଡିଥାଏ। ସେହିପରି ଡ୍ରାଇଭର ଚୟନ କରିବା ବେଳେ ସେ କିପରି ରାସ୍ତାରେ ସମ୍ମୁଖୀନ ହେବାକୁ ଥିବା ସମସ୍ୟାର ସମାଧାନ କରୁଛନ୍ତି ତାହା ମଧ୍ୟ ଦେଖାଯାଇଥାଏ।

ମିଡିଆ ରିପୋର୍ଟ ଅନୁସାରେ ନିତା ଅମ୍ବାନୀ ପିଉଥିବା ଚା ର ମୂଲ୍ୟ ଲକ୍ଷରେ ହିସାବ ହୋଇଥାଏ। ନିତା ଅମ୍ବାନୀ ପିଉଥିବା ଗୋଟିଏ କପ ଚାର ମୂଲ୍ୟ ୩ ଲକ୍ଷ ଟଙ୍କା। ତାଙ୍କର ଏକ ସାକ୍ଷାତକାରରୁ ଏହା ଜଣାପଡିଥିଲା। ସେ ସାକ୍ଷାତକାରରେ କହିଥିଲେ ଯେ ଜାପାନର ସବୁଠୁ ପୁରୁଣା କ୍ରକେରୀ ବ୍ରାଣ୍ଡ ନୋରେଟେକ୍ କପରେ ଚା ପିଅନ୍ତି। ଉଲ୍ଲେଖଯୋଗ୍ୟ ଯେ ନୋରେଟେକ୍ କପ ସୁନାରେ ଜଡା ହୋଇଥାଏ। ଏହାର ୫୦ ପିସ୍ ସେଟର ମୂଲ୍ୟ ଦେଢ କୋଟି ଟଙ୍କା। ଅର୍ଥାତ ତାଙ୍କର ଗୋଟିଏ ଚା କପର ମୂଲ୍ୟ ୩ ଲକ୍ଷ ଟଙ୍କା।
ନିତା ଅମ୍ବାନୀ ତାଙ୍କର ମହଙ୍ଗା ସଉକ ଯୋଗୁ ପ୍ରାୟତଃ ଚର୍ଚାରେ ଥାନ୍ତି। ତାଙ୍କର ଜ୍ୱେଲରୀ, ହ୍ୟାଣ୍ଡବ୍ୟାଗ, ଡ୍ରେସ୍ ଓ ଚପଲ ଆଦିର ମୂଲ୍ୟ ଲକ୍ଷରେ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ଅମ୍ବାନୀ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି। ନିତା ଅମ୍ବାନୀ ତାଙ୍କ ପରିବାର ସହିତ ବିଶ୍ୱର ସବୁଠୁ ମହଙ୍ଗାଘର ଏଣ୍ଟିଲିଆରେ ରହୁଛନ୍ତି। ଏହି ବିଳାଶମୟ ଘରେ ଅମ୍ବାନୀଙ୍କ ପରିବାରର ୨୪ ଘଣ୍ଟା ପରିଚର୍ଯ୍ୟା ଲାଗି ୬୦୦ କର୍ମଚାରୀ ଦିନରାତି କାମ କରୁଛନ୍ତି।