scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତରେ ଡିଜିଟାଲ ଅର୍ଥନୀତି ବୃଦ୍ଧି ଦିଗରେ ଆମାଜନର ପଦକ୍ଷେପ, ୧.୪୦ ଲକ୍ଷ କୋଟିର ନିବେଶ କରିବ କମ୍ପାନି

29/09/2023 at 6:08 PM

Amzon Sambhav

ନୂଆଦିଲ୍ଲୀ: ଭାରତରେ ବଡ଼ ନିବେଶ କରିବ ଆମାଜନ୍‌। ଶୁକ୍ରବାର ଏଭଳି ଘୋଷଣା ଇ-କମର୍ସ କମ୍ପାନି । ରାଜଧାନୀ ଦିଲ୍ଲୀରେ ଆୟୋଜିତ ଆମାଜନ ସମ୍ଭବ ସମ୍ମିଳନୀ (Amazon Sambhav Summit)ରେ କମ୍ପାନି ଭାରତର ଡିଜିଟାଲ ଅର୍ଥନୀତିକୁ ପ୍ରୋତ୍ସାହନ ଦେବାକୁ ୧.୪୦ ଲକ୍ଷ କୋଟିର ନିବେଶ କରିବ ବୋଲି ଘୋଷଣା କରିଛି।

କମ୍ପାନିର ଉପାଧ୍ୟକ୍ଷ ଅମିତ ଅଗ୍ରଓ୍ବାଲ କହିଛନ୍ତି, ‘‘ଭାରତରେ କାରବାରକୁ ଆହୁରି ଅଧିକ ମଜବୁତ କରିବା ପାଇଁ ଆମାଜନ ନୂଆ ଚୁକ୍ତି କରିଛି । ଭାରତର ଡିଜିଟାଲ ଅର୍ଥନୀତି ଏବଂ ରପ୍ତାନୀକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ନୂଆ ପଦକ୍ଷେପ ଉପରେ କାମ କରାଯାଉଛି। ଏହି କ୍ରମରେ କମ୍ପାନି ୨୦୩୦ ସୁଦ୍ଧା ଭାରତରେ ୧.୪୦ ଲକ୍ଷ କୋଟି ଟଙ୍କାର ନିବେଶ କରିବାକୁ ଯାଉଛି।’’

ଆହୁରି ପଢ଼ନ୍ତୁ: ଆରମ୍ଭ ହେବାକୁ ଯାଉଛି Amazonର ବଡ଼ ସେଲ୍, ଅଧାରୁ କମ୍ ଦାମରେ ଫ୍ରିଜ ଓ ଟିଭି! ଶସ୍ତାରେ ମିଳିବ ମୋବାଇଲ,ଫ୍ୟାସନ ଆଇଟମ

ସୂଚନାଥାଉକି, ଆମାଜନ ସମ୍ଭବ ପ୍ରତିବର୍ଷ ଆୟୋଜିତ ହୋଇଥାଏ। ଏଥିରେ ଶିଳ୍ପ ଜଗତର ଟପ୍‌ ଲିଡର ଏବଂ ପଲିସି ମେକରଙ୍କ ସହ ଭାରତର ଡିଜିଟାଲ ବିକାଶର ବୃଦ୍ଧି ଦିଗରେ ଆଲୋଚନା ହୋଇଥାଏ। ଭାରତୀୟ ବଜାରରେ ଆଗାମୀ ସମୟରେ ଲକ୍ଷ ଲକ୍ଷ ଉପଭୋକ୍ତା-ବିକ୍ରେତାକୁ ବିକାଶର ସୁଯୋଗ ଦେବ।

ଆମାଜନ ଛୋଟ ଏବଂ ମଧ୍ୟମ ଉଦ୍ୟୋଗୀଙ୍କୁ ରପ୍ତାନୀ ପାଇଁ, ସୀମା ପାର୍‌ ଲଜିଷ୍ଟିକ୍ସ ବ୍ୟବସ୍ଥା ଉପଲବ୍ଧ କରାଇବା ପାଇଁ ଇଣ୍ଡିଆ ପୋଷ୍ଟ ସହ ଚୁକ୍ତି (MoU) କରିଛି। ସେହିଭଳି ଆମାଜନ ଦେଶର ପ୍ରଥମ ଇ-କମର୍ସ କମ୍ପାନି ଯାହା ଭାରତୀୟ ରେଲଓ୍ବେର ଡିଏଫସି ସହ ଚୁକ୍ତି କରିଛି। ଯାହାଦ୍ବାରା ଗ୍ରାହକଙ୍କ ପାଖରେ ଯଥାଶୀଘ୍ର ପହଞ୍ଚିହେବ।

ଆହୁରି ପଢ଼ନ୍ତୁ: ଗୁଗଲ ୮୨ ହଜାର କୋଟି, ଆମାଜନ ୧ ଲକ୍ଷ କୋଟି ଟଙ୍କା… ଭାରତରେ ନିବେଶ ନେଇ ଆମେରିକୀୟ କମ୍ପାନିଙ୍କ ବଡ଼ ପ୍ଲାନ

ସେହିଭଳି ଆମାଜନର ଭାରତୀୟ ବାଣିଜ୍ୟିକ ମୁଖ୍ୟ ମନୀଷ ତିଓ୍ବାର କହିଛନ୍ତି ‘‘ଆମେ ଭାରତର ୧ କୋଟି ଏମଏସଏମଇକୁ ଡିଜିଟାଇଜ୍‌ କରିବା ଏବଂ ୨୦ ଲକ୍ଷ ରୋଜଗାର ସୃଷ୍ଟି କରିବା ସହ ୨୦ ବିଲିୟନ ଡଲାରର ରପ୍ତାନୀର ଲକ୍ଷ୍ୟ ହାସଲ କରିବାର ନିକଟବର୍ତ୍ତୀ ହୋଇଛୁ।’’

   Related Posts