ଭାରତରେ ଏକ ହଜାର କର୍ମଚାରୀ ଛଟେଇ କରିବା ଆମାଜନ !

Published By : Prameya-News7 Bureau | January 06, 2023 IST

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ନିକଟରେ ୧୮ ହଜାର କର୍ମଚାରୀ ଛଟେଇ କରିବା ନେଇ ଘୋଷଣା କରିସାରିଛି। ଷ୍ଟୋର ଷ୍ଟାଫ୍‌ ଠାରୁ ଆରମ୍ଭ କରି ଟେକ୍ନିକାଲ ଟିମ୍ ଓ ଏଚ୍‌ଆର୍ ଟିମ୍‌ରେ କମ୍ପାନୀ ଛଟେଇ କରିବ। ସେଥିମଧ୍ୟରୁ ଭାରତରୁ ଏକ ହଜାର କର୍ମଚାରୀ ଛଟେଇ କରିବାକୁ ଯୋଜନା କରୁଛି ଆମାଜନ। ଏନେଇ ଏକ ବିଶେଷ ସୂତ୍ରରୁ ସୂଚନା ମିଲିଛି।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ଆମାଜନର ଏକ ଲକ୍ଷ କର୍ମଚାରୀ ରହିଛନ୍ତି। ଯଦି ଛଟେଇ ହୁଏ ତେବେ ମାତ୍ର ୧ ପ୍ରତିଶତ କର୍ମଚାରୀ ଉପରେ ଏହାର ପ୍ରଭାବ ପଡ଼ିବ। ତେବେ ଏନେଇ ଆମାଜନ ଇଣ୍ଡିଆ ପ୍ରବକ୍ତାଙ୍କୁ ସମ୍ପର୍କ କରାଯାଇଥିଲା। ହେଲେ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ହେଲେ ସେ ଆମାଜନ ସିଇଓ ଆଣ୍ଡି ଜ୍ୟାସିଙ୍କ ୧୮ ହଜାର ଛଟେଇ ପୋଷ୍ଟକୁ ନିଜ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି।  

ଆଣ୍ଡି ଜେସୀ ଏକ ବ୍ଲଗ୍ ପୋଷ୍ଟକରି ବିଶ୍ୱସ୍ତରରୁ ୧୮ ହଜାର କର୍ମଚାରୀ ଛଟେଇ କରିବା ନେଇ ଘୋଷଣା କରିଥିଲେ। କମ୍ପାନୀର ବିଭିନ୍ନ ଡିପାର୍ଟମେଣ୍ଟର କର୍ମଚାରୀ ଏଥିରେ ପ୍ରଭାବିତ ହେବେ। ତେବେ ଏଥିପାଇଁ କର୍ମଚାରୀଙ୍କ ଆର୍ଥିକ ସହଯୋଗ ସହ ଅନ୍ୟତ୍ର ନିଯୁକ୍ତିରେ ସହଯୋଗ କରାଯିବ ବୋଲି କମ୍ପାନୀ ସିଇଓ ଘୋଷଣା କରିଥିଲେ।

୨୦୨୧ ଡିସେମ୍ବର ୩୧ର ସୂଚନା ଅନୁସାରେ ଆମଜନରେ ୧୬,୦୮,୦୦୦ ଫୁଲ ଟାମ ଏବଂ ପାର୍ଟ ଟାଇମ କର୍ମଚାରୀ ଅଛନ୍ତି। ଏଥିରେ କାଟ କରିବା କାମ ଆରମ୍ଭ କରି ଦେଇଛି କମ୍ପାନୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.