ଆମାଜନ ଆରମ୍ଭ କଲା ମେଡିସିନ୍ ଡେଲିଭରି, କେବଳ ପ୍ରାଇମ ମେମ୍ବରଙ୍କୁ ମିଳିବ ସୁବିଧା

Published By : Prameya-News7 Bureau | January 25, 2023 IST

ନୂଆଦିଲ୍ଲୀ ୨୫।୦୧:  ଆମାଜନ ପୁଣି ଆରମ୍ଭ କଲା ମେଡିସିନ୍ ଡେଲିଭରି । ଆମେରିକାରେ ସେବା ଆରମ୍ଭ ନେଇ ମଙ୍ଗଳବାର ଘୋଷଣା କରିଛି କମ୍ପାନୀ । ଏହି ସେବା କେବଳ ପ୍ରାଇମ ମେମ୍ବରଙ୍କୁ ମିଳିବ । ଏଥିପାଇଁ ପ୍ରତିମାସରେ ଦେବାକୁ ପଡିବ ୫ ଡଲାର । ଏହି ସ୍ବାସ୍ଥ୍ୟ ସେବାରେ  'RxPass' ଅଧୀନରେ ଅନେକ ଜେନେରିକ ମେଡିସିନ୍ ଏବଂ ଡୋର-ଷ୍ଟେପ୍ ଡେଲିଭେରିରେ ଅନ୍ତର୍ଭୂକ୍ତ ହେବ ।

ଆମାଜନ ଫାର୍ମାସିର ମୁଖ୍ୟ ଚିକିତ୍ସା ଅଧିକାରୀ ବିନ ଗୁପ୍ତା କହିଛନ୍ତି କି, କମ୍ପାନୀର ଏହି ସେବାରେ ୫୦ରୁ ଅଧିକ ମେଡିସିନ୍ ସାମିଲ ହେବ । ଯାହାକି ହାଇ ବ୍ଲଡପ୍ରେସର,  ମଧୁମେହ ଏବଂ ପୁରୁଷଙ୍କ ଚନ୍ଦାପଣ ଦୂର କରିବା ଭଳି ୮୦ରୁ ଅଧିକ ରୋଗର ଚିକିତ୍ସା କରିବ। ଅନ୍ୟପଟେ ଅନଲାଇନ୍ ଖୁଚୁରା ସଂସ୍ଥା ସ୍ପଷ୍ଟ କରିଛି ଯେ, ମେଡିକେୟାର, ମେଡିକେଡ୍ କିମ୍ବା ଅନ୍ୟ କୌଣସି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାମାଙ୍କନ ହୋଇଥିବା ମେଡିସିନ୍ ଆମାଜନ ଫାର୍ମାସିର RxPassରେ ମିଳିବ ନାହିଁ ।

ସେପଟେ କମ୍ପାନୀ ଦାବି କରିଛି ଯେ RxPass ସହିତ ବର୍ଷକୁ ୧୦୦ ଡଲାର ସଞ୍ଚୟ କରିବେ କମ୍ପାନୀ । ସ୍ୱାସ୍ଥ୍ୟ ତଥ୍ୟ ପ୍ରଦାନକାରୀ IQVIA ଅନୁଯାୟୀ, ଆମେରିକାରେ ପ୍ରେସକ୍ରିପସନ୍ ମେଡିସିନ୍ ଖର୍ଚ୍ଚ ପ୍ରାୟ ୫୦ ବିଲିୟନ ଡ଼ଲାରରେ ପହଞ୍ଚିଛି ଏବଂ ଏହା ବାର୍ଷିକ ୭ ପ୍ରତିଶତରେ ବୃଦ୍ଧି ପାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.