ବାଲ୍‌ଟି ନା ଆଉ କଣ ? ଶହେ କି ଦୁଇ ଶହ ନୁହେଁ, ଦାମ୍ ଶୁଣିଲେ ମୁଣ୍ଡରେ ଦେବେ ହାତ, ମିଳୁଛି ଆମାଜନ ସାଇଟ୍‌ରେ

Published By : Prameya-News7 Bureau | May 24, 2022 IST

ନୂଆଦିଲ୍ଲୀ: ଏବେ ଅନଲାଇନ୍‌ରେ ସମସ୍ତ ପ୍ରକାରର ଜିନିଷ ଉପଲବ୍ଧ। ସହଜରେ ଏବଂ ଉଚିତ୍ ମୂଲ୍ୟରେ ଘର ଦ୍ଵାରକୁ ପହଞ୍ଚି ଯାଉଛି ସାମଗ୍ରୀ। ତେଣୁ ଦିନକୁ ଦିନ ଇ-କମର୍ସ ସାଇଟ୍‌ଗୁଡିକର ଚାହିଦା ବଢିବାରେ ଲାଗିଛି। ଆଉ ଗ୍ରାହକଙ୍କୁ ମନ ପସନ୍ଦର ଜିନିଷ ଯୋଗାଇବାରେ ହେଳା କରୁ ନାହାନ୍ତି ଆମାଜନ ଏବଂ ଫ୍ଲିପକାର୍ଟ ପରି ଇ-କମର୍ସ କମ୍ପାନୀ। ବିଶେଷ କରି ଲୋକେ ବିଳାସପୂର୍ଣ୍ଣ ସାମଗ୍ରୀ କିଣିବାକୁ ଅଧିକ ପସନ୍ଦ କରିଥାନ୍ତି। ତେବେ ଆପଣ କଣ ଆମାଜନ ସାଇଟ୍‌ରେ ବାଲ୍‌ଟି ବିକ୍ରି ହେବା ଦେଖିଛନ୍ତି। ସେ ପୁଣି ୩୫,୯୯୦ ଟଙ୍କାରେ। ଆମାଜନ ସାଇଟ୍‌ରେ ଏତେ ଦାମରେ ବାଲ୍‌ଟି ବିକ୍ରି ହୋଇଥିବା ଦେଖିବାକୁ ମିଳିଛି।

ଏ ଖବର ବିଶ୍ଵାସ ଲାଗୁନଥିଲେ ବି ସତ। ଯେତେବେଳେ ଜଣେ ବ୍ୟକ୍ତି ଆମାଜନ ସାଇଟ୍‌କୁ ଯାଇ ସାମଗ୍ରୀ ଖୋଜୁଥିଲେ, ତାଙ୍କ ନଜରରେ ବାଲଟି ପଡିଥିଲା। ଆଉ ତାର ଦାମ ୩୫,୯୯୦ ରହିଥିଲା। ଆଉ ମଜାର କଥା ବ୍ରିକେତା ଏଥିରେ ୨୮ ପ୍ରତିଶତ ଡିସକାଉଣ୍ଟ ଅଫର ଦେଇଛନ୍ତି। ଏବେ ବାଲଟି ଟି ୨୫,୯୯୯ ଟଙ୍କାରେ ବିକ୍ରି ହେଉଛି।

wp:html /wp:html

ବ୍ୟକ୍ତି ପ୍ରଥମେ ଏହାକୁ ବିଶ୍ଵାସ କରି ପାରିନଥିଲେ। ତାଙ୍କୁ ଲାଗିଥିଲା ଭୁଲ୍ ବଶତଃ ଏମିତି ରେଟ୍ ସ୍ଥିର କରାଯାଇଛି। ପ୍ରିଣ୍ଟିଂରେ କିଛିଟା ତ୍ରୁଟି ଥାଇପାରେ। ହେଲେ ଆମାଜନର କମର୍ସ ସାଇଟ୍‌ରେ ଏମିତି ଦେଖିବା ପରେ ଲୋକେ ମୁଣ୍ଡରେ ହାତ ଦେଇଛନ୍ତି। ମଜାର କଥା ବାଲ୍‌ଟି କିଣିବା ପାଇଁ ଇଏମଆଇ ବ୍ୟବସ୍ଥା କରାଯାଇଛି। ଆଉ ଏହି ଇଏମଆଇ ୧୧୨୪ ଟଙ୍କାରୁ ଆରମ୍ଭ ହେଉଛି।

ଏହା ପରେ ବ୍ୟକ୍ତି ଜଣକ ମଜାଳିଆ ଢଙ୍ଗରେ ଟୁଇଟ୍ କରି ଏହି ଘଟଣାକୁ ସାମ୍ନାକୁ ଆଣିଛନ୍ତି। ଲୋକେ ଏହା ଜାଣି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। କେହି କେହି ତ ବାଲଟିର ଦାମ ୯୯  ହଜାର ଟଙ୍କା ହେବା ଉଚିତ୍ ବୋଲି କହିଛନ୍ତି। ଆଉ  କେହି ଏତେ ଦାମ ଦେଇ ବାଲଟି କିଏ କିଣିବ ବୋଲି କହିଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.