ଆମାଜନ ୱେବସାଇଟରେ ଏବେ ଉପଲବ୍ଧ ନଡ଼ିଆ ସଢେଇ, ଦାମ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | January 17, 2019 IST

ଦିଲ୍ଲୀ ୧୭/୧ : ନଡ଼ିଆର ଲାଭଦାୟକ ଗୁଣ ସମ୍ପର୍କରେ ଆମେ ସମସ୍ତେ ଜାଣିଛେ | ନଡ଼ିଆ ପାଣିଠୁ ଆରମ୍ଭ କରି ନଡ଼ିଆ ତେଲ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ | ନଡ଼ିଆ ପାଣି, ନଡ଼ିଆ ଏବଂ ନଡ଼ିଆ ତେଲ, ସମସ୍ତଙ୍କର ଅଲଗା ଅଲଗା ଗୁଣ ରହିଛି | ନଡ଼ିଆ କମ ଟଙ୍କାରେ ବଜାରରେ ଉପଲବ୍ଧ | ନଡ଼ିଆ ଗଛ ଘରେ ଥିଲେ ଶୁଭ ବୋଲି ଲୋକେ ଘରେ ଘରେ ନଡ଼ିଆ ଗଛ ମଧ୍ୟ ଲଗାଇଥାନ୍ତି | କିନ୍ତୁ ନଡ଼ିଆର ଖୋଳପା ଯାହାକୁ  ଆମେ ସଢେଇ କହୁ ତାହା କେଉଁ କାମରେ ଆସିନଥାଏ ବୋଲି କୁହାଯାଏ | ତେବେ ସଢେଇକୁ ନେଇ ଏକ ଘଟଣା ସମ୍ପର୍କରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ | ଆମାଜନ ୱେବସାଇଟ ନଡ଼ିଆ ସଢେଇକୁ ଅଧିକ ଦାମରେ ବିକ୍ରି କରୁଛି | 

{"id":74998}

ବଜାରରେ ଗୋଟିଏ ନଡ଼ିଆ ୨୦ରୁ ୨୫ ଟଙ୍କାରେ ମିଳିଯାଇଥାଏ |ପଇଡ ପାଣି ଅବଶ୍ୟ ଟିକେ ମହଙ୍ଗା ପଡିଥାଏ | ତଥାପି ନଡ଼ିଆ ବା ପଇଡ ପାଣି ୪୦ ରୁ ୫୦ ଟଙ୍କାରେ ମିଳିଯାଇଥାଏ |

ଟ୍ୱିଟର ୟୁଜର ରାମ ରାଜେଶ୍ୱରୀ ନାମକ ଜଣେ ବ୍ୟକ୍ତି ଆମାଜନ ୱେବସାଇଟରେ ବିକ୍ରି ହେଉଥିବା ନଡ଼ିଆ ଖୋଳପା ବା ସଢେଇକୁ ନେଇ ଇଣ୍ଟରନେଟ ଦୁନିଆର ଧ୍ୟାନ ଆକର୍ଷଣ କରିଛନ୍ତି | ସେ କହିଛନ୍ତି ଯେ, ଲୋକେ ନଡ଼ିଆ ସଢେଇ  କାହିଁକି କିଣିବେ ? ଏହାର କାମ କଣ ? ଦ୍ୱିତୀୟରେ ଏହାର ଦାମ ଏତେ ଅଧିକ କଣ ପାଇଁ ?

ନଡ଼ିଆର ଏହି ଖୋଳପାର ଦାମ ଆମାଜନରେ ୩୦୦୦ ଟଙ୍କା | କିନ୍ତୁ ଏଥିରେ ଆପଣଙ୍କୁ ମିଳିବ ୫୫ ପ୍ରତିଶତ ରିହାତି |

{"id":74999}

ଆମାଜନର ଏହି ପ୍ରଡକ୍ଟ ବାବଦରେ ଶୁଣି କିଛି ଲୋକେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ପୂର୍ବରୁ କିଣିଥିବା ୟୁଜର୍ସ ଏହି ପ୍ରଡକ୍ଟ କିଣି ଖୁସି ବ୍ୟକ୍ତ କରିଛନ୍ତି | ଖବର ସମସ୍ତଙ୍କ ପାଇଁ ବିଶ୍ୱାସ ଯୋଗ୍ୟ ନହୋଇଥିଲେ ମଧ୍ୟ ସତ | ତେବେ ଖବର ପ୍ରସାରଣ ହେବାପରେ କିଛି ଲୋକେ ଦୁଃଖ ପ୍ରକାଶ କରିଛନ୍ତି ଯେ, ସେମାନେ ଆଗରୁ ନଡ଼ିଆ ଖୋଳପାକୁ ନ ଫୋପାଡ଼ିଥିଲେ ଆଜି କୋଟିପତି ହୋଇସାରନ୍ତେଣି |   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.