ଆମାଜନରେ ଛଟେଇ ଆରମ୍ଭ; ଇ-ମେଲରେ କର୍ମଚାରୀଙ୍କୁ ନୋଟିସ୍ ପଠାଇଲା କମ୍ପାନୀ, ପ୍ରକ୍ରିୟା ଉପରେ ଉଠିଲା ଆପତ୍ତି

Published By : Prameya-News7 Bureau | November 19, 2022 IST

ନୂଆଦିଲ୍ଲୀ: ଆମାଜନରେ କର୍ମଚାରୀ ଛଟେଇ ଆରମ୍ଭ । କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଇ-ମେଲ ମାଧ୍ୟମରେ ନୋଟିସ୍ ଦିଆଯାଇଛି । ପ୍ରାୟ ୧୦ହଜାର କର୍ମଚାରୀଙ୍କୁ ଖୋଲିବାକୁ ଯାଉଛି ଇ-କମର୍ସ କମ୍ପାନୀ । ହେଲେ ଆମାଜନର ଏଭଳି ଛଟେଇ ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି ଅନେକ କମ୍ପାନୀ । ଆମାଜନର କଷ୍ଟ କଟିଂ ପଦ୍ଧତିକୁ ନିନ୍ଦା କରିଛି ନାସେଣ୍ଟ ଇନଫର୍ମେସନ ଟେକ୍ନୋଲୋଜି ଏପ୍ଲୋଏଜି ସିନେଟ୍ । ଇ-ମେଲରେ ନୋଟିସ୍ ଦେଇ କର୍ମଚାରୀଙ୍କୁ ବାହାର କରିବା ଗ୍ରହଣୀୟ ନୁହେଁ ବୋଲି କମ୍ପାନୀ କହିଛି ।

ଆମାଜନରେ ଭାରତୀୟ କର୍ମଚାରୀଙ୍କୁ ବାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଇ-ମେଲ୍ ମାଧ୍ୟମରେ ନୋଟିସ୍ ପଠାଯାଇଛି । ହେଲେ ଇ-କମର୍ସ କମ୍ପାନୀର ଏଭଳି କଷ୍ଟ କଟିଂ ପଦ୍ଧତିକୁ ନେଇ ଆପତ୍ତି ଉଠାଇଛନ୍ତି ନାସେଣ୍ଟ ଇନଫର୍ମେସନ ଟେକ୍ନୋଲୋଜି ଏପ୍ଲୋଏଜି ସିନେଟ୍ ଅଧ୍ୟକ୍ଷ ହରିପ୍ରୀତ ସିଂ ସାଲୁଜି । ସେ କହିଛନ୍ତି, କର୍ମଚାରୀଙ୍କୁ ଏଭଳି ବାହାର କରିବା ଆଇନ ବିରୋଧୀ । ଯେଉଁ କର୍ମଚାରୀମାନେ ସର୍ବନିମ୍ନ ଏକ ବର୍ଷ କାମ କରିଛନ୍ତି, ତାଙ୍କୁ ତିନି ମାସ ପୂର୍ବରୁ ନୋଟିସ୍ ଦେବା ଦରକାର । କର୍ମଚାରୀଙ୍କୁ ବାହାର କରିବା ପୂର୍ବରୁ ସଠିକ୍ କାରଣ ଦର୍ଶାଇବା ଆବଶ୍ୟକ । ଏହି ଘଟଣାରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଶ୍ରମ ଅଧିକାରୀଙ୍କୁ ଯାଞ୍ଚ କରିବାକୁ ମାମଲା ଦାୟର ହୋଇଛି ବୋଲି ସାଲୁଜା କହିଛନ୍ତି ।

ଟ୍ବିଟର ଓ ମେଟା ପରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି ଆମାଜନ । ପ୍ରାୟ ୧୦ ହଜାରରୁ ଅଧିକ କର୍ମଚାରୀ ବାହାର କରିବା ନେଇ ଯୋଜନା କରିଛି ଇ-କମର୍ସ କମ୍ପାନୀ । ଛଟେଇ ନେଇ ଭାରତୀୟ କର୍ମଚାରୀଙ୍କୁ ଇ-ମେଲ୍ ମାଧ୍ୟମରେ ନୋଟିସ୍ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.