ଭାରତରେ ୧ନିୟୁତ ଡଲାର ବିନିଯୋଗ କରି କୌଣସି ଉପକାର କରୁନାହାନ୍ତି ଜେଫ୍ ବେଜୋସ୍ : ପିୟୁଷ ଗୋୟଲ୍

Published By : Prameya-News7 Bureau | January 17, 2020 IST

ନୂଆଦିଲ୍ଲୀ ୧୭/୧: ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଜେଫ ବେଜୋସଙ୍କ ଦ୍ବାରା ଭାରତରେ ଏକ ନିୟୁତ ଡଲାରର ଘୋଷଣା କରିବାର ଗୋଟିଏ ଦିନ ପରେ ହିଁ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟଲ ଗତକାଲି କହିଛନ୍ତି ଯେ ଭାରତରେ ଏକ ନିୟୁତ ଡଲାର ବିନିଯୋଗ କରି ଆମାଜନ୍ କୌଣସି ଉପକାର କରୁନାହିଁ। ସେ ଇ-କମର୍ସ କମ୍ପାନୀକୁ ପ୍ରଶ୍ନ କରିଛନ୍ତି ଯେ ବଜାର ବିଗାଡ଼ୁଥିବା ମୂଲ୍ୟ ଆରମ୍ଭ କରି କିପରି ଏତେ କ୍ଷତି ସହି ହେବ।

ଗୋୟଲ କହିଛନ୍ତି ଯେ ଇ-କମର୍ସ କମ୍ପାନୀକୁ ଭାରତୀୟ ନିୟମ ପାଳନ କରିବାକୁ ପଡ଼ିବ ଏବଂ ମଲଟି ବ୍ରାଣ୍ଡ ସେଗମେଣ୍ଟରେ ପଛପଟୁ ପ୍ରବେଶ କରିବା ପାଇଁ ଲୁପହୋଲ୍ ଖୋଜିବା ଅନୁଚିତ୍। ଭାରତ ମଲଟି ବ୍ରାଣ୍ଡ ରିଟେଲରେ ୪୯ପ୍ରତିଶତରୁ ଅଧିକ ବୈଦେଶିକ ବିନିଯୋଗକୁ ଅନୁମତି ଦେଇନାହିଁ ଏବଂ ଏବେ ଯାଏଁ କୌଣସି ବୈଦେଶିକ ରିଟେଲର୍ସଙ୍କ ଆବେଦନକୁ ସ୍ବୀକୃତି ପ୍ରଦାନ କରିନାହିଁ।

ରାୟସେନା କଥାରେ ଗୋୟଲ କହିଥିଲେ ଯେ ଆମାଜନ ଏଠାରେ ଏକ ନିୟୁତ ଡଲାରର ବିନିଯୋଗ କରୁଛି କିନ୍ତୁ ଯଦି ସେମାନେ ପ୍ରତି ବର୍ଷ ଏକ ନିୟୁତ ଡଲାରର କ୍ଷତି ସହୁଛନ୍ତି ତେବେ ଏହାର ଅର୍ଥ ସେମାନେ ଏହାର ଭରଣା ମଧ୍ୟ ଏଠାରୁ କରିବେ। ଏଥିପାଇଁ ସେମାନେ ଭାରତରେ ଏକ ନିୟୁତ ଡଲାରର ବିନିଯୋଗ କରି କୌଣସି ଉପକାର କରୁନାହାନ୍ତି।

ଜେଫ ବେଜୋସ୍ ବୁଧବାର ଭାରତରେ ଏକ ନିୟୁତ ଡଲାର ବିନିଯୋଗ କରିବାକୁ ଘୋଷଣା କରିଥିଲେ। ଏହା ସାହାଯ୍ୟରେ ଲଘୁ ଏବଂ ମଧ୍ୟମ ଉଦ୍ୟୋଗକୁ ଡିଜିଟାଲ୍ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.