ଆମାଜନ’ର ନୂଆ ସର୍ଭିସ୍‌, ମାତ୍ର ୨ ଘଣ୍ଟାରେ ଘରେ ପହଞ୍ଚିବ ଜିନିଷ

Published By : Prameya-News7 Bureau | August 23, 2019 IST

ନୂଆଦିଲ୍ଲୀ .- ଆମାଜନ.ଇନ୍‌ ଏବେ ଭାରତରେ ଏକ ନୂଆ ସେବା ବା ସର୍ଭିସ ଦେବା ପାଇଁ ଯାଉଛି । ଅନ୍‌ଲାଇନ୍‌ ଅର୍ଡର ବା କ୍ରୟ କରାଯାଇଥିବା ଜିନିଷ ମାତ୍ର ୨ ଘଣ୍ଟାରେ ଘରେ ପହଞ୍ଚିବ । ଏହାକୁ ଆମାଜନ୍‌ ଫ୍ରେସ ଷ୍ଟୋର ନାମ ଦିଆଯାଇଛି ।  ସକାଳ ୬ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଏହି ସେବା ଆମାଜନ୍‌.ଇନ୍‌ର ଉପଲବ୍ଧ ହେବ ।

{"id":148025,"width":562,"height":315}
ଆମାଜନ

ଆମାଜନ ପ୍ରାଇମର ଗ୍ରାହକ ଫଳ, ପନିପରିବା, ଦୁଗ୍ଧ ଓ ଦୁଗ୍ଧଜାତ ଜିନିଷ , ଚାଉଳ, ଡାଲି , ଅଟା, ତେଲ, ଅନ୍ୟାନ୍ୟ କିରାଣା ଓ ତେଜରାତି ଜିନିଷ, ପ୍ୟାକେଟରେ ଥିବା ଖାଦ୍ୟ, ପର୍ସନାଲ କେୟାର ବା ସାବୁନ , ସାମ୍ପୁ ଓ ବିଭିନ୍ନ କ୍ରିମ୍, କିଣୁଛନ୍ତି । ଏବେ ଆମାଜନ୍‌.ଇନ୍‌ରେ ଏହାକୁ ତୁରନ୍ତ କିଣି ପାରିବେ  । ଆଗରୁ ଆମାଜନ୍‌ ପ୍ରାଇମ୍‌ ଗ୍ରାହକଙ୍କୁ ଏହି ସୁବିଧା ଉପଲବ୍ଧ ହେଉଥିଲା । ଆମାଜନ୍‌ ଆପ୍‌ରୁ ଏହାକୁ ଅର୍ଡର ବା କ୍ରୟ କରିପାରିବେ ।

{"id":148026}
ଆମାଜନ ଗ୍ରୋସରୀ

ଆମାଜନ୍‌ ପ୍ରାଇମ୍‌ ଗ୍ରାହକଙ୍କ ପାଇଁ ପ୍ରଥମେ ଏହା କେବଳ ଦିଲ୍ଲୀ, ଏନ୍‌ସିଆର୍‌, ମୁମ୍ବଇ, ବେଙ୍ଗାଲୁର ଓ ହାଇଦ୍ରାବାଦରେ ଉପଲବ୍ଧ ହେବ ।

ଆମାଜନ୍‌ର କାଟେଗୋରୀ ମ୍ୟାନେଜ୍‌ମେଣ୍ଟ ଡାଇରେକ୍ଟର ସିଦ୍ଧାର୍ଥ ନାମ୍ବିୟାର ଏ ବିଷୟରେ ସୂଚନା ଦେଇଛନ୍ତି । ଏବେ ଆମାଜନ୍‌ ଗ୍ରାହକ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆମଜନ୍‌ରୁ କ୍ରୟ କରି ମାତ୍ର ୨ ଘଣ୍ଟା ମଧ୍ୟରେ ଏହାକୁ ପାଇ ପାରିବେ ।ଏହାକୁ ବେଙ୍ଗାଲୁରରେ ପ୍ରଥମେ ଲଞ୍ଚ କରାଯିବ ।

 ୬୦୦ ଟଙ୍କାରୁ ଅଧିକ କ୍ରୟରେ ଡେଲିଭରି ଚାର୍ଜ ଲାଗିବ ନାହିଁ । ଏହାଠାରୁ କମ୍‌ର କ୍ରୟ ଉପରେ ୨୯ ଟଙ୍କା ଡେଲିଭରୀ ଚାର୍ଜ ଲାଗିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.