୧ଟଙ୍କାରେ ମଧ୍ୟ ଆପଣ କିଣି ପାରିବେ ସୁନା : Amazon Pay ଲଞ୍ଚ କଲା ଏହି ଫିଚର୍

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧/୮: ଇ-କମର୍ସର ଦିଗ୍ଗଜ କମ୍ପାନୀ ଆମାଜନ୍ ଇଣ୍ଡିଆର ପେମେଣ୍ଟ ସର୍ଭିସେଜ ଆର୍ମ ଆମାଜନ୍ ପେ ଗ୍ରାହକଙ୍କ ପାଇଁ ଏକ ଶାନଦାର ଫିଚର ଲଞ୍ଚ କରିଛି। ଏହି ଫିଚରର ନାଁ ‘ଗୋଲ୍ଡ ଭାଲ୍ଟ’ ରଖାଯାଇଛି। ଏହା ଏପରି ଫିଚର ଯାହା ଗ୍ରାହକଙ୍କୁ ଡିଜିଟାଲ୍ ସୁନା କିଣିବାକୁ ଅଫର ଦେଇଥାଏ। ଆମାଜନର ଓ୍ବେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ ଏହି ଫିଚର ଦ୍ବାରା ଗ୍ରାହକ ୧ଟଙ୍କାର ମଧ୍ୟ ସୁନା କିଣିପାରିବେ।

 ଆମାଜନ୍ କମ୍ପାନୀ ଏଥିପାଇଁ ସେଫଗୋଲ୍ଡ ସହ ସେୟାର କରିଛି। ସେଫଗୋଲ୍ଡ ଡିଜିଟାଲ୍ ଗୋଲ୍ଡ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ରିଟେଲ୍ ବ୍ରାଣ୍ଡ,ଯାହା ୨୪କ୍ୟାରେଟ ସୁନାକୁ ୯୯୫ଶୁଦ୍ଧତା ପ୍ରଦାନ କରିଥାଏ।

କୁହାଯାଉଛି ଯେ ଏହି ଫିଚରକୁ ଲଞ୍ଚ କରି ଆମାଜନ୍ ଏକ ବଡ଼ ଧରଣର ମଧ୍ୟମ ଏବଂ ଯୁବ ବର୍ଗର ଗ୍ରାହକଙ୍କୁ ସାଧନ କରିଛି। ଯାହା ପ୍ରତିସ୍ପର୍ଦ୍ଧା କମ୍ପାନୀ ଯେପରିକି Paytm, PhonePe, Google Pay, MobiKwik ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

ଆମାଜନ୍ ମୁତାବକ ଏହି ଫିଚର ମାଧ୍ୟମରେ ଗ୍ରାହକ ଡିଜିଟାଲ୍ ବିକଳ୍ପ ଭାବେ ଗୋଲ୍ଡରେ ୧ଟଙ୍କାର ବିନିଯୋଗ କରିପାରିବେ ଏବଂ ଚାହିଁଲେ କୌଣସି କେଓ୍ବାଇସି ବିନା ଆପଣ ୨ଗ୍ରାମ୍ ଯାଏଁ ସୁନା କିଣି ପାରିବେ। ଆରମ୍ଭରେ Gold Vault ଜରିଆରେ ଆପଣ ଅତି କମରେ ୫ଟଙ୍କାରେ ଡିଜିଟାଲ୍ ସୁନା କିଣି ପାରିବେ।

ଡିଜିଟାଲ୍ ସୁନା କିଣାକିଣିର ଏହା ନୂଆ ଆଇଡିଆ ନୁହେଁ। ଏହା ପୂର୍ବରୁ ଅନେକ ଇ-କମର୍ସ ପ୍ଲେଟଫାର୍ଟ ଭଳି PhonePe, Paytm, MobiKwik , Google Pay ସମେତ ଅନ୍ୟ କେତେକ କମ୍ପାନୀ ଏହି ସୁବିଧା ଲଞ୍ଚ କରି ସାରିଛି ଏବଂ ପୂର୍ବରୁ ଡିଜିଟାଲ୍ ସୁନା ବିକ୍ରି କରୁଛି।

ଏହା ବ୍ୟତୀତ ଅନଲାଇନ୍ ଓ୍ବାଲେଟ୍ କମ୍ପାନୀ ପେଟିଏମ୍ ମଧ୍ୟ ନିଜ ବ୍ୟବହାରକାରୀଙ୍କୁ ପେଟିଏମ ଗୋଲ୍ଡ ରୂପରେ କୌଣସି ନେଣଦେଣରେ କ୍ୟାଶବ୍ୟାକ୍ ଅଫର ଦେଇଥାଏ। ଏହା ୨୦୧୬ଅକ୍ଟୋବର ମାସରେ ପାଇଲଟ ପ୍ରୋଜେକ୍ଟ ଭାବେ ନିଜ ଡିଜିଟାଲ୍ ଗୋଲ୍ଡ ଉତ୍ପାଦ ଲଞ୍ଚ କରିଥିଲା।

କେବଳ ଏତିକି ନୁହେଁ,ପେଟିଏମ୍ ଭଳି କିଛି କମ୍ପାନୀ ମୁଦ୍ରା ରୂପରେ ମଧ୍ୟ ସୁନାକୁ ଘରେ ଘରେ ଡେଲିଭରି ଦେଇଥାଏ। ଏପରିକି ଚାଇନାର ଇଲେକ୍ଟୋନିକ୍ସ କମ୍ପାନୀ Xiaomi ଅପ୍ରେଲରେ ପେମେଣ୍ଟ ସର୍ଭିସେଜ ଆର୍ମ MiPay ରେ ଡିଜିଟାଲ୍ ଗୋଲ୍ଡର ଅଫର ଆରମ୍ଭ କରି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.