ହୋଇଯାଆନ୍ତୁ ପ୍ରସ୍ତୁତ, ଆସୁଛି Amazon ମହାସଞ୍ଚୟ ସେଲ, ମୋବାଇଲ ଓ ଟିଭି ଉପରେ ମିଳିବ ବମ୍ପର ରିହାତି

Published By : Prameya-News7 Bureau | September 10, 2022 IST

ଆମାଜନ ତାଙ୍କର ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭଲ ସେଲ-୨୦୨୨ର ତାରିଖ ଘୋଷଣା କରିଛନ୍ତି। ଆମାଜନଙ୍କ ଏହି ସେଲ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବ। ତେବେ ମଜାର କଥା ଏଥର ଏହି ସେଲ କେବେ ସମାପ୍ତ ହେବ ସେ ନେଇ କୌଣସି ଘୋଷଣା ହୋଇ ନାହିଁ । ଆଶା କରାଯାଉଛି ଏହି ସେଲ ଦିପାବଳୀ ପର୍ଯ୍ୟନ୍ତ ଚାଲିପାରେ। ଚଳିତବର୍ଷ ଦିପାବଳୀ ଅକ୍ଟୋବର ୨୪ ତାରିଖରେ ପଡୁଛି। ଏଣୁ ୧ ମାସ କାଳ ଅନଲାଇନ କିଣାକିଣି ଚାଲିବ।

ଏହି ସେଲ ଲାଗି ଆମାଜନ ଏକ ମାଇକ୍ରୋ ସାଇଟ୍ ଚଳାଇବେ, ଯେଉଁଥିରେ ସେଲ କାଳରେ ଉପଲବ୍ଧ ହେବାକୁ ଥିବା ଅଫରର ଝଲକ୍ ଦେଖାଇବେ। ଆମାଜନ ସେଲ୍‌ରେ ଲାପଟପ୍, ସ୍ମାର୍ଟ ଫୋନ, ସ୍ମାର୍ଟ ୱାଚ୍, କମ୍ପ୍ୟୁଟର ପେରିଫେରାଲସ୍, ସ୍ମାର୍ଟ ଗେଜେଟସ୍‌ ଓ ଆମାଜନ ଡିଭାଇସ୍ ସମେତ ଅନେକ ସାମଗ୍ରୀ ଉପରେ ରିହାତି ଓ ଅଫର ମିଳିବ। ଉଲ୍ଲେଖଯୋଗ୍ୟ ଯେ ଫ୍ଲିପକାର୍ଟ ତାଙ୍କର ବିଗ୍ ବିଲିୟନ ଡେଜ୍ ସେଲ୍ ୨୦୨୨ ଲାଗି ତାରିଖ ଘୋଷଣା କରି ନାହାନ୍ତି।

{"id":682434,"sizeSlug":"full","linkDestination":"none"}

ଗ୍ରେଟ ଇଣ୍ଡିଆନ ଫେଷ୍ଟିଭଲ ସେଲ ଲାଗି ଆମାଜନ ଏସବିଆଇଙ୍କ ସହିତ ପାର୍ଟନରସିପ୍ କରିଛନ୍ତି। ଗ୍ରାହକ ଏସବିଆଇ ଡେବିଟ୍ ଓ କ୍ରେଡିଟ କାର୍ଡ ବ୍ୟବହାର କରି ୧୦ ପ୍ରତିଶତ ପର୍ଯ୍ୟନ୍ତ ତତ୍କାଳ ରିହାତି ପାଇ ପାରିବେ। ଏହି ପ୍ଲାଟଫର୍ମରେ ପ୍ରଥମ ଥର କିଣାକିଣି କରୁଥିବା ଲୋକଙ୍କୁ ଫ୍ଲାଟ୍‌ ୧୦ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ।   ଆଶା କରାଯାଉଛି ପ୍ରାଇମ୍ ମେମ୍ବରଙ୍କୁ ସେଲ କାଳରେ ଉପଲବ୍ଧ ଡିଲ ଓ ଡିସ୍କାଉଣ୍ଟର ଶୀଘ୍ରାତିଶୀଘ୍ର ଆକ୍ସେସ୍‌ ମିଳିଯିବ।

ହେବାକୁ ଯାଉଥିବା ଫେଷ୍ଟିଭାଲ ସେଲ ଡିଲରେ ମୋବାଇଲ ଓ ଏସସରିଜ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। କିଛି ସାମସଙ୍ଗ, ସାଓମୀ, ଆଇକ୍ୟୁଓଓ ଡିଭାଇସ ଉପରେ ବିଶେଷ ଅଫର ରହିବ। ସେଲରେ ଏପଲ ଆଇଫୋନ ଉପରେ ବି ଡିସ୍କାଉଣ୍ଟ ମିଳିବ। ଯାହା ବି ନୂଆ ଲଞ୍ଚ ହେବ ସେଲରେ ଉପଲବ୍ଧ କରାଯିବ। ସେଲରେ ମୋବାଇଲ ବ୍ୟତୀତ ଲାପଟପ ଉପରେ ମଧ୍ୟ ଡିସ୍କାଉଣ୍ଟ ମିଳିବ। କୁହାଯାଉଛି ଏଲଜିର ଗ୍ରାମ ସିରିଜ୍ ମଡେଲମାନଙ୍କ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ସେହିପରି ଟିଭି ଉପରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ରେଫ୍ରିଜେରେଟର ଏବଂ ୱାସିଂ ମେସିନ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.