ପିଏମ ମୋଦୀଙ୍କ ଉପରେ ଲିଖିତ ପୁସ୍ତକ ଉପରେ ରୋକ ଲଗାଇଲା ଆମାଜନ, କହିଲା- ହିନ୍ଦୁତ୍ୱ ଉପରେ ଆଧାରିତ ଲେଖା
6/02/2023 at 4:48 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲିଖିତ ପୁସ୍ତକ ମୋଦୀ ଆଣ୍ଡ ମି ଉପରେ ଆମାଜନ ରୋକ ଲଗାଇଛି । ପୁସ୍ତକର ଲେଖକ ସୌରଭ ଦତ୍ତ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ଏହା ହିନ୍ଦୁତ୍ୱ ଉପରେ ଆଧାରିତ ସାହିତ୍ୟ ହୋଇଥିବାକୁ ଏହାକୁ ବ୍ୟାନ କରାଯାଇଥିବା ଆମାଜନ କହିଛି । ସୌରଭ ଦତ୍ତ ଟ୍ୱିଟରେ ଆମାଜନ ପକ୍ଷରୁ ଦିଆଯାଇଥିବା ସୂଚନାକୁ ମଧ୍ୟ ସେୟାର କରିଛନ୍ତି ।
ଆମାଜନ କହିଛି ଯେ ଏହି ଆକାଉଣ୍ଟ ଉପରେ ହିନ୍ଦୁତ୍ୱ ଥିମ ଥିବା ସାହିତ୍ୟରୁ ସାମ୍ପ୍ରଦାୟିକତା ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗ ଥିଲା । ଆମାଜନ ନିଜ ବୟାନରେ ଲେଖିଛି,’କିଣ୍ଡଲ ପକ୍ଷରୁ ଗ୍ରାହାକଙ୍କ ମତାମତକୁ ଗୁରୁତ୍ୱର ସହ ନିଆଯାଉଛି । ଏହିପରି ଶୀର୍ଷକ ଥିବା ସାମଗ୍ରୀ ଉପରେ ଆକ୍ସନ ନିଆଯାଉଛି, ଯାହା ଲୋକଙ୍କ ମନକୁ ଅସ୍ଥିର କରାଉଛି । ଆପଣଙ୍କ ପୁସ୍ତକ ଏହି କ୍ୟାଟେଗୋରୀରେ ସାମିଲ ରହିଛି’ । ଏହାସହ ଲେଖକଙ୍କୁ ଆମାଜନ କହିଛି ଯେ ଯଦି ଅଭିଯୋଗ ପରେ କୌଣସି ଆକାଉଣ୍ଟକୁ ପ୍ଲାଟଫର୍ମରୁ ହଟାଯାଏ ତେବେ ଆପଣ ଦ୍ୱିତୀୟ ଆକାଉଣ୍ଟ ଖୋଲି ପାରିବେ ନାହିଁ ।
This is the message received from @amazon @AmazonKindle BANNING my book on @PMOIndia because it's viewed as 'Hindutva themed literature'. This is no game, they're out for us.@SarahLGates1 @hgenocidewatch @festivalbharat @CittiMedia @SwarajyaMag @TheJaggi @sharansetty2 @BJP4India pic.twitter.com/wZef4OwQtC
— Saurav Dutt 🇮🇳 (@sd_saurav) February 5, 2023
ଆମାଜନ ପୁସ୍ତକର ଲେଖକଙ୍କୁ କହିଛି ଯେ ନିଜର ନୀତି ଅନୁସାରେ ଆମେ ଆପଣଙ୍କ କାଉଣ୍ଟକୁ ବ୍ୟାନ କରୁଛୁ ଏବେ ଆପଣ ଦ୍ୱିତୀୟ ଆକାଉଣ୍ଟ ଖୋଲିପାରିବେ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଆମାଜନ କିଣ୍ଡଲରେ ପାଠକ ଅନଲାଇନ ପୁସ୍ତକ ପଢିପାରିବେ । ଏଥିରେ ବଡ଼ ଧରଣରେ ସାମଗ୍ରୀ ଉପରେ ରିହାତି ମିଳିଥାଏ । ତେବେ ଲେଖକଙ୍କ ଟ୍ୱିଟ୍ ଉପରେ ବର୍ତ୍ତମାନ ସୁଦ୍ଧା ଆମାଜନ ପକ୍ଷରୁ କୌଣସି ଜବାବ ଦିଆଯାଇ ନାହିଁ ।