Amazon ସିଇଓ କର୍ମଚାରୀଙ୍କୁ ଦେଲେ ଚେତାବନୀ, କହିଲେ- ଅଫିସ୍ ନ ଆସିଲେ ଚାଲିଯିବ ଚାକିରି
30/08/2023 at 3:08 PM

ନୂଆଦିଲ୍ଲୀ ୩୦।୦୮: ୱାର୍କଫ୍ରମ ହୋମ କରୁଥିବା Amazon କର୍ମଚାରୀଙ୍କ ଭଲ ଦିନ ଶେଷ ହେବାକୁ ଯାଉଛି । କମ୍ପାନୀର ସିଇଓ ସମସ୍ତଙ୍କୁ କାର୍ଯ୍ୟାଳୟକୁ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଯଦି ନ କରନ୍ତି ତାହାଲେ ସେମାନେ ଚାକିରି ହରାଇ ପାରନ୍ତି। ଆମାଜନ୍ ଡଟ୍ କମ୍ ଇଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଜେସି ଇନସାଇଡର୍ ଦ୍ଵାରା ପ୍ରାପ୍ତ ଏକ କମ୍ପାନୀ ବୈଠକର ରେକର୍ଡିଂ ଅନୁଯାୟୀ ତାଙ୍କ ରିଟର୍ନ-ଟୁ-ଅଫିସ୍ ଆଦେଶ ପାଳନ କରିବାକୁ ମନା କରିଥିବା କର୍ମଚାରୀମାନଙ୍କୁ କହିଥିଲେ ଯେ ଏହା ବୋଧହୁଏ ଆପଣଙ୍କ ପାଇଁ କାମ କରିବ ନାହିଁ। ।
ମେ ମାସରେ ଆମାଜନ କର୍ପୋରେଟ୍ କର୍ମଚାରୀମାନଙ୍କୁ ସପ୍ତାହରେ ତିନି ଦିନ ଅଫିସରୁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲା, କିନ୍ତୁ ଅନେକ କର୍ମଚାରୀ ଏହାକୁ ଫଲୋ କରୁନଥିଲେ। କିଛି କର୍ମଚାରୀ ଏହି ନିର୍ଦ୍ଦେଶକୁ ଗୁରୁତ୍ଵ ନଉଥିବାରୁ ନିରାଶ ହୋଇ ଜେସି ଚଳିତ ମାସ ଆରମ୍ଭରେ ଏକ ବୈଠକରେ ସ୍ପଷ୍ଟ କରିଛନ୍ତି । ଯେଉଁମାନେ ଏହି ନୀତି ଅନୁସରଣ କରୁନାହାଁନ୍ତି ସେମାନେ ଚାକିରୀ ହରାଇ ପାରନ୍ତି।
ଆମାଜନ ୨୭ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା-
ଗତ ମାସର ରିପୋର୍ଟରୁ ଜଣାପଡିଥିଲା ଯେ ତିନି ଦିନିଆ ଆଦେଶ ପାଳନ କରିବାକୁ କିଛି କର୍ପୋରେଟ୍ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବାକୁ ପଡିବ। ଆମେ ଆପଣଙ୍କୁ କହିବୁ ଯେ କମ୍ପାନୀ ପ୍ରାୟ ୨୭,୦୦୦ କର୍ମଚାରୀଙ୍କୁ ବରଖାସ୍ତ କରିଛି। କମ୍ପାନୀର ସିଆଟେଲ ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ଅନେକ କର୍ମଚାରୀ ରିଟର୍ଣ୍ଣ-ଟୁ- ଅଫିସ୍ ପଲିସିର ବିରୋଧ କରିବା ନେଇ ଚାକିରି ଛାଡି ଦେଇଥିଲେ।