ଯଦି ଏହି ସବୁ କମ୍ପାନୀରେ ଆପଣ ଚାକିରୀ କରୁଛନ୍ତି ତାହେଲେ ଆପଣ ଭାଗ୍ୟଶାଳୀ
17/06/2019 at 4:12 PM

ନୂଆଦିଲ୍ଲୀ ୧୭/୬ : ଭାରତର ୧୦ଟି କମ୍ପାନୀର ତାଲିକା ଜାରି କରାଯାଇଛି । ଏକ ସର୍ଭେ ଅନୁଯାୟୀ, ଯଦି ଆପଣ ଏହି କମ୍ପାନୀରେ ଚାକିରୀ କରୁଛନ୍ତି ତାହେଲେ ଆପଣଙ୍କୁ ଚାକିରୀ ସୁରକ୍ଷା, ଭଲ ଟଙ୍କା, ଏବଂ ପ୍ରମୋସନର ସମ୍ଭାବନା ରହିଛି । ରେଡଷ୍ଟାଣ୍ଡ ଇଣ୍ଡିଆ ତାଲିକା ଅନୁଯାୟୀ, ଏହି ତାଲିକାରେ ଆମାଜନ ଇଣ୍ଡିଆ ସବୁଠାରୁ ଶୀର୍ଷରେ ରହିଛି । ଗୁଗୁଲ ଇଣ୍ଡିଆ ଲଗାତାର ୩ ବର୍ଷ ଧରି ସର୍ବୋଚ୍ଚ ସ୍ଥାନରେ ରହିଥିବା ଯୋଗୁଁ ତାକୁ ହଲ ଅଫ ଫେମରେ ସାମିଲ କରାଯାଇଛି । ୩୨ଟି ଦେଶରେ ଏହି ସର୍ଭେ କରାଯାଇଛି ।

ତାଲିକାର ଦ୍ୱିତୀୟ ସ୍ଥାନରେ ମାଇକ୍ରୋସଫ୍ଟ ଇଣ୍ଡିଆ ରହିଛି । ତୃତୀୟ ସ୍ଥାନରେ ରହିଛି ସୋନି ଇଣ୍ଡିଆ । ଚତୁର୍ଥ ସ୍ଥାନରେ ରହିଛି ମର୍ସିଟିଜ୍ ବେଞ୍ଜ, ପଞ୍ଚମ ସ୍ଥାନରେ ଆଇବିଏମ୍, ଷଷ୍ଠରେ ଏଲଏନଟି, ସପ୍ତମ ସ୍ଥାନରେ ନେସଲେ, ଅଷ୍ଟମ ସ୍ଥାନରେ ଇନଫୋସିସ, ନବମ ସ୍ଥାନରେ ରହିଛି ଡେଲ ।

କମ୍ପାନୀଗୁଡିକର ରେଂକିଙ୍ଗ ଅନୁଯାୟୀ କର୍ମଚାରୀଙ୍କୁ ମିଳୁଥିବା ଦରମା ଏବଂ ଅନ୍ୟାୟ ସୁବିଧା, ୱାର୍କ ଲାଇଫ ଏବଂ ଚାକିରୀ ସୁରକ୍ଷା ସାମିଲ ଅଛି । ଏହି ସର୍ଭେରେ ୨ ଲକ୍ଷ ଲୋକଙ୍କ ମତାମତ ନିଆଯାଇଥିଲା ।

ସର୍ଭେ ଅନୁଯାୟୀ, ୫୫ ପ୍ରତିଶତ ଭାରତୀୟ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରୀ କରିବାକୁ ଇଛୁକ । ଅପରପକ୍ଷରେ କେବଳ ୯ ପ୍ରତିଶତ ଲୋକ ଷ୍ଟାର୍ଟଅପ କମ୍ପାନୀରେ ଯୋଗ ଦେବା ପାଇଁ ଇଛୁକ ଥାଆନ୍ତି । କାରଣ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରୀ ସୁରକ୍ଷିତ ରହିବା ସହ ବୃଦ୍ଧି ମଧ୍ୟ ହୋଇଥାଏ ।