ଆମାଜନରେ ଜାରି ରହିଛି ଛଟେଇ, AWS ଏବଂ ମାନବ ସମ୍ବଳ ବିଭାଗ କର୍ମଚାରୀଙ୍କୁ ବିଦା କଲା କମ୍ପାନୀ
27/04/2023 at 7:38 PM

ନୂଆଦିଲ୍ଲୀ, ୨୭/୦୪: ଆମାଜନ ପୁଣି ଏହାର କର୍ମଚାରୀଙ୍କ ଛଟେଇ ଘୋଷଣା କରିଛି। ଏଥର କମ୍ପାନୀ ଏହାର ଆମାଜନ ଓ୍ବେବ ସର୍ଭିସ୍ (AWS) ଏବଂ ମାନବ ସମ୍ବଳ ବିଭାଗରୁ ଏହି ଛଟେଇ କରିଛି। ତେବେ AWSରେ ଛଟେଇ ବୈଶ୍ବିକ ସ୍ତରରେ ପ୍ରଭାବିତ ହେବେ, ଯେଉଁଥିରେ ଆମେରିକା, କାନାଡା ଏବଂ କୋଷ୍ଟା ରିକାରେ ରହିଛି।
ପ୍ରଭାବିତ ହୋଇଥିବା କର୍ମଚାରୀଙ୍କୁ ସିଇଓ ଆଡାମ ସେଲିପ୍ସକି ଏବଂ ମାନବ ସମ୍ବଳ ମୁଖ୍ୟ ବେଥ୍ ଗଲେଟିଙ୍କ ମେଲ୍ ଦ୍ବାରା ସୂଚିତ କରିଥିବାନେଇ କହିଛନ୍ତି। ସୂଚନାଥାଉ ମାର୍ଚ୍ଚ ମାସରେ ସିଇଓ ଆଣ୍ଡି ଜସି ଅତିରିକ୍ତ ୯ ହଜାର କର୍ମଚାରୀଙ୍କ ଛଟେଇ ନେଇ ଘୋଷଣା କରିଥିଲେ। ଏହା ପୂର୍ବରୁ ଜାନୁଆରୀ ଏବଂ ଗତ ବର୍ଷ ନଭେମ୍ବରରେ ୧୮ ହଜାର କର୍ମଚାରୀଙ୍କ ଛଟେଇ ହୋଇଥିଲା।
Related Posts
ତୃତୀୟ ପର୍ଯ୍ୟାୟରେ ୧୫୦୦ କର୍ମଚାରୀଙ୍କୁ ଛଟେଇ କରିବ Spotify
4 December 2023
ଚେନ୍ନାଇରେ ପୁଣି ବର୍ଷା ବିତ୍ପାତ, ମନେ ପଡ଼ୁଛି ୨୦୧୫ର ବିଭୀଷିକା
4 December 2023