ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ ତେନ୍ତୁଳୀ, ଜାଣନ୍ତୁ କଣ ମିଳିଥାଏ ଫାଇଦା ?

Published By : Prameya-News7 Bureau | February 26, 2024 IST

ନୂଆଦିଲ୍ଲୀ ୨୬।୦୨: ତେନ୍ତୁଳୀ ଖାଇବାକୁ ପସନ୍ଦ କରନ୍ତି କି ? ବୋଧହୁଏ ଜାଣିନଥିବେ ଏହାକୁ ଖାଇବା ଦ୍ବାରା ଶରୀରକୁ କଣ ମିଳିଥାଏ ଫାଇଦା…ଆସନ୍ତୁ ଜାଣିବା... ତେନ୍ତୁଳୀ ହୃଦଘାତ କିମ୍ବା ରକ୍ତରେ ଶର୍କରା କମ୍‌ ଏବଂ  କୋଲେଷ୍ଟ୍ରଲ ପାଇଁ ରାମବାଣ ସଦୃଶ । ଯେଉଁମାନଙ୍କର ଦୀର୍ଘ ଦିନ ଧରି କୋଲେଷ୍ଟ୍ରଲ ରହିଛି ସେମାନଙ୍କ ପାଇଁ ତେନ୍ତୁଳି ବେଶ୍ ଉପକାରୀ ।

{"id":913887,"sizeSlug":"full","linkDestination":"none"}

ନିୟମିତ ତେନ୍ତୁଳୀ ଖାଇବା ଦ୍ୱାରା ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ । ଏଥିରେ ଥିବା ଫେନୋଲିକ୍ ହୃଦ୍‌ରୋଗ ପାଇଁ ଲାଭଦାୟକ । ତେନ୍ତୁଳୀ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏହା ଯକୃତ ଏବଂ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।  

{"id":913888,"width":840,"height":630,"sizeSlug":"full","linkDestination":"none"}

ତେନ୍ତୁଳୀରେ ଫାଇବର ଭରପୂର ରହିଥାଏ । ଏଥିରେ ଫ୍ୟାଟ ନଥାଏ । ଅଧ୍ୟୟନ ଅନୁଯାୟୀ, ପ୍ରତିଦିନ ତେନ୍ତୁଳୀ ଖାଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ । କାରଣ ଏଥିରେ ଫ୍ଲାଭୋନାଏଡ୍ ଏବଂ ପଲିଫେନୋଲ୍ ଥାଏ । ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୧୦-୨୦ ଗ୍ରାମ ତେନ୍ତୁଳୀ ଖାଇ ପାରିବେ।

{"id":913889,"width":837,"height":628,"sizeSlug":"full","linkDestination":"none"}

ତେବେ ଅତ୍ୟଧିକ ତେନ୍ତୁଳୀ ଖାଇବା ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ । ଏହା ଶରୀରରେ ଫ୍ଲୋରାଇଡ୍ ଅଂଶ ବୃଦ୍ଧିକରେ । ବିଶେଷ କରି ପିଲାମାନଙ୍କଠାରେ ଏହା ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ।

{"id":913890,"width":839,"height":439,"sizeSlug":"full","linkDestination":"none"}

ଅଧିକ ତେନ୍ତୁଳୀ ଖାଇବା ଦ୍ବାରା ଶରୀରରେ ଥିବା ରକ୍ତ ଅତ୍ୟଧିକ ପତଳା ହୋଇପାରେ । ରକ୍ତରେ ଶର୍କରା ସ୍ତର ମଧ୍ୟ କମିପାରେ । ଯଦିଓ ରକ୍ତସ୍ରାବ ଆରମ୍ଭ ହୁଏ, ରକ୍ତ ଜମାଟ ବାନ୍ଧିବାକୁ ଏହା ଅଧିକ ସମସ୍ୟା ସୃଷ୍ଟି କରିପାରେ ।

You Can Read:

wp:embed {"url":"https://www.prameyanews7.com/amazing-benefits-of-keeping-garlic-under-pillows/","type":"wp-embed","providerNameSlug":"prameya-news-7"}
https://www.prameyanews7.com/amazing-benefits-of-keeping-garlic-under-pillows/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.