ଘିଅ ଖାଆନ୍ତୁ, ଓଜନ କମାନ୍ତୁ; ଜାଣନ୍ତୁ କେଉଁ ସମୟରେ ଘିଅ ଖାଇବା ଶରୀର ପାଇଁ ଅଧିକ ହିତକର
10/09/2023 at 7:10 PM

ନୂଆଦିଲ୍ଲୀ 10/09 : ଘିଅ ଶରୀର ପାଇଁ ହିତକର। କିନ୍ତୁ ଘିଅ ସାଧାରଣତଃ ଖାଲି ପେଟରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇପାରେ। ସକାଳ ଜଳଖିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଯଦି ଆପଣ ଜଳଖିଆ ପୂର୍ବରୁ ଖାଲି ପେଟରେ ଘି ଖାଆନ୍ତି, ତେବେ ଆପଣ କେବଳ ସୁସ୍ଥ ରହିବେ ନାହିଁ ବରଂ ଫିଟ୍, ଚତୁର ଏବଂ ସୁସ୍ଥ ମଧ୍ୟ ରହିବେ । ଯଦି ଆପଣ ପ୍ରତିଦିନ ଏକ ଚାମଚ ଘିଅ ଖାଉଛନ୍ତି, ତେବେ ଶରୀର ସହିତ ଜଡିତ ସମସ୍ତ ଛୋଟ ଏବଂ ବଡ ରୋଗ ସବୁଦିନ ପାଇଁ ଭଲ ହୋଇପାରିବ। ଖାଲି ପେଟରେ ଘିଅ ଖାଇବା ଦ୍ୱାରା ଶରୀରର ଚର୍ବି କମିଯାଏ, ଓଜନ ହ୍ରାସ ହେବା ସହିତ ଏହା ହଜମ ହେବା ସହିତ କେଶ ଏବଂ ଚର୍ମ ପାଇଁ ମଧ୍ୟ ଲାଭଦାୟକ ଅଟେ। ତେଣୁ ଚାଲନ୍ତୁ ଜାଣିବା ସକାଳେ ଖାଲି ପେଟରେ ଘିଅ ଖାଇବା ଦ୍ୱାରା କଣ ସବୁ ଉପକାରିତା ମିଳିଥାଏ ।

1.ତ୍ୱଚା ପାଇଁ ଖୁବ୍ ଉପକାରୀ ଘିଅ- ଆପଣ ଘିଅକୁ ମେଦବହୁଳତା ସହିତ ଯୋଡିପାରନ୍ତି, କିନ୍ତୁ ଘିଅ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଘିଅ ଖାଇବା ଦ୍ୱାରା କୋଷଗୁଡ଼ିକ ପୁନଃଜୀବିତ ହୋଇପାରିବ। ଏହା ଆପଣଙ୍କ ତ୍ୱଚାକୁ ଚମକାଇବାରେ ସାହାଯ୍ୟ କରିଥାଏ।
2. ଆର୍ଥ୍ରାଇଟିସରେ ଲାଭଦାୟକ – ଖାଲି ପେଟରେ ଘିଅ ଖାଇବା ଦ୍ୱାରା ଆର୍ଥ୍ରାଇଟିସରୁ ମୁକ୍ତି ମିଳିଥାଏ । ଗଣ୍ଠି ଯନ୍ତ୍ରଣାରୁ ଆପଣ ଆରାମ ମଧ୍ୟ ପାଇପାରିବେ । ଘିଅରେ ଓମେଗା ଫ୍ୟାଟି ଏସିଡ୍ ମଧ୍ୟ ଥାଏ ଯାହା ଅଷ୍ଟିଓପୋରୋସିସ୍ ହେବାର ସମ୍ଭାବନାକୁ ହ୍ରାସ କରିଥାଏ ।

3.ମନକୁ ସକ୍ରିୟ ରଖେ- ମସ୍ତିଷ୍କକୁ ସକ୍ରିୟ ରଖିବାରେ ଘିଅ ସହାଯ୍ୟ କରିଥାଏ। ସକାଳେ ଖାଲି ପେଟରେ ଘିଅ ଖାଇଲେ, ଏହା ମସ୍ତିଷ୍କର କୋଷଗୁଡ଼ିକ ସକ୍ରିୟ ହୋଇଥାଏ। ଯେଉଁଥିପାଇଁ ସ୍ମରଣ ଶକ୍ତି ବଢ଼ିଥାଏ। ଅଲଜାଇମର ପରି ସମସ୍ୟା ସହ ଲଢ଼ିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ ।
4. ଓଜନ ହ୍ରାସ କରିବାରେ ଲାଭଦାୟକ – ସକାଳେ ଖାଲି ପେଟରେ ଗୋଟିଏ ଚାମଚ ଘିଅ ଖାଇବା ମଧ୍ୟ ଓଜନ ହ୍ରାସ କରିଥାଏ। ଲୋକଙ୍କ ମଧ୍ୟରେ ଏହା ଏକ ବଡ ଭୁଲ ଧାରଣା ଯେ ଘି ବ୍ୟବହାର କରିବା ଦ୍ୱରା ସେମାନଙ୍କର ଓଜନ ବଢ଼ିଥାଏ, କିନ୍ତୁ ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ 5 ରୁ 10 ଏମଏଲ୍ ଘିଅ ସେବନ କରୁଛନ୍ତି, ଏହା ଆପଣଙ୍କ ମେଟାବୋଲିକ୍ ହାର ବଢାଇଥାଏ ଏବଂ ଆପଣଙ୍କ ଓଜନ ହ୍ରାସ କରିଥାଏ ।

5. କେଶ ପାଇଁ ଲାଭଦାୟକ – ଘିଅ କେଶ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ସକାଳେ ଖାଲି ପେଟରେ ଘିଅ ଖାଇବା ଦ୍ୱାରା ଆପଣଙ୍କ କେଶ ଝଡିବା ସମସ୍ୟା ବି ଦୂର ହୋଇଥାଏ।
Also Read- ନିୟମିତ ଖାଆନ୍ତୁ ଶୁଣ୍ଠି, ଏହି ସବୁ ରୋଗରୁ ମିଳିବ ମୁକ୍ତି