WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଞ୍ଚା କଦଳୀ ଖାଉଛନ୍ତି କି ? ଜାଣନ୍ତୁ ଏହାର ଉପକାରିତା ବିଷୟରେ…

2/10/2023 at 2:40 PM

ନୂଆଦିଲ୍ଲୀ ୦୨।୧୦: ସମସ୍ତେ ପ୍ରାୟ କଞ୍ଚା କଦଳୀ ଖାଉଥିବେ । କିନ୍ତୁ ଜାଣନ୍ତି କି ମଣିଷ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ କଞ୍ଚା କଦଳୀ । ଏହାକୁ ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏମିତିକି ଅନେକ ରୋଗ ପାଇଁ ଔଷଧ ଖାଇବାକୁ ପଡିନଥାଏ । ଆସନ୍ତୁ ଜାଣିବା କଞ୍ଚା କଦଳୀର ଉପକାରିତା ବିଷୟରେ…

କଞ୍ଚା କଦଳୀରେ ଭରପୂର ରହିଛି ପୋଟାସିୟମ୍ । ବିଶେଷଜ୍ଞ କହିବା ଅନୁଯାୟୀ, କଞ୍ଚା କଦଳୀ ଖାଇବା ଦ୍ୱାରା ଶରୀର ଫୁର୍ତ୍ତିଲା ହେବା ସହିତ ହୃଦରୋଗର ଆଶଙ୍କା ମଧ୍ୟ କମିଯାଏ । ସେହିପରି ରକ୍ତରେ ଶର୍କରା ସ୍ତର ବୃଦ୍ଧି ନକରି ମିଠାସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ କଞ୍ଚା କଦଳୀ ।  ତେଣୁ ମଧୁମେହ ରୋଗୀମାନେ ନିରାପଦରେ କଞ୍ଚା କଦଳୀ ଖାଇପାରିବେ । ଏହା ଉଭୟ ଶରୀର ଏବଂ ସ୍ୱାସ୍ଥ୍ୟ ଭଲ ରହିବ ।

କଞ୍ଚା କଦଳୀରେ ଏନଜାଇମ୍ ଥାଏ, ଯାହା ଝାଡ଼ା ଏବଂ ପେଟ ସଂକ୍ରମଣକୁ ଭଲ କରିଥାଏ । ତେଣୁ ଝାଡ଼ା ହେଲେ ଡାକ୍ତରମାନେ କଞ୍ଚା କଦଳୀ ଖାଇବାକୁ ପରାମର୍ଶ ଦିଅନ୍ତି ।

ସେହିପରି ହଜମ ଜନିତ ସମସ୍ୟା ପାଇଁ କଞ୍ଚା କଦଳୀ ବହୁତ ଭଲ କାମ କରେ । ଯଦି ଫୁଟାଯାଇ ଲୁଣ ସହିତ ଖାଆନ୍ତି, ଏହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ  ।

କଞ୍ଚା କଦଳୀ ଭୋକ ଲାଗିବାକୁ ନିୟନ୍ତ୍ରଣ କରିଥାଏ । ଯାହା ଓଜନ ବୃଦ୍ଧିକୁ ରୋକିବାରେ ସହାୟକ ହୋଇଥାଏ । ଏହା ସହିତ ହାଡକୁ ଶକ୍ତ କରିବାରେ ସହାୟକ ହୋଇଥାଏ ।  କଞ୍ଚା କଦଳୀରେ ଭିଟାମିନ୍-ଏ, ଭିଟାମିନ୍-ବି ୬ ଓ ଭିଟାମିନ୍-ସି, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଓ ଫସଫେଟ୍ ରହିଛି ।

You Can Read:

   Related Posts