ହେବ ନାହିଁ ହୃଦ ରୋଗ- ଶରୀର ପାଇଁ ଲାଭଦାୟକ ରସୁଣ ଚା’ ବା ଗାର୍ଲିକ ଟି

Published By : Prameya-News7 Bureau | November 21, 2019 IST

ସାଧାରଣତଃ ଲୋକେ ବର୍ଷା ଓ ଶୀତ ଦିନରେ ଚା’ ପିଇବାର ମଜା ନିଅନ୍ତି। ଶୀତ ଦିନରେ ଥଣ୍ଡା, କଫ,ଜ୍ବର ଭଳି ରୋଗ ଲୋକଙ୍କୁ ଅଧିକ ହୋଇଥାଏ। ଏହା ସହ ଫ୍ଲୁର ସମସ୍ୟା ମଧ୍ୟ ରହେ। ତେବେ ଶରୀରକୁ ରୋଗମୁକ୍ତ କରିବା ପାଇଁ ରସୁଣ, ଅଦା, ଗୋଲମରିଚ ଗୁଣ୍ଡ ଥିବା ଗରମ ଖାଦ୍ୟ ଖାଇବା ଓ ପିଇବା ଜରୁରୀ। ସୂଚନାଯୋଗ୍ୟ ଯେ, ଥଣ୍ଡା ଓ କଫ ଭଳି ସ୍ଥିତିରୁ ବଞ୍ଚିବା ପାଇଁ ରସୁଣ  ଚା’ ପିଇବା ଲାଭଦାୟକ ହୋଇଥାଏ।

{"id":187607,"sizeSlug":"large"}

ମହୁ ସହ ରସୁଣ ଚା କରି ପିଇବା ଅତି ଉପାଦେୟ । ଏକ କପ୍‌ ଗାର୍ଲିକ ଟି ପାଇଁ ଦୁଇରୁ ତିନି କୋଲା ରସୁଣକୁ ଛେଚି ଗରମ ପାଣିରେ ଫୁଟାଇ ସେଥିରେ ମହୁ ମିଶାଇ ପିଇଲେ ହୃଦ ରୋଗ ସମ୍ଭାବ ବନା କମିଥାଏ । ଏହା ସହ ଶରୀରର ମେଦ ବହୁଳତା ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ।

{"id":187608,"sizeSlug":"large"}

ରସୁଣ ଚା’ ଓ ଏହାର ଫାଇଦା ବିଷୟରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ରସୁଣ ଚା ତଥା ଗାର୍ଲିକ ଟିକୁ ପାୱାରଫୁଲ ଟନିକ୍‌ କୁହାଯାଏ। ଯାହା କଫ ଓ ଥଣ୍ଡା ଦୂର କରିବାରେ ସାହାଯ୍ୟ କରେ। ଅନେକ ସର୍ଭେ ଦ୍ବାରା ଜଣା ପଡିଛି ଯେ, ରସୁଣ ଚା’ ପିଇଲେ ହୃଦରୋଗ ହୁଏ ନାହିଁ।

{"id":187610,"sizeSlug":"large"}

ଏହା  ରକ୍ତଚାପ ନିୟନ୍ତ୍ରଣ କରିବା ସହ ଓଜନ ମଧ୍ୟ କମ କରେ। ରିପୋର୍ଟ ଅନୁସାରେ ଏହା ମେଟାବଲିଜିମ୍‌ ଓ ପାଚନ ପ୍ରକ୍ରିୟା ସଠିକ୍‌ ରଖିବାରେ ସାହାଯ୍ୟ କରେ। କେବଳ ସେତିକି ନୁହେଁ ରସୁଣ ମାଉଥ ଅଲସର, ପେଟ କ୍ୟାନ୍ସର ଭଳି ସମସ୍ୟା ମଧ୍ୟ ଦୂର କରେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.