Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଗଷ୍ଟ ୨୩ରୁ ଅମରନାଥ ଯାତ୍ରା ଅନିର୍ଦ୍ଦିଷ୍ଟ ସମୟ ଯାଏ ସ୍ଥଗିତ, ଜାଣନ୍ତୁ କାରଣ

20/08/2023 at 7:25 PM

ନୂଆଦିଲ୍ଲୀ ୨୦।୮:  ଅମରନାଥ ଯାତ୍ରାକୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି। ଯାତ୍ରାକୁ ଅଗଷ୍ଟ ୨୩ରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯନ୍ତ ସ୍ଥଗିତ କରାଯାଇଛି। ପ୍ରଶାସନ ପକ୍ଷରୁ ରବିବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି। ମୁଖପାତ୍ର କହିଛନ୍ତି ଯେ ତୀର୍ଥ ଯାତ୍ରୀଙ୍କ ସଂଖ୍ୟାରେ ହ୍ରାସ ଓ ଟ୍ରାକ୍‌ ମରାମତି କାର୍ଯ୍ୟ ନିମନ୍ତେ ଦକ୍ଷିଣ କାଶ୍ମୀର ହିମାଳୟରେ ଅବସ୍ଥିତ ଅମରନାଥ ମନ୍ଦିରର ବାର୍ଷିକ ତୀର୍ଥ ଯାତ୍ରା ୨୩ ଅଗଷ୍ଟ ବୁଧବାରଠାରୁ ଅସ୍ଥାୟୀ ନିଲମ୍ବିତ ରହିବ।

୧ ଜୁଲାଇରେ ଦୁଇ ମାର୍ଗ ଅନନ୍ତନାଗ ଜିଲ୍ଲା ଦେଇ ପାରମ୍ପରିକ ୪୮ କିଲୋମିଟର ଦୀର୍ଘ ପହଲଗାଓଁ ଟ୍ରାକ୍‌ ଓ ଗନ୍ଦରବଲ ଜିଲ୍ଲାରେ ୧୪ କିଲୋମିଟର ଦୀର୍ଘ ବାଲଟୋଲ ମାର୍ଗ ଦେଇ ୬୨ ଦିବସୀୟ ଯାତ୍ରା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୪.୪ ଲକ୍ଷରୁ ଅଧିକ ତୀର୍ଥ ଯାତ୍ରୀ ମନ୍ଦିର ଦର୍ଶନ କରିସାରିଛନ୍ତି। ସ୍ରାଇନ ବୋର୍ଡ ଅଧିକାରୀମାନଙ୍କୁ ଉଲ୍ଲେଖ କରି ମୁଖପାତ୍ର କହିଛନ୍ତି ଯେ ତୀର୍ଥ ଯାତ୍ରୀଙ୍କ ପ୍ରବାହ ହ୍ରାସ ହେବା ଓ ଏଥିରେ ସୀମା ସଡ଼କ ସଙ୍ଗଠନ (ବିଆରଓ) ଦ୍ୱାରା ମାର୍ଗରେ ସମ୍ବେଦନଶୀଳ ଅଞ୍ଚଳରେ ମରାମତି କାମ ଚଳାଇବା ଯାତ୍ରୀ ସଂଖ୍ୟା ହ୍ରାସ କରିଛି ବୋଲି କହିଛନ୍ତି।

ଏଣୁ ଉଭୟ ମାର୍ଗରେ ମରାମତି ଓ ରକ୍ଷଣାବେକ୍ଷଣ କାମ ଚାଲିଥିବାରୁ ସେହି ବାଟ ଦେଇ ଅମରନାଥ ମନ୍ଦିରକୁ ଯାତ୍ରା କରିବା ଏବେ ବିପଦପୂର୍ଣ୍ଣ ବୋଲି ମୁଖପାତ୍ର କହିଛନ୍ତି। ଏଣୁ ଅମରନାଥ ଯାତ୍ରାକୁ ୨୩ ଅଗଷ୍ଟ ବୁଧବାରଠାରୁ ଅସ୍ଥାୟୀ ନିଲମ୍ବିତ କରାଯାଉଥିବା କହିଛନ୍ତି। ବିଆରଓଙ୍କ ରକ୍ଷଣାବେକ୍ଷଣା ଓ ମରାମତି କାମ ଶେଷ ହେବା ପରେ ପୁଣି ଥରେ ଅମରନାଥ ଯାତ୍ରା ଆରମ୍ଭ କରାଯିବ ଓ ଏ ନେଇ ସ୍ରାଇନବୋର୍ଡ ପକ୍ଷରୁ ଘୋଷଣା କରାଯିବ ବୋଲି ସେ କହିଛନ୍ତି।   

   Related Posts