ଅମରନାଥ ଯାତ୍ରା ସ୍ଥଗିତ : ଯାତ୍ରା ମାର୍ଗରୁ ମିଳିଲା ପାକ୍ ବାରୁଦ ସୁଡଙ୍ଗ ଓ ପାକିସ୍ତାନୀ ସ୍ନାଇପର ରାଇଫଲ୍

Published By : Prameya-News7 Bureau | August 03, 2019 IST

ଶ୍ରୀନଗର ୩|୮: ଜମ୍ମୁ କଶ୍ମୀରରେ ସରକାର ଜାରି କରିଥିବା ଆଡଭାଇଜରି ପରେ ଓ ଘାଟୀରେ ବିପୁଳ ସଂଖ୍ୟାରେ ସୁରକ୍ଷାବାହିନୀ ମୁତୟନ ପରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଯାଇଛି । ସମ୍ଭାବ୍ୟ ପରିସ୍ଥିତି ଉପରେ ସନ୍ଦେହ କରି ବିଭିନ୍ନ ରାଜନୈତିକ ଦଳ ସଂଧ୍ୟାରେ ଏକ ବୈଠକ କରିଥିଲେ । ମେହବୁବା ମୁଫତି, ଫାରକୁ ଅବଦୁଲା ଓ ଶାହ ଫୈଜଲ ସମେତ ରାଜ୍ୟର ନେତା ଚିନ୍ତା ପ୍ରକଟ କରିଛନ୍ତି । କେନ୍ଦ୍ର ସରକାର ଜାରି କରିଥିବା ଆଡଭାଇଜରି ପରେ କାଶ୍ମୀରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେଣୁ ଏକ ପ୍ରତିନିଧିମଣ୍ଡଳୀ ବିଳମ୍ବିତ ରାତିରେ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କୁ ଭେଟିଛନ୍ତି । ନେତୃମଣ୍ଡଳୀ କଶ୍ମୀରରେ ‘ଭୟପୂର୍ଣ୍ଣ ବାତାବରଣ’ ନେଇ ଅବଗତ କରାଇଛନ୍ତି । ତେବେ ରାଜ୍ୟପାଳ କହିଛନ୍ତି, କାଶ୍ମୀର ସ୍ଥିତି ଠିକ୍ ଅଛି । ସମସ୍ତ ରାଜନୈତିକ ଦଳ ଗୁଜବ ପ୍ରତି ଧ୍ୟାନ ନ ଦିଅନ୍ତୁ । ନିଜର ସମର୍ଥକଙ୍କୁ ସମସ୍ୟା ଓ ଗୁଜବ ପ୍ରତି ଧ୍ୟାନ ଆକର୍ଷଣ କରାନ୍ତୁ । ସେ ଲୋକଙ୍କୁ ଶାନ୍ତି ପରିସ୍ଥିତି ଜାରି ରଖିବାକୁ ଅପିଲ କରିଛନ୍ତି ।

{"id":140212,"width":579,"height":360}

ଅନ୍ୟପଟେ ଜମ୍ମୁ କାଶ୍ମୀର ଛାଡିବାକୁ ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସରକାର । ଅମରନାଥ ଯାତ୍ରା ଉପରେ ବଡ ଧରଣର ଆକ୍ରମଣ ଆଶଙ୍କା କରି ଏହି ନିଷ୍ପତି ନିଆଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଜମ୍ମୁ କାଶ୍ମୀର ଗୃହ ବିଭାଗ ସଚିବଙ୍କ ପକ୍ଷରୁ ଜାରି ସିକ୍ୟୁରିଟି ଆଡଭାଇଜରିରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ଯାତ୍ରା ଅବଧି କମ୍ କରି ତୁରନ୍ତ ଫେରିଯିବାକୁ କୁହାଯାଇଛି ।

{"id":140213}

ଅମରନାଥ ଯାତ୍ରାରେ ବଡଧରଣର ଆକ୍ରମଣ ଆଶଙ୍କା ଥିବା ସିଆରପିଏଫ, ଜମ୍ମୁ ପୋଲିସ ଓ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଅମରନାଥ ଯାତ୍ରା ମାର୍ଗରେ ବାରୁଦ ସୁଡଙ୍ଗ ଓ ପାକିସ୍ତାନୀ ସ୍ନାଇପର ରାଇଫଲ ମିଳିବା ପରେ ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢାଇ ଦେଇଛନ୍ତି ସରକାର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.