ପଞ୍ଜାବ ପାଇଁ ବିଜେପିର ପ୍ଲାନ, କ୍ୟାପ୍ଟେନ ଅମରିନ୍ଦର ସିଂ ଏବଂ ସୁନୀଲ ଜାଖର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସାମିଲ

Published By : Prameya-News7 Bureau | December 02, 2022 IST

ନୂଆଦିଲ୍ଲୀ: କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ରାଜନେତା ସୁନୀଲ ଜାଖର ଏବଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଦଳ ଜାତୀୟ କାର୍ଯ୍ୟକାରିଣୀରେ ସାମିଲ କରିଛି । କଂଗ୍ରେସ ଛାଡ଼ିବା ପରେ କ୍ୟାପ୍ଟେନ ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ଗଠନ କରିଥିଲେ ଏବଂ ବିଜେପି ସହ ମେଣ୍ଟ କରି ପଞ୍ଜାବ ବିଧାନସଭା ନିର୍ବାଚନ ଲଢିଥିଲେ । ଏହି ନିର୍ବାଚନରେ ତାଙ୍କ ପାର୍ଟି ଗୋଟିଏ ବି ଆସନ ଜିତି ପାରି ନଥିଲା । ନିର୍ବାଚନ ପରେ କ୍ୟାପ୍ଟେନ ଅମରିନ୍ଦର ନିଜ ପାର୍ଟିକୁ ବିଜେପି ସହ ବିଲୟ କରାଇଥିଲେ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବଳରାମ ଜାଖରଙ୍କ ପୁଅ ଏବଂ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ମଧ୍ୟ ମେ ମାସରେ ବିଜେପିରେ ସାମିଲ ହୋଇଥିଲେ । କଂଗ୍ରେସ ସହ ୫୧ ବର୍ଷର ସମ୍ପର୍କକୁ ଭାଙ୍ଗି ସେ ବିଜେପିରେ ସାମିଲ ହୋଇଥିଲେ । ସୁନୀଲ ଜାଖର ଏବଂ ଅମରିନ୍ଦର ସିଂଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସ୍ଥାନରେ ଦେଇ ବିଜେପି ଏବେ ପଞ୍ଜାବ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

ଉତ୍ତର ପ୍ରଦେଶର ପୂର୍ବତନ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ ନିଯୁକ୍ତ କରି ଦଳ । ଏହାସହ ଉତ୍ତରାଖଣ୍ଡର ପୂର୍ବତନ ଅଧ୍ୟକ୍ଷ ମଦନ କୌଶିକ, ଛତିଶଗଡ ବିଜେପିର ପୂର୍ବତନ ଅଧ୍ୟକ୍ଷା ବିଷ୍ଣୁଦେବ ସାଏଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମିଟିର ବିଶେଷ ଆମନ୍ତ୍ରିତ ସଦସ୍ୟ ହୋଇଛନ୍ତି । କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜୟବୀର ଶେରଗିଲକୁ ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ କରାଯାଇଛି ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.