ଅମରାବତୀ ହତ୍ୟାକାଣ୍ଡର ତଦନ୍ତ କରିବ NIA, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | July 02, 2022 IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ଅମରାବତୀରେ ଜଣେ ଦୋକାନୀଙ୍କ ହତ୍ୟା ମାମଲାରେ ତଦନ୍ତ କରିବ ଏନଆଇଏ । ସୂତ୍ର ଅନୁସାରେ କେନ୍ଦ୍ର  ଗୃହମନ୍ତ୍ରୀ ଅମିତ ଶାହ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅମରାବତୀର ଦୋକନୀ ଉମେଶ କୋହ୍ଲେଙ୍କୁ ଜୁନ ୨୧ରେ ହତ୍ୟା କରାଯାଇଥିଲା। କୁହାଯାଉଛି ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଉମେଶଙ୍କୁ ହତ୍ୟା କରାଯାଇଛି। ମାମଲାରେ ଛଅ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ପୋଲିସ ସୂଚନା ଅନୁସାରେ ୫୪ ବର୍ଷିୟ ଉମେଶ କୋହ୍ଲେ ଗୋଟିଏ ମେଡିସିନ ଦୋକାନ କରିଥିଲେ । ସେ ସୋସିଆଲ ମିଡିଆରେ ନୂପୁର ଶର୍ମାଙ୍କ ସମର୍ଥନରେ କିଛି ପୋଷ୍ଟ କରିଥିଲେ । ଦାବି କରାଯାଉଛି ଯେ, ଏହାକୁ ନେଇ ଜୁନ ୨୧ରେ ତାଙ୍କୁ ହତ୍ୟା କରାଯାଇଛି । ମାମଲାରେ ଆତଙ୍କୀ ଦିଗରୁ ମଧ୍ୟ ତଦନ୍ତ କରାଯାଉଛି । ଏଟିଏସ ଅମରାବତୀ ଘଟଣା ସହ ଉଦୟପୁର ଲିଙ୍କ୍ ଖୋଜିବାକୁ ପ୍ରସାୟ କରୁଛି ।

ଉଲ୍ଲେଖଯୋଗ୍ୟ ଯେ, ଉଦୟପୁରରେ କହ୍ନେୟାଲାଲକୁ ଦିନ ଦ୍ୱିପହରେ ମୁଣ୍ଡକାଟି ହତ୍ୟା କରାଯାଇଥିଲା । ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ଦୁଇ ମୁସଲମାନ ଯୁବକ ତାଙ୍କ ମୁଣ୍ଡ କାଟି ହତ୍ୟା କରିଥିଲେ । ଏହା ପରେ ଦୁଇ ହତ୍ୟାକରି ନିଜର ସ୍ୱିକାରୋକ୍ତି ସହ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ମାମଲାରେ ବି ଏନଆଇଏ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.