ବାରମ୍ୱାର ଦାବି ପରେ ବି ମିଳିଲାନି ନ୍ୟାୟ, ଆମରଣ ଅନଶନରେ ବସିଲେ ପୋୖରାଞ୍ଚଳ ସଫେଇ କର୍ମଚାରୀ

Published By : Prameya-News7 Bureau | August 19, 2022 IST

ଭଦ୍ରକ୧୯/୦୮: ଦଶ ମାସର ବକେୟା ଇଫିଏଫ ଓ ଇଏସଆଇ ମିଳିନଥିବା ଓ ଜନୈକ ଅଧିକାରୀଙ୍କ ଦୁର୍ବ୍ୟବହାରକୁ ନେଇ ଆମରଣ ଅନଶନରେ ବସିଲେ ପୋୖରାଞ୍ଚଳର ସଫେଇ କର୍ମଚାରୀ । ଭଦ୍ରକ ପୌରପାଳିକା ଅଧିନରେ ପୋୖରାଞ୍ଚଳରେ ସଫେଇ କାମରେ ନିୟୋଜିତ ପ୍ରାୟ ୩୫୦ରୁ ଅଧିକ ସଫେଇ କର୍ମଚାରୀ ଆମରଣ ଅନଶନରେ ବସିଛନ୍ତି ।

ଭଦ୍ରକ ସହରରେ ଶୋଭାଯାତ୍ରା କରିବା ପରେ ସଫେଇ କର୍ମୀମାନେ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି । ସଫେଇ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ବଡାଖାନା କାର୍ଯ୍ୟକ୍ରମରେ ପୌରପାଳିକାର ଜଣେ ଅଧିକାରୀ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଅନ୍ୟ ତଥା ମୁଖ୍ୟ ଦାବି ରହିଛି ଯେ ସମସ୍ତ ସଫେଇ କର୍ମଚାରୀଙ୍କର ୧୦ ମାସର ଇପିଏଫ ଓ ଇଏସଆଇ ମିଳିନାହିଁ ।

ନବ ନିଯୁକ୍ତ ଠିକାଦାର ସମସ୍ତ ଟଙ୍କା ଭରଣା କରୁଥିଲେ ମଧ୍ୟ ପୂର୍ବରୁ ଦାୟିତ୍ୱରେ ଥିବା ସଂସ୍ଥା ୧୦ମାସର ଇପିଏଫ ଓ ଇଏସଆଇ ଜମା କରି ନାହାନ୍ତି । ସମାନ ଅଭିଯୋଗ ନେଇ ସଫେଇ କର୍ମୀମାନେ ପୂର୍ବରୁ ଆନ୍ଦୋଳନକୁ ଓହ୍ଲାଇ ଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପୁଣି ଆନ୍ଦୋଳନ ସହ ଆମରଣ ଅନଶନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.