ଡାକ୍ତରଖାନା ବେଡ୍ରେ ଅମର ସିଂହ : ଭିଡିଓ କରି କହିଲେ -‘ଟାଇଗର ଅଭି ଜିନ୍ଦା ହେ’!
3/03/2020 at 2:39 PM

ନୂଆଦିଲ୍ଲୀ ୩/୩: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଥିବା ଅମର ସିଂହ ଆଜିକାଲି ଟ୍ବିଟର ଜରିଆରେ ଲୋକଲୋଚନରେ ରହୁଛନ୍ତି। ସୋମବାର ସେ ଏକ ଭିଡିଓ ଟ୍ବିଟ୍ କରିଛନ୍ତି ଏବଂ ଏହାର କ୍ୟାପସନ୍ ଦେଇଛନ୍ତି,‘ଟାଇଗର ଜିନ୍ଦା ହେ!’ ସେ ଏହି ଭିଡିଓରେ ମ୍ୟାସେଜ ଦେଉଛନ୍ତି ଯେ ସେ ଏବେ ବଞ୍ଚିଛନ୍ତି ଏବଂ ରୋଗଗ୍ରସ୍ତ ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କେତେକ ଲୋକ ତାଙ୍କ ମୃତ୍ୟୁର ମିଥ୍ୟା ଖବର ସୋସିଆଲ ସାଇଟରେ ଛାଡ଼ୁଛନ୍ତି।
ଭିଡିଓରେ ଅମର ସିଂହ କହୁଛନ୍ତି,‘ ସିଙ୍ଗାପୁରରୁ ସେ ଅମର ସିଂହ କହୁଛନ୍ତି। ସେ ରୋଗଗ୍ରସ୍ତ ଅଛନ୍ତି,କିନ୍ତୁ ସେ ଡରୁନାହାନ୍ତି। ସାହସ ବାକି ଅଛି,ଜୋଶ ବାକି ଅଛି ଏବଂ ହୋସ୍ ବି ବାକି ଅଛି। ଆମ ଶୁଭଚିନ୍ତକ ଏବଂ ମିତ୍ରମାନେ ଏହି ଗୁଜବ କରିଛନ୍ତି ଯେ ଯମରାଜା ତାଙ୍କୁ ତାଙ୍କ ପାଖକୁ ଡାକି ନେଇଛି। ଏହା ସମ୍ପୂର୍ଣ୍ଣ ମିଥ୍ୟା। ତାଙ୍କର ଚିକିତ୍ସା ଚାଲିଛି ଏବଂ ମାଆ ଭଗବତୀଙ୍କ କୃପା ହେଲେ ସେ ଅପରେସନ ଦ୍ବାରା ଖୁବ୍ ଶୀଘ୍ର ଭଲ ହୋଇଯିବେ’।
ପୂର୍ବରୁ ମଧ୍ୟ ଅମର ସିଂହ ଅଭିନେତା ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଥିଲେ।