ଅମାନିଆଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚେତାବନୀ, କ'ଣ କହିଲେ ଶୁଣନ୍ତୁ

Published By : Prameya-News7 Bureau | May 05, 2020 IST

ଭୁବନେଶ୍ବର୫/୫: ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବ  ଓ ପୋଲିସ ଡି .ଜି ଙ୍କ ପରେ ଅମାନିଆଙ୍କୁ ତାଗିଦ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ। ବାହାରୁ ଆସୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ୧୪ ଦିନ ପୃଥକବାସରେ ରହିବାକୁ ବାଧ୍ୟତାମୂଳକ। ଯାହାଙ୍କ ଶରୀରରେ କରୋନା ଲକ୍ଷଣ ପରିଲକ୍ଷିତ ହେଲେ ସେମାନଙ୍କ ସ୍ୱାବ ଟେଷ୍ଟିଂ କରାଯିବ। ଯେଉଁ ବ୍ୟକ୍ତି କ୍ବାରେଣ୍ଟାଇନ ନିୟମ ନ ମାନି ନିଜ ଇଚ୍ଛାରେ ମନମାନି କରନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।

wp:html /wp:html

ଏବେ ଆଠଟି ସ୍ଥାନରେ କୋଭିଡ-୧୯ର ଟେଷ୍ଟିଂ ବ୍ୟବସ୍ଥା ରହିଛି। ଅଧିକ ଟେଷ୍ଟିଂ ପାଇଁ ଯୋଜନା ରହିଛି। ସେଥିପାଇଁ ଖୁବ ଶୀଘ୍ର ଘରୋଇ ହସ୍ପିଟାଲମାନଙ୍କୁ ଅନୁରୋଧ କରାଯିବ। ବର୍ତ୍ତମାନ ଦିନକୁ ୩ ହଜାର ଟେଷ୍ଟିଂ କରାଯାଉଛି। ଏହି ଟେଷ୍ଟିଂ ସଂଖ୍ୟା କିପରି ୫ ହଜାରରେ ପହଞ୍ଚିବ, ସେହି ଦିଗରେ ସରକାର ଚିନ୍ତା କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଅନୁସାରେ ସମସ୍ତେ କ୍ବାରେଣ୍ଟାଇନ୍‌ ନିୟମ ପାଳନ କରନ୍ତୁ ବୋଲି ନବ ଦାସ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.