ଡେବ୍ୟୁ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଲେ ଅମନ ସେହରାୱତ, ଭାରତ ପାଇଁ ଆଣିଲେ ଷଷ୍ଠ ପଦକ

Published By : Prameya-News7 Bureau | August 09, 2024 IST

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପାଇଁ ଷଷ୍ଠ ପଦକ ଜିତିଛନ୍ତି ଷ୍ଟାର୍ ରେସଲର ଅମନ ସେହରାୱତ୍ । ୫୭ କେଜି ବର୍ଗରେ ମୁକାବିଲାରେ ଅମନ ସେହରାୱତ ପ୍ୟୁର୍ଟୋ ରିକୋର ଖେଳାଳି ଟୋଇ କ୍ରୁଜଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ବ୍ରୋଞ୍ଜ ମୁକିବାଲରେ ନିଜ ପ୍ରତିପକ୍ଷଙ୍କୁ ଏକତରଫା ମୁକାବିଲାରେ ୧୩-୫ରେ ପରାସ୍ତ କରି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ନିଜ ଡେବ୍ୟୁ ଅଲିମ୍ପିକ୍ସରେ ପଦକ ଜିତିବା ସହ ପ୍ୟାରିସରେ କୁସ୍ତିରୁ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି । 

ପ୍ୟାରିସ୍ ଅଲିମ୍ପିକ୍ସରେ ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ ହେବା ପରେ ସମସ୍ତଙ୍କ ନଜର ଅମନଙ୍କ ଉପରେ ଥିଲା । ଏବେ ସେ ସମସ୍ତଙ୍କୁ ଖୁସି କରି ଦେଶ ପାଇଁ ପଦକ ଜିତିଛନ୍ତି । ମୁକାବିଲା ଆରମ୍ଭରେ କ୍ରୁଜ ଅମନଙ୍କୁ ମ୍ୟାଟରୁ ବାହାର କରି ଏକ ପଏଣ୍ଟ ନେବା ସହ ଲିଡ୍ କରିଥିଲେ । କିନ୍ତୁ ଅମନ ଜୋରଦାର କମବ୍ୟାକ୍ କରି ଦୁଇ ପଏଣ୍ଟ ନେଇଥିଲେ । ତିନି ମିନିଟର ପ୍ରଥମ ପିରିୟଡରେ ଅମନ ୪-୩ରେ ଆଗୁଆ ରହିଥିଲେ । ଦ୍ୱିତୀୟ ପିରିୟଡ୍ ଆରମ୍ଭ ସହ ଅମନ ନିଜ ସ୍କୋରକୁ ୬-୩ କରିଥିଲେ । ଏହାପରେ ଅମନ ଅତି ଚମତ୍କାର ପ୍ରଦର୍ଶନ କରି ଆହୁରି ୭ ପଏଣ୍ଟ ନିଜ ନାଁରେ ଯୋଡ଼ି ଥିଲେ । ସମୟ ଶେଷ ବେଳକୁ ୧୩-୫ ସ୍କୋର ରଖି ବ୍ରୋଞ୍ଜ ପଦକ ନିଜ ନାଁରେ କରିବାରେ ସଫଳ ହେଲେ ।

ପ୍ରଥମ ଅଲିମ୍ପିକ୍ସରେ ଭାଗ ନେଇଥିବା ୨୧ ବର୍ଷୀୟ ଅମନଙ୍କ ଡେବ୍ୟୁ ସ୍ମରଣୀୟ ହୋଇଛି । ଅଲିମ୍ପିକ୍ସର ନିଜ ପ୍ରଥମ ଦୁଇଟି ବାଉଟକୁ ୧୦ ପଏଣ୍ଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେବେ ସେମିଫାଇନାଲରେ ସେ ଜାପାନର ଏକ ନମ୍ୱର ଖେଳାଳିଙ୍କଠାରୁ ୧୦-୦ରେ ପରାସ୍ତ ହୋଇଥିଲେ ।

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.