ନୂଆଦିଲ୍ଲୀ ୧୦/୦୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଭାରତ ଆଉ ଏକ ପଦକ ପାଇଛି । ଅଦ୍ୟାବଧି ଭାରତର ବ୍ୟାଗରେ ମୋଟ ୬ଟି ପଦକ ଆସିଛି । ପୁରୁଷ ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ଓଜନ ବର୍ଗରେ ଭାରତୀୟ ରେସଲର ଅମନ ସେହରାୱତ ବ୍ରୋଞ୍ଜ ପଦକ ଜିତିଛନ୍ତି । ବ୍ରୋଞ୍ଜ ପଦକ ମ୍ୟାଚରେ ଅମାନ ପୁଏର୍ତୋ ରିକୋର ଡାରିଆନ୍ ଟୋଇ କ୍ରୁଜଙ୍କୁ ୧୩-୫ରେ ପରାସ୍ତ କରିଛନ୍ତି । ତେବେ ସଫଳତାର ଏହି ଶୀର୍ଷରେ ପହଞ୍ଚିଥିବା ଅମନଙ୍କ ଜୀବନଶୈଳୀ ଥିଲା ବେଶ୍ ସଂଘର୍ଷପୂର୍ଣ୍ଣ ।
ଅମନ ତାଙ୍କ ପିଲାଦିନରେ ପିତାମାତାଙ୍କୁ ହରାଇଥିଲେ । ୨୧ ବର୍ଷୀୟ ଅମନଙ୍କ ଅଲିମ୍ପିକ୍ସ ଯାତ୍ରା ଆଦୌ ସହଜ ହୋଇନାହିଁ । ଜାଠ୍ ପରିବାରରୁ ଆସିଥିବା ଅମନ, ହରିୟାଣାର ଇଜ୍ଜୋର ଜିଲ୍ଲାର ବିରୋହରରୁ ଆସିଛନ୍ତି । କହିବାକୁ ଗଲେ ସେ ୧୧ ବର୍ଷ ବୟସରେ ପିତାମାତାଙ୍କୁ ହରାଇଥିଲେ । ଏହାପୂର୍ବରୁ ଅମନଙ୍କ ମା ୧୦ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ତା’ପରେ ପ୍ରାୟ ଏକ ବର୍ଷେ ପରେ ତାଙ୍କ ପିତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା ।
ଏହା ପରେ ଅମନ ଏବଂ ତାଙ୍କ ସାନ ଭଉଣୀ ପୂଜା ସେହରାୱତଙ୍କୁ ସେମାନଙ୍କ ଦାଦା ସୁଧୀର ସେହରାୱତ ଏବଂ ମାଉସୀଙ୍କ ଯତ୍ନରେ ଛାଡି ଦିଆଯାଇଥିଲା। ତାଙ୍କ ପିତାମାତାଙ୍କ ଦୁଃଖଦ ମୃତ୍ୟୁ ପରେ ଅମନ ଅତ୍ୟଧିକ ଉଦାସୀନତା ଭୋଗୁଥିଲେ । ତେଣୁ ସାହାରା ଦେବାକୁ ଜେଜେବାପା ମନଗେରାମ ସେହରାୱତ ଆଗେଇ ଆସିଥିଲେ । ଏସବୁ ମଧ୍ୟରେ ସେ କୁସ୍ତି ପ୍ରତି ଆଗ୍ରହ ଜାରି ରଖି କୋଚ୍ ଲଲିତ କୁମାରଙ୍କ ଅଧୀନରେ ତାଲିମ ଆରମ୍ଭ କରିଥିଲେ ।
ଅମାନ ତାଙ୍କର ପ୍ରଥମ ଜାତୀୟ ଚାମ୍ପିଅନସିପ୍ ଟାଇଟଲ୍ ଜିତି ୨୦୨୧ରେ ଲାଇମଲାଇଟ୍କୁ ଆସିଥିଲେ । ୨୦୨୨ ଏସୀୟ ଗେମ୍ସରେ ୫୭ କିଲୋଗ୍ରାମ ବର୍ଗରେ ଅମାନ ବ୍ରୋଞ୍ଜ ପଦକ ଜିତିଥିଲେ । ପରେ ୨୦୨୩ ଏସୀୟ ରେସଲିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୨୪ ଜାନୁୟାରୀରେ ସେ ଜାଗ୍ରେବ ଓପନ୍ ରେସଲିଂ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ । ସେ ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତର ଏକମାତ୍ର କୁସ୍ତି ଯୋଦ୍ଧା ଥିଲେ।