ଅମାଲା ପଲଙ୍କୁ କେରଳ ମନ୍ଦିରରେ ମିଳିଲାନି ଏଣ୍ଟ୍ରି, ପୋଷ୍ଟ ସେୟାର କରି କହିଲେ ଏମିତି
19/01/2023 at 9:41 AM

ମୁମ୍ଵାଇ ୧୯।୦୧: ସାଉଥ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଅମାଲା ପଲ୍। ବର୍ତ୍ତମାନ ତାଙ୍କୁ କେରଳ ହିନ୍ଦୁ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି କି, ଧାର୍ମିକ ଭେଦଭାବ ଯୋଗୁଁ ମନ୍ଦିରର ଅଧିକାରୀ ତାଙ୍କୁ କେରଳର ଏର୍ଣ୍ଣାକୁଲମର ତିରୁବେରାନିକୁଲମ ମହାଦେବ ମନ୍ଦିରରେ ପ୍ରବେଶ କରିବାକୁ ଦେଇନଥିଲେ । ଏଥି ସହିତ ମନ୍ଦିରର ଅଧିକାରୀମାନେ ରୀତିନୀତି ଅନୁଯାୟୀ କହିଛନ୍ତି ଯେ ଏହି ମନ୍ଦିର ପରିସରରେ କେବଳ ହିନ୍ଦୁମାନଙ୍କୁ ଅନୁମତି ଦିଆଯାଇଛି, ଏଠାରେ ଏହା ହେଉଛି ଏକ ନିୟମ।
ଅଭିନେତ୍ରୀ ଅମାଲା ପଲ୍ ସୋମବାର ଦିନ ମନ୍ଦିର ଯାଇଥିଲେ କିନ୍ତୁ ମନ୍ଦିର ଅଧିକାରୀମାନେ ହିନ୍ଦୁ ରୀତିନୀତି କଥା କହି ତାଙ୍କୁ ମନ୍ଦିରରେ ପ୍ରବେଶ କରାଇ ଦେଇନଥିଲେ । ଏହି ମନ୍ଦିରରେ କେବଳ ହିନ୍ଦୁମାନଙ୍କୁ ପ୍ରବେଶ ପାଇଁ ଅନୁମତି ବୋଲି କହିଥିଲେ ଆଉ ଅଭିନେତ୍ରୀଙ୍କୁ ମନ୍ଦିର ଦର୍ଶନ ବନ୍ଦ ପାଇଁ ମନା କରିଥିଲେ । ତେଣୁ ଅଭିନେତ୍ରୀ ଜଣକ ମନ୍ଦିର ସାମ୍ନାରେ ଠିଆ ହୋଇ ଠାକୁର ଦର୍ଶନ କରି ଫେରିଥିଲେ । ଅମାଲା ମନ୍ଦିରରେ ଥିବା ରେଜିଷ୍ଟରରେ ନିଜର ଅନୁଭୂତି ସେୟାର କରିଥିଲେ। ସେ ଲେଖିଥିଲେ, ଦେବୀ ମା’ଙ୍କୁ ନ ଦେଖି ମଧ୍ୟ ସେ ତାଙ୍କୁ ଅନୁଭବ କରିଥିଲେ । ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ନୈରାଶଜନକ। ୨୦୨୩ରେ ମଧ୍ୟ ଧାର୍ମିକ ଭେଦଭାବ ରହିଛି। ମୁଁ ଦେବୀ ମାଙ୍କ ପାଖକୁ ଯାଇପାରିଲିନି ସତ କିନ୍ତୁ ଦୂରରୁ ତାଙ୍କୁ ଅନୁଭବ କରିପାରିଲି। ମୁଁ ଆଶା କରୁଛି କି, ଖୁବଶୀଘ୍ର ଧାର୍ମିକ ଭେଦଭାବ ପରିବର୍ତ୍ତନ କରାଯିବ । ସମୟ ଆସିବ, ସମସ୍ତଙ୍କୁ ଧର୍ମ ଆଧାରରେ ନୁହେଁ ବରଂ ସମାନ ବ୍ୟବହାର ମିଳିବ।
ତିରୁବେଲାନିକୁଲମ ମହାଦେବ ମନ୍ଦିର ଟ୍ରଷ୍ଟ ଦ୍ୱାରା ସଂଚାଳିତ ମନ୍ଦିର ପ୍ରଶାସନ ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ମନ୍ଦିର ଟ୍ରଷ୍ଟର ସଚିବ ପ୍ରସୂନ କୁମାର କହିଛନ୍ତି, ଅନେକ ଅନ୍ୟ ଧର୍ମର ଭକ୍ତ ମନ୍ଦିର ଦର୍ଶନ ପାଇଁ ଆସୁଛନ୍ତି, ତାହା କେହି ଜାଣୁନାହାନ୍ତି, କିନ୍ତୁ ଜଣେ ସେଲିବ୍ରିଟି ଆସିଲେ, ତାହା ବିବାଦ ହୋଇଯାଉଛି ।