କଲରା ପାଇଁ ହତ୍ୟା କଲା ଆଳୁ!ପୁଲିସ ତଦନ୍ତ ଆରମ୍ଭ

Published By : Prameya-News7 Bureau | January 06, 2020 IST

ଭଦ୍ରକ ୦୬।୦୧ - କଲରା ଚୋରି କରିବା ପାଇଁ ଯାଇ ହତ୍ୟା କଲା ଆଳୁ । ଲୋକ ଲାଜ୍ୟା ଭୟ ରେରେ ପିଟି ପିଟି ହତ୍ୟା କରାଯାଇଥିବା ସନ୍ଦେହ । ପୋଲିସ ଅଭିଯୁକ୍ତ ଆଳୁକୁ ସନ୍ଦେହ ରେ ଅଟକ ରଖିଥିବା ବେଳେ ପୋଲିସ ର ସନ୍ଧାନୀ କୁକୁର ମଧ୍ୟ ହତ୍ୟାକାଣ୍ଡ ସ୍ଥାନ ରୁ ସିଧା ଯାଇ ପଶିଥିଲା ଆଳୁ ଘରେ । ତେବେ ହତ୍ୟାକାଣ୍ଡ ଘଟନା ରେ ପୋଲିସ ର ସନ୍ଧାନୀ କୁକୁର ଆଲୁ ଘରେ ପହଞ୍ଚି ଥିବା ରୁ ପୋଲିସ ଆଗରୁ ଗାଁ ଓ ମୃତକ ଙ୍କ ପରିବାର ଲୋକେ କହୁଛନ୍ତି ଆଳୁ ହିଁ ହତ୍ୟାକାରୀ । ଆଉ ଆଳୁ ଏବେ ପୋଲିସ କବ୍ଜା ରେ । ଆସନ୍ତୁ ଜାଣିବା କିଏ ଆଳୁ ? କଲରା ପାଇଁ କାହିଁକି କଲା ହତ୍ୟାକାଣ୍ଡ

{"id":207578,"width":584,"height":331,"sizeSlug":"large"}

ଆଳୁ , ଭଲ ନାମ ଅଜୟ ରାଉତ । ଘର ଭଦ୍ରକ ଜିଲ୍ଲା ଧାମନଗର ଥାନା କାଞ୍ଜିଆପାଳ ଗାଁ ରେ । ପୂର୍ବ ରୁ ମଧ୍ୟ ବହୁ ଛୋଟମୋଟ ଅପରଧା ଓ ଚୋରି ରେ ସମ୍ପୃକ୍ତ । କିନ୍ତୁ କେତେକ ମାମଲା ଗାଁ ରେ ସମାଧାନ ହୋଇଛି । ଥାନା ପର୍ଯ୍ୟନ୍ତ ଯାଇନାହିଁ । ଏବେ ଆଲୁ କଲରା ପାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେହି ଗାଁ ର ଅଧିକାଂଶ ଲୋକେ ପାରିବା ଚାଷ କରନ୍ତି । ଆଉ ଆଲୁ କାଳେ ସବୁବେଳେ ପାରିବା ଚୋରି କରେ ଆଉ ଧରାପଡିଲେ ଗାଁ ରେ ସମାଧାନ କରେ । ଏଥର କିନ୍ତୁ ଆଳୁ ନାଁ ରେ ସାଘାଂତିକ ଅଭିଯୋଗ । କଲରା ଚୋରି କରିବା ବେଳେ ଧରାପଡି ଯିବାରୁ ସେ ହତ୍ୟା କରିଛି । ଏକଥା କହୁଛନ୍ତି ମୃତକ ଙ୍କ ପରିବାର ଓ ଘର ଲୋକେ । ଗତକାଲି କାଞ୍ଜିଆପାଳ ଗାଁ ନିକଟ ରେ ଏକ କ୍ଷେତ ନିକଟ ଗଢିଆ ରୁ ମିଳିଥିଲା କ୍ଷେତ ମାଲିକ ପୂର୍ଣଚନ୍ଦ୍ର ପୃଷ୍ଟି ଙ୍କ ମୃତଦେହ । ମୃତଦେହ ରେ ବହୁ କ୍ଷତ ଚିହ୍ନ ଥିଲା । ନିକଟ ରେ ରକ୍ତ ପଡିଥିଲା । ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିଲେ । ଫରେନସିକ ଟିମ ଓ ସନ୍ଧାନୀ କୁକୁର କୁ ଆଣିଥିଲା ଧାମନଗର ପୋଲିସ । ଆଉ ସନ୍ଧାନୀ କୁକୁଡ଼ା ହତ୍ୟାକାଣ୍ଡ ସ୍ଥଳ ରୁ ସିଧା ଯାଇପସିଥିଲା ଆଳୁ ଘରେ । 

{"id":207579,"width":581,"height":329,"sizeSlug":"large"}

କ୍ଷେତ ରେ କଲରା ଓ ସାରୁ ଚାଷ କରିଥିଲେ ପୂର୍ଣଚନ୍ଦ୍ର । ପୂର୍ବରୁ ପାରିବା ଚୋରି ହେଉଥିଲା । ସେଦିନ ରାତି ରେ ପୂର୍ଣଚନ୍ଦ୍ର କ୍ଷେତ ଜଗିବା ପାଇଁ ଯାଇଥିଲେ । କିନ୍ତୁ ରାତି ରେ ନ ଫେରିବାରୁ ଘର ଲୋକେ ଓ ଗାଁ ଲୋକେ ଖୋଜାଖୋଜି କାଲେ । କ୍ଷେତ ନିକଟ ରେ ରକ୍ତ ପଡିଥିବା ରୁ ଆଖପାଖ ରେଖୋଜିଥିଲେ , ଆଉ କ୍ଷେତ ନିକଟ ଗାଧିଆ ରୁ ପୂର୍ଣଚନ୍ଦ୍ର ଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା । ମୃତଦେହ ମିଳିବା ସ୍ଥାନ ରେ ଗାଁ ଲୋକେ ଭିଡ ଜମାଇଥିଲେ । ଆଳୁ ମଧ୍ୟ ସେଠାରେ ଉପସ୍ଥିତ ଥିଲା । ପୋଲିସ ର ଗତିବିଧି ଉପରେ ନଜର ରଖିଥିଲା ଆଳୁ । ପରେ ପୋଲିସ ସନ୍ଦେହ ରେ ଅଜୟ ରାଉତ ଓରଫ ଆଳୁ କୁ ଅଟକ ରଖିଥିଲା । ସନ୍ଧାନୀ କୁକୁର ଦଉଡି ଦଉଡି ଯାଇ ସିଧା ଆଳୁ ଘର ଭିତରେ ପଶିଯାଇଥିଲା । ଅଟକ ଅଭିଯୁକ୍ତ ଆଳୁ ହତ୍ୟା ଘଟନା କୁ ସ୍ଵୀକାର କରି ନଥିବା  ବେଳେ ପୋଲିସ  ଆଳୁ ଅଟକ ରଖିବା ସହ ପଚରା ଉଚୁରା ଜାରିରଖିଛି । ତେବେ କଲରା ଚୋରି କରିବାକୁ ଯିବା ବେଳେ ଧରା ପଡିଗଲା ପରେ ଲୋକଲଜ୍ୟା ଓ ଠଣା ରେ ଅଭିଯୋଗ କରିଦେବା ଭୟ ରେ ହତ୍ୟା କରିଥିବା କହୁଛନ୍ତି ଗାଁ ଲୋକେ ।

{"id":207580,"width":572,"height":324,"sizeSlug":"large"}

କଲରା ଚୋରି କରିବା ପାଇଁ ଯାଇ ଧରାପଡିଯିବା ପରେ ଲୋକଲଜ୍ୟା ପାଇଁ ହତ୍ୟା କୁ ନେଇ ଏବେ ଚର୍ଚା । ସନ୍ଧାନୀ କୁକୁର ଆଳୁ ଘରେ ପଶିବା ପରେ ପୋଲିସ ଆଳୁ ହତ୍ୟାକାରୀ ବୋଲି କହିବା ପୂର୍ବରୁ ଗାଁ ଲୋକେ କହୁଛନ୍ତି ସନ୍ଧାନୀ କୁକୁର କେମିତି ଜାଣିଲା ହତ୍ୟାକାରୀ ର ଘର । ତେଣୁ ସେ ହିଁ ହତ୍ୟାକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.