ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଅଲଟ୍ ନ୍ୟୁଜ୍‌ର ସହ ସଂସ୍ଥାପକ ମହମ୍ମଦ ଜୁବେର ଗିରଫ, ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ

27/06/2022 at 9:28 PM

ନୂଆଦିଲ୍ଲୀ: ଅଲଟ୍ ନ୍ୟୁଜ୍‌ର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ସୋମବାର ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସ ଜୁବେରଙ୍କ ବିରୋଧରେ ଆଇପିସିର ଧାରା ୧୫୩/୨୯୫ ଆଧାରରେ କେସ୍ ରୁଜୁ କରିଛି।

ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର IFSO ୟୁନିଟ୍ ଜୁବେରଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ସାଂପ୍ରଦାୟିକ ବିଦ୍ଵେଷ ପ୍ରଚାର କରିବା ଅଭିଯୋଗରେ ଗିରଫ କରିଛି। ପୋଲିସ ଅନୁଯାୟୀ, ଜୁବେରଙ୍କ ବିରୋଧରେ ଜୁନ ୨୭ରେ ଟୁଇଟର ଜରିଆରେ ଏକ ଅଭିଯୋଗ ମିଳିଥିଲା। ଆଇପିସିର ଧାରା ୧୫୩ଏ ଏବଂ ୨୯୫ଏ ଆଧାରରେ କେସ୍ ରୁଜୁ କରି ସୋମବାର ଜୁବେରଙ୍କୁ ପଚରା ଉଚୁରା ପାଇଁ ଡକାଇଥିଲା ପୋଲିସ।

ଜୁବେରଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ଆଜି ତାଙ୍କୁ ଗିରଫ କରାଯାଇଥିବା ଅଧିକାରୀ କହିଛନ୍ତି। ମାମଲାର ଅଧିକ ତଦନ୍ତ ପାଇଁ ଜୁବେରଙ୍କୁ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ହାଜର କରାଇବ। ଉଲ୍ଲେଖନୀୟ ମହମ୍ମଦ ଜୁବେର ଅଲଟ ନ୍ୟୁଜ୍ ନାମରେ ଫ୍ୟାକ୍ଟ ଚେକିଂ ଓ୍ଵେବସାଇଟ୍ ଚଳାଉଛନ୍ତି। ଫ୍ୟାକ୍ଟ ଚେକିଂ ନାମରେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଥିବା ଜୁବେରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ଗତ ଦିନରେ ନିଲମ୍ବିତ ବିଜେପିର ମୁଖପାତ୍ର ନୂପୁର ଶର୍ମାଙ୍କ ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିଲା। କିଛି ସ୍ଥାନରେ ହିଂସାକାଣ୍ଡ ଘଟିଥିଲା। ଏହି ସବୁ ପ୍ରଦର୍ଶନକୁ ମଧ୍ୟ ଅଲଟ୍ ନ୍ୟୁଜର ସହ ସଂସ୍ଥାପକ ମହମ୍ମଦ ଜୁବେର ଉସୁକାଇଥିବା ଅଭିଯୋଗ ହୋଇଛି।

ଜୁବେରଙ୍କ ଗିରଫଦାରୀ ପରେ ତାଙ୍କ ସହଯୋଗୀ ପ୍ରତୀକ ସିହ୍ନା ଟୁଇଟ୍ କରି କହିଛନ୍ତି ସ୍ପେଶାଲ ସେଲ୍ ୨୦୨୦ ଏକ ମାମଲାରେ ଜୁବେରଙ୍କୁ ପଚରା ଉଚୁରା ପାଇଁ ଡକାଇଥିଲା। ଏହି ମାମଲାରେ  ପୂର୍ବରୁ ହିଁ ଗିରଫଦାରୀ ବିରୋଧରେ ହାଇକୋର୍ଟରୁ ରହିତାଦେଶ ଜାରି କରାଯାଇଥିଲା। ତଥାପି ସୋମବାର ସନ୍ଧ୍ୟାରେ ୬ଟା ୪୫ରେ ତାଙ୍କୁ ଅନ୍ୟ ଏକ ମାମଲାରେ ଗିରଫ କରାଯାଇଛି। କେଉଁ ମାମଲାରେ ଗିରଫ କରାଯାଇଛି ତାର କୌଣସି ନୋଟିସ୍  ଆମକୁ ଦିଆଯାଇନଥିଲା, ଯାହା ଆଇନତଃ ଜରୁରୀ। ଏ ପର୍ଯ୍ୟନ୍ତ ଆମକୁ ଏଫଆଇଆରର କପି ମିଳିନଥିବା ପ୍ରତୀକ କହିଛନ୍ତି।

ନିନ୍ଦା କଲେ ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜୁବେରଙ୍କ ଗିରଫଦାରୀର ନିନ୍ଦା କରିଛନ୍ତି। ସେ କହିଛନ୍ତି ବିଜେପିର ଘୃଣା, କଟ୍ଟରତା ଏବଂ ମିଛକୁ ଉଜାଗର କରୁଥିବା ପ୍ରତିଟି ବ୍ୟକ୍ତି ସେମାନଙ୍କ ପାଇଁ ବିପଦ। ସତ୍ୟ ପାଇଁ ସ୍ଵର ଉଠାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କଲେ ହଜାରେ ଆହୁରି ସାମ୍ନାକୁ ଆସିବେ। ଅତ୍ୟାଚାର ଉପରେ ସର୍ବଦା ସତ୍ୟର ବିଜୟ ହୋଇଥାଏ।

   Related Posts