ନା ଥିଲା ବ୍ୟାନର ନା ଥିଲେ କଂଗ୍ରେସର ନେତାଗଣ, ଏକାକୀ ବିରାଟ ବନ୍ଧୁ ମିଳନ ଆୟୋଜନ କଲେ ମହମ୍ମଦ ମୋକିମ
8/01/2023 at 7:17 PM

କଟକ: ନା ଥିଲା କଂଗ୍ରେସର ବ୍ୟାନର ପୋଷ୍ଟର ନା ଥିଲେ କଂଗ୍ରେର ନେତୃବୃନ୍ଦ। ହେଲେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା ବିରାଟ ବନ୍ଧୁ ମିଳନ । ଦରଘାବଜାର ପୁରୁଣା ଜେଲ ପଡ଼ିଆରେ ଅନୁଷ୍ଠିତ ହୋଇଛି ମୋକିମଙ୍କ ବିଶାଳ ସମ୍ମିଳନୀ । ତେବେ ଏହି ବନ୍ଧୁ ମିଳନ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ଏକ ଶକ୍ତି ପ୍ରଦର୍ଶନ ବୋଲି ଚର୍ଚ୍ଚା ହେଉଛି।
ଏହି ବନ୍ଧୁ ମିଳନରେ କଟକ ସହରରରୁ ସାମିଲ ହୋଇଥିଲେ ହଜାର ହଜାର ଲୋକ । ତେବେ କଂଗ୍ରେସ ଦଳରେ ବିବାଦ ଥିବାରୁ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ସିଧାସଳଖ ଦଳ ପରିବର୍ତ୍ତନ କଥାକୁ ନ ଏଡ଼ାଇ କଟକବାସୀ ଯାହା ଚାହିଁବେ ସେଇଆ ହେବ ବୋଲି କହିଛନ୍ତି ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ।
Related Posts
ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜାବନ ବଞ୍ଚାଇବାକୁ ଦୌଡିଲେ ଲୋକେ
8 February 2023
ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
8 February 2023
ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ
8 February 2023
କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
8 February 2023