ଟ୍ରେନ୍‌ ଧକ୍କାରେ ଚାଲିଗଲା ଆଲୋକଙ୍କ ଜୀବନ, ଦୁଇ ମାସ ତଳେ କରିଥିଲେ ଚାକିରି

Published By : Prameya-News7 Bureau | August 24, 2023 IST

ଚଣ୍ଡିଖୋଲ ୨୪।୦୮ :  ଟ୍ରେନ୍‌ ଧକ୍କାରେ ରେଳ କର୍ମଚାରୀ ମୃତ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଧାନମଣ୍ଡଳ ରେଳଓ୍ୱ ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା । ମୃତ କର୍ମଚାରୀଙ୍କ ନାମ ଆଲୋକ ମିଶ୍ର ବୋଲି ଜଣାପଡିଛି ।

{"id":835086,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଆଲୋକ ମିଶ୍ର ଦୁଇ ମାସ ହେବ ଧାନମଣ୍ଡଳ ଷ୍ଟେସନରେ କାର୍ଯ୍ୟ କରୁଥିଲେ । ବୁଧବାର ରାତିରେ ଷ୍ଟେସନ ଟ୍ରାକ୍‌ରେ ଏକ ଟ୍ରେନ୍‌ଟି ଆଲୋକଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଆଲୋକଙ୍କୁ ମୃତ୍ୟୁ ହୋଇଛି ।  

{"id":835087,"sizeSlug":"full","linkDestination":"none"}

ସେପଟେ ଘଟଣାସ୍ଥଳରେ ଜିଆରପି ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୃତଦେହ ପଠାଯାଇଛି । ମୃତକ ଆଲୋକ ମହାନ୍ତି ବ୍ରହ୍ମବରଦା ଥାନା ମଠସାହି ଅଞ୍ଚଳର ବୋଲି ଜଣାପଡିଛି । ଷ୍ଟେସନ କର୍ମଚାରୀ ଙ୍କ ମୃତ୍ୟୁକୁ ନେଇ ରେଳଓ୍ୱ ବିଭାଗ ତଦନ୍ତ ଆରମ୍ଭ କରିଛି ।

wp:embed {"url":"https://www.prameyanews7.com/himachal-pradesh-several-houses-collapsed/","type":"wp-embed","providerNameSlug":"prameya-news-7"}
https://www.prameyanews7.com/himachal-pradesh-several-houses-collapsed/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.