Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

Valentine Day: ସେଲିବ୍ରିଟିଙ୍କ ଅଧୁରା ପ୍ରେମ କାହାଣୀ, ତିକ୍ତତାରେ ଭାଙ୍ଗିଛି ହୃଦୟ, ସମ୍ପର୍କରେ ପଡିଛି ପୂର୍ଣ୍ଣଛେଦ…  

13/02/2023 at 6:00 PM

ମୁମ୍ବାଇ : ଏମିତିରେ କୁହାଯାଏ ପ୍ରେମ ଏକ ମିଠା ଅନୁଭୂତି । ଯାହା ଜୀବନକୁ ଖୁସିରେ ଭରିଦିଏ । କିନ୍ତୁ ବଲିଉଡର କିଛି ଏପରି ସେଲିବ୍ରିଟି ଅଛନ୍ତି ଯେଉଁମାନଙ୍କ ପ୍ରେମ ମିଠା ନୁହେଁ ବରଂ ଖଟ୍ଟା ଏବଂ ତିକ୍ତତାରେ ଭରି ରହିଥିଲା ।

ସଲମାନ ଖାନ-ଐଶ୍ବର୍ଯ୍ୟା ରାୟ :

ପ୍ରତ୍ୟେକ ସମ୍ପର୍କ ପରି ସଲମାନ ଓ ଐଶ୍ବର୍ଯ୍ୟାଙ୍କ ପ୍ରେମ ମଧ୍ୟ ବହୁତ ସୁନ୍ଦର ଭାବେ ଆରମ୍ଭ ହୋଇଥିଲା । କିନ୍ତୁ ଏହି ସମ୍ପର୍କ ଦୁହିଁଙ୍କ ପାଇଁ ଏପରି କଷ୍ଟଦାୟକ ଭାବେ ଶେଷ ହେବ କେହି ବି ଚିନ୍ତା କରିନଥିଲେ । ଐଶଙ୍କ ପ୍ରେମରେ ସଲ୍ଲୁ ଦିଓ୍ବାନା ହୋଇଯାଇଥିଲେ । ବୋଧହୁଏ ଏହା ହିଁ ଉଭୟଙ୍କ ସମ୍ପର୍କ ଭାଙ୍ଗିବାର କାରଣ ରହିଥିଲା। ଦୁହିଁଙ୍କ ପ୍ରେମ ସଂପର୍କ ଭାଙ୍ଗିବା ପରେ ଖୁବ୍ କାନ୍ଦିଛନ୍ତି ସଲମାନ ଖାନ ଏବଂ ଐଶ୍ଵର୍ଯ୍ୟା ରାୟ।

ଅକ୍ଷୟ କୁମାର- ଶିଳ୍ପା ସେଟ୍ଟୀ :

ଅକ୍ଷୟ କୁମାର ଏବଂ ଶିଳ୍ପା ସେଟ୍ଟୀଙ୍କ ସମ୍ପର୍କ କାହାକୁ ଅଛପା ନାହିଁ । କିନ୍ତୁ କୁହାଯାଏ ଯେ ଶିଳ୍ପାଙ୍କ ପଛରେ ପଡିଥିବା ଅକ୍ଷୟ ପରବର୍ତ୍ତୀ ସମୟରେ ତାଙ୍କ ସାଙ୍ଗ ଟ୍ବିଙ୍କିଲ ଖନ୍ନାଙ୍କ ସହ ନିକଟତର ହୋଇଥିଲେ । ପୁଣି ଅକ୍ଷୟ ଏବଂ ଟ୍ଵିଙ୍କିଲ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ। ଆଉ ଶିଳ୍ପାଙ୍କୁ କେବଳ ମିଳିଥିଲା ଧୋକ୍କା ଏବଂ କଷ୍ଟ ।

ଦୀପିକା ପାଦୁକୋନ-ରଣବୀର କପୁର  :

ଦୀପିକା ପାଦୁକୋନ ଏବଂ ରଣବୀର କପୁର ନିଜ କ୍ୟାରିୟରର ଆରମ୍ଭରେ ଏକାଠି ଅନେକ ଫିଲ୍ମ କରିଥିଲେ । ଏହି ସମୟରେ ଉଭୟ ପରସ୍ପରର ପ୍ରେମରେ ପଡିଯାଇଥିଲେ ।  କିନ୍ତୁ ଯେତେବେଳେ ହୃଦୟ ଭାଙ୍ଗିଗଲା, ସବୁକିଛି ଓଲଟ ପାଲଟ ହୋଇ ଯାଇଥିଲା। କୁହାଯାଏ ଯେ ରଣବୀରଙ୍କ ଦ୍ୱାରା ପ୍ରତାରିତ ହେବା ପରେ ଅନେକ ଦିନ ଧରି ଡିପ୍ରେସନରେ ରହିଥିଲେ ଦୀପିକା ।

ରଣବୀର କପୁର-କ୍ୟାଟ୍ରିନା କୈଫ :

ରଣବୀରଙ୍କ ପ୍ରେମରେ ପ୍ରତାରିତ ହୋଇ ଯେଉଁ କଷ୍ଟ ପାଇଥିଲେ ଦୀପିକା ପାଇଥିଲେ, ସେହି କଷ୍ଟ ଦେଇ ମଧ୍ୟ ଗତି କରିଥିଲେ କ୍ୟାଟ୍ରିନା ।  ସେହି ସମୟରେ ମଧ୍ୟ ଉଭୟଙ୍କ ବିବାହ ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଯେତେବେଳେ ଏହି ସମ୍ପର୍କ ଭାଙ୍ଗିଲା,କ୍ୟାଟ୍ରିନାଙ୍କ ହୃଦୟରେ ଲୁଚି ରହିଥିବା ଯନ୍ତ୍ରଣା ମଧ୍ୟ ସାମ୍ନାକୁ ଆସିଥିଲା ।

ହ୍ରିତିକ ରୋଶନ-ସୁଜାନ ଖାନ:

ହ୍ରିତିକ ଓ ସୁଜାନଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ । ଜଣେ ରାଜକୁମାର ଏବଂ ରାଜକୁମାରୀ ଦୁହେଁ ଦୁହିଁଙ୍କୁ ଭେଟିଲେ ଏବଂ ପରସ୍ପରର ପ୍ରେମରେ ପଡ଼ିଗଲେ । ଆଉ ବିବାହ କରିବାକୁ ମଧ୍ୟ ଅଧିକ ସମୟ ଲାଗିଲା ନାହିଁ । କିନ୍ତୁ ୧୪ ବର୍ଷ ପରେ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଛି। କୁହାଯାଏ କି ସୁଜାନ ହ୍ରିତିକଙ୍କ ଅନ୍ୟ ଅଭିନେତ୍ରୀଙ୍କ ସହ ସମ୍ପର୍କକୁ ସହ୍ୟ କରି ପାରିନଥିଲେ । ତେଣୁ ଦୁହିଁଙ୍କ ସମ୍ପର୍କରେ ପଡିଥିଲା ପୂର୍ଣ୍ଣଛେଦ ।

   Related Posts