oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଲୋଭନୀୟ ପ୍ରତିଶ୍ରୁତିର ପ୍ରତିଯୋଗିତା: ୬୦ ବର୍ଷରୁ ଅଧିକ ବୟସର ଶ୍ରମିକଙ୍କୁ ୩ ହଜାର ଟଙ୍କା ପେନ୍ସନ

13/04/2019 at 6:28 PM

ପେନ୍‌ଭୁବନେଶ୍ବର୧୩|୪: କାଳିଆ ଯୋଜନାକୁ କେହି ଅଟକାଇପାରିବେନି କହି ବିଜେଡି ବାରମ୍ବାର ବିଜେପିକୁ ଦାୟୀ କରୁ ଥିବା ବେଳେ ନାନାଦି ଲୋଭନୀୟ ସ୍କିମର ଘୋଷଣା କରିଛି। ତେବେ ଏସବୁକୁ କାଉଣ୍ଟର କରିବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଜେପିର ପେଡ଼ି ଖୋଲିଛନ୍ତି। ୧ ଟଙ୍କାରେ ଖାଲି ଚାଉଳ କାହିଁକି ଏବେ ଡାଲି ଲୁଣ ବି ମିଳିବ।  

ପ୍ରଚାରରେ ପଶିଲା ଲୋଭ ନୀୟ ପ୍ରତିଶ୍ରୁତିର ପ୍ରତିଯୋଗିତା । ଟଙ୍କିକିଆ ଚାଉଳକୁ ଆଧାର କରି ବିଜେଡି ଗତ ନିର୍ବାଚନ ଜିତିଥିବା ବେଳେ ଏଥର ବିଜେପି ନୂଆ ଥୋପ ଯୋଡ଼ିଛି ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି।

ବିଜେପି କ୍ଷମତାକୁ ଆସିଲେ ୧ ଟଙ୍କାରେ ଚାଉଳ ସହ ଟଙ୍କାରେ ଡାଲି ଓ ଲୁଣ ଯୋଗାଇଦେବ । ଧର୍ମେନ୍ଦ୍ରଙ୍କ ଏଭଳି ଘୋଷଣା ନିର୍ବାଚନ ବାତାବରଣକୁ ଆହୁରି ଉଷ୍ଣ କରିଛି । ୧ ଟଙ୍କାରେ ମିଳିବ ଡାଲି, ଲୁଣ ଓ ଚାଉଳ। ୫୦୦ ଗ୍ରାମ ଡାଲି, ୫୦୦ ଗ୍ରାମ ଲୁଣ, ୫ କେଜି ଚାଉଳ । ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯିବ।

ରାଜ୍ୟରେ ୩.୨୬ କୋଟି ହିତାଧିକାରୀ ହେବେ ଉପକୃତ ହେବେ। ଖାଲି ସେତିକି ନୁହେଁ ଧର୍ମେନ୍ଦ୍ର ତ ବିଲ୍‌କୁଲ ପ୍ରତିଶ୍ରୁତିର ପାହାଡ଼ ଠିଆ କରାଇଛନ୍ତି।  ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବାବଦକୁ ୩ ହଜାର ଟଙ୍କା। ୬୦ ବର୍ଷରୁ ଅଧିକ ବୟସର ଶ୍ରମିକଙ୍କୁ ୩ ହଜାର ଟଙ୍କା ପେନ୍‌ସନ।

ଅଙ୍ଗନବାଡ଼ି ଦିଦିଙ୍କୁ ୧୫ ହଜାର ଓ ସହାୟିକାଙ୍କୁ ୯ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ଧର୍ମେନ୍ଦ୍ର। ଚୌଦ୍ବାରରେ ନିର୍ବାଚନ ପ୍ରଚାର ସମୟରେ ଏସବୁ ଘୋଷଣା ଗୋଟିଏ ସ୍ଥାନରେ ଖୋଲିଛନ୍ତି।

ବିଜେପିର ଏହି ଘୋଷଣା ପରେ ରାଜନୀତିର ଚାଲିଥିବା ଲୋଭନୀୟ ପ୍ରତିଶ୍ରୁତିର ପ୍ରତିଯୋଗିତା ନୂଆ ସୀମା ଡେଇଁଛି । କଥାହେଉଛି ବିଜେପି ଏସବୁ ପ୍ରତିଶ୍ରୁତି ତା ଇସ୍ତାହାରରେ ବି ସ୍ଥାନ ଦେଇପାରିଥାନ୍ତା। ଏହା ନକରି ନିର୍ବାଚନୀ ସଭାରେ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ତେବେ ଟଙ୍କିକିଆ ଚାଉଳ ସ୍କିମ ବିଜେଡି ପାଇଁ ଭୋଟ ବ୍ୟାଙ୍କ ଥିଲା । ଚାଷୀ ଋଣ ଓ ନିଯୁକ୍ତି ପ୍ରତିଶ୍ରୁତି ଦେଇଛି କଂଗ୍ରେସ।

ଏବେ ନେତାଙ୍କ ହାତରେ ଓଡ଼ିଶା । ଭୋଟର ବି ଅନେଇ ବସିଛନ୍ତି କିଏ କେତେ ଘୋଷଣା କରୁଛି। ତେଣୁ ଅପେକ୍ଷା କରିବାକୁ ପଡ଼ିବ ଏପ୍ରିଲ ୨୭ ଯାଏଁ ଆହୁରି ଏମିତି ଘୋଷଣା ବି ଆସିବ ବିଭିନ୍ନ ଦଳରୁ।

   Related Posts