ମୁମ୍ଵାଇ ୧୬।୧୧: ବ୍ଲକ୍ବଷ୍ଟର ତେଲୁଗୁ ଫିଲ୍ମ ‘ପୁଷ୍ପା’ର ସଫଳତା ପରେ ସୁପର୍ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଡିମାଣ୍ଡ ଖୁବ୍ ବଢ଼ିଯାଇଛି । ଏକ ରିପୋର୍ଟ ଅନୁସାରେ, ‘ପୁଷ୍ପା’ ପରେ ଅଲ୍ଲୁ ବ୍ରାଣ୍ଡଗୁଡ଼ିକର ବିଜ୍ଞାପନ ଲାଗି ପାରିଶ୍ରମିକ ୧୭ ଗୁଣ ବଢ଼ାଇ ଦେଇଛନ୍ତି । ଏକ ଗଣମାଧ୍ୟମ ସ୍ପଷ୍ଟ କରିଛି, ‘ପୁଷ୍ପା’ ଫିଲ୍ମ ପୂର୍ବରୁ ଅଲ୍ଲୁ ଗୋଟିଏ ଦିନର ସୁଟିଂ ପାଇଁ ୩୫ ଲକ୍ଷ ଟଙ୍କା ଦାବି କରୁଥିଲେ ।
କିନ୍ତୁ ଏବେ କୌଣସି ବ୍ରାଣ୍ଡ୍ର ବିଜ୍ଞାପନ କରିବା ପାଇଁ ଦିନକୁ ୬ କୋଟି ଟଙ୍କା ଦାବି କରୁଛନ୍ତି । ଜଣେ ସାଉଥ୍ କଳାକାରଙ୍କ ପାଇଁ ଏହା ସର୍ବାଧିକ ପାରିଶ୍ରମିକ । ଅଲ୍ଲୁଙ୍କ ଭଳି ଲୋକପ୍ରିୟତା ପାଇଥିବା ସାଉଥ୍ ଷ୍ଟାର୍ମାନେ ଦୁଇ ବର୍ଷ ପୂର୍ବର ବିଜ୍ଞାପନ ପାରିଶ୍ରମିକ ମୂଲ୍ୟଠାରୁ ୮ ଗୁଣ ଅଧିକ ଦାବି କରୁଛନ୍ତି । ‘ପୁଷ୍ପା’ର ସଫଳତା ପରେ ଅଲ୍ଲୁ ଅନେକ ବଡ଼ ଜାତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍ର ଚେହେରା ହୋଇଛନ୍ତି । ନିକଟରେ ସେ ୬ ନୂଆ ବ୍ରାଣ୍ଡ୍ ସହ ଚୁକ୍ତି କରିଛନ୍ତି, ଯେଉଁଥିରେ କୋକା-କୋଲା, କେଏଫ୍ସି, ଜୋମାଟୋ ଓ ରେଡ୍ ବସ୍ ଭଳି ବଡ଼ ନାଁ ସାମିଲ । ଅଲ୍ଲୁ ଏବେ ହାଇଦ୍ରାବାଦରେ ‘ପୁଷ୍ପା’ର ୨ୟ ଭାଗର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆସନ୍ତା ବର୍ଷ ଅଗଷ୍ଟରେ ଏହା ମୁକ୍ତିଲାଭ କରିବ