WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଲ୍ଲୁ ଅର୍ଜୁନ୍‌ ହାସଲ କଲେ ବଡ ସଫଳତା, ଲଣ୍ଡନର ଏହି ମ୍ୟୁଜିୟମ୍‌ରେ ରଖାଯିବ ଅଭିନେତାଙ୍କ Wax statue

21/09/2023 at 12:48 PM

ମୁମ୍ଵାଇ ୨୧।୦୯: ଦେଶର ଅନ୍ୟତମ ତଥା ସବୁଠୁ ଡିମାଣ୍ଡିଂ ଆକ୍ଟର ଅଲ୍ଲୁ ଅର୍ଜୁନ । ନିକଟରେ ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌’ ପାଇଁ ଜାତୀୟ ଚଳଚ୍ଚିତ୍ର ସମ୍ମାନ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଦ୍ୱାରା ସମ୍ମାନିତ କରାଯାଇଛି । ହେଲେ ଏବେ ଲାଟେଷ୍ଟ ଖବର ହେଉଛି ଲଣ୍ଡନର ମାଡାମ୍‌ ତୁସାଦ ମ୍ୟୁଜିୟମ୍‌ରେ ଖୁବ୍‌ଶୀଘ୍ର ଅଲ୍ଲୁଙ୍କ ମହମ ପ୍ରତିମା ସ୍ଥାନ ପାଇବ । ଅଲ୍ଲୁ ସାଉଥ୍‌ର ୪ର୍ଥ ସୁପର୍‌ଷ୍ଟାର ହେବେ। ଯାହାଙ୍କ ମହମ ପ୍ରତିମା ତୁସାଦରେ ସ୍ଥାନ ପାଇବ । ଏ ନେଇ ପ୍ରସ୍ତୁତି ଜୋରଦାର ହୋଇଛି।

ତାଙ୍କ ପୂର୍ବରୁ ପ୍ରଭାସ, ମହେଶ ବାବୁ ଓ କାଜଲ ଅଗ୍ରୱାଲଙ୍କ ମହମ ପ୍ରତିମା ମ୍ୟୁଜିୟମ୍‌ରେ ସ୍ଥାନ ପାଇଛି । ପ୍ରଭାସ ପ୍ରଥମ ପାନ୍‌ ଇଣ୍ଡିଆ ଷ୍ଟାର୍‌ ଥିଲେ, ଯାହାଙ୍କ ପ୍ରତିମା ମାଡାମ୍‌ ତୁସାଦରେ ରଖାଯାଇଥିଲା। ଖୁବ୍‌ଶୀଘ୍ର ଫିଲ୍ମ ‘ପୁଷ୍ପା-୨’ର ସୁଟିଂରୁ ବ୍ରେକ୍‌ ନେଇ ଆଗାମି ଦୁଇ ଦିନ ମଧ୍ୟରେ ଅଲ୍ଲୁ ଲଣ୍ଡନ ଯିବେ । ସେଠାରେ ମହମ ପ୍ରତିମା ନିର୍ମାଣ ଲାଗି ତାଙ୍କର ମାପ ନିଆଯିବ ।

୨୦୨୪ ମସିହାରେ ତାଙ୍କ ପ୍ରତିମାର ଅନାବରଣ ହେବ । ମାଡାମ୍‌ ତୁସାଦ ମହମ ସଂଗ୍ରହାଳୟରେ ପୂର୍ବରୁ ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ଶାହରୁଖ ଖାନ୍‌, ଋତ୍ୱିକ ରୋଶନ୍‌, ପ୍ରିୟଙ୍କା ଚୋପ୍ରା, ସଲମାନ ଖାନ୍‌, ଦୀପିକା ପାଦୁକୋନ, କରୀନା କପୁରଙ୍କ ସମେତ ଅନେକ କଳାକାରଙ୍କ ପ୍ରତିମା ରହିଛି । ଏବେ ଅଲ୍ଲୁ ସେମାନଙ୍କ ସହିତ ଯୋଗ ଦେବେ ।

   Related Posts