ମୁମ୍ଵାଇ ୧୩।୦୪: ସାଉଥ୍ର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନ । ବର୍ତ୍ତମାନ ସେ ‘ପୁଷ୍ପା’ ୨ର ସୁଟିଂ ଶେଷ କରିବାରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ରିଲିଜ ହେବାର ଯୋଜନା ରହିଛି । ନିର୍ଦ୍ଦେଶକ ସୁକୁମାର ପ୍ରେକ୍ଷାଳୟରେ ଧମାକାଦାର ଅଭିଜ୍ଞତା ପାଇଁ ପ୍ରସ୍ତୁତ ହେଉଛନ୍ତି। କୁହାଯାଉଛି କି ନିର୍ମାତାମାନେ ଛଅ ମିନିଟ ଦୃଶ୍ୟର ସୁଟିଂ ପାଇଁ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ଦୃଶ୍ୟ ସମ୍ପୂର୍ଣ୍ଣ କରିବାକୁ ୩୦ ଦିନ ସମୟ ଲାଗିଛି ।
କହିବାକୁ ଗଲେ ‘ପୁଷ୍ପା ୨’ ର ବଜେଟ୍ ୫୦୦ କୋଟି ଟଙ୍କା ବୋଲି ମଧ୍ୟ ଖବର ଆସିଛି। ଏହି ଚଳଚ୍ଚିତ୍ରଟି ସାରା ବିଶ୍ଵରେ ସଂଗୀତ ଅଧିକାର ଏବଂ ହିନ୍ଦୀ ସାଟେଲାଇଟ ଅଧିକାରକୁ ଟି-ସିରିଜକୁ ୬୦ କୋଟିରେ ବିକ୍ରି କରିସାରିଛି। ଏହା ମଧ୍ୟ କୁହାଯାଉଛି ଯେ ଷ୍ଟାର ମା ତେଲୁଗୁ ସାଟେଲାଇଟ୍ ଅଧିକାର ମଧ୍ୟ କିଣିଛନ୍ତି। ହେଲେ ଏହାର ଅର୍ଥ ରାଶି ବିଷୟରେ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଖବର ଅଛି ଯେ ନେଟଫ୍ଲିକ୍ସ ୧୦୦ କୋଟି ଟଙ୍କା ଦେଇ ଡିଜିଟାଲ ଷ୍ଟ୍ରିମିଂର ରାଇଟ୍କୁ କିଣିଛି। ହେଲେ ଏଯାଏଁ ନିର୍ମାତାମାନେ ଏହା ଉପରେ କୌଣସି କନଫର୍ମେସନ୍ କରି ନାହାନ୍ତି ।
ଏହି ସପ୍ତାହ ପୂର୍ବରୁ, ପ୍ରଶଂସକମାନେ ପୁଷ୍ପା ୨ ର ପ୍ରଥମ ଟିଜର ଦେଖିବାକୁ ପାଇଥିଲେ। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଟିମ୍ ଅଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ପୁଷ୍ପା ୨ ର ପ୍ରଥମ ଟିଜର ମୁକ୍ତିଲାଭ କରିଥିଲେ। ଆଲୁ ଅର୍ଜୁନ X ରେ ଟିଜର ସେୟାର କରି ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ! ମୋର ହୃଦୟରୁ କୃତଜ୍ଞତାରେ ପରିପୂର୍ଣ୍ଣ । ଦୟାକରି ଏହି ଟିଜରକୁ ମୋର ଧନ୍ୟବାଦ କହିବାର ଉପାୟକୁ ଗ୍ରହଣ କର! ”ଖବର ଅନୁଯାୟୀ ପୁଷ୍ପା ୨ରେ ସଞ୍ଜୟ ଦତ୍ତ ମଧ୍ୟ ଏକ ବିଶେଷ ଭୂମିକା ଗ୍ରହଣ କରିବେ। ହେଲେ, ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଫିସିଲା ଘୋଷଣା କରି ନାହାନ୍ତି।