ଅଲ୍ଲୁ ଅର୍ଜୁନ୍‌ଙ୍କ ଗୋଟିଏ ସିନ୍‌ ପାଇଁ ଖର୍ଚ୍ଚ ହୋଇଛି ୫୦ କୋଟି, ୩୦ ମିନିଟ୍‌ର ସିକ୍ୟୁଏନ୍ସ ପାଇଁ ଲାଗିଲା ୩୫ ଦିନ

Published By : Prameya-News7 Bureau | March 01, 2024 IST

ମୁମ୍ଵାଇ ୦୧।୦୩: ଖୁବ୍‌ ଶୀଘ୍ର ପରଦାକୁ ଆସୁଛି ବହୁ ପ୍ରତିକ୍ଷୀତ ଫିଲ୍ମ ପୁଷ୍ପା-୨ । ଏହି ଫିଲ୍ମ ପାଇଁ ସମସ୍ତେ ଆଗ୍ରହ ସହ ଅପେକ୍ଷା କରିଛନ୍ତି । ପ୍ରଥମ ପାର୍ଟ  ଖୁବ୍‌ ଚର୍ଚ୍ଚା ସାଉଁଟିଥାଏ । ଏବେ ପାର୍ଟ-୨କୁ ନେଇ ବହୁ ଅପଡେଟ୍‌ ସାମ୍ନାକୁ ଆସୁଛି । ବର୍ତ୍ତମାନ ଫିଲ୍ମକୁ ନେଇ ନୂଆ ତଥ୍ୟ ଶୁଣିବାକୁ ମିଳିଛି । ଯାହା ଦର୍ଶକଙ୍କ ମନରେ ଆହୁରି ଉତ୍କଣ୍ଠା ଭରିଦେବ । ଫିଲ୍ମର ଗୋଟିଏ ସିନ ରହିଛି ଯାହାର ନାଁ ହେଉଛି ‘ଗଗନଥଲ୍ଲୀ ଜଥାରା ସିନ୍’ । ଏହି ସିନର ସୁଟିଂ ପୂରା ହୋଇଛି । କୁହାଯାଉଛି ଏହି ସିନ ପାଇଁ ଫିଲ୍ମ ନିର୍ମାତା ପୂରା ୫୦ କୋଟି ଟଙ୍କା ଖର୍ଚ୍ଚ କରି ଦେଇଛନ୍ତି । ଏହି ଗୀତ ହେଉଛି ଏକ ସିକ୍ୟୁଏନ୍ସ ଯେଉଁଥିରେ ଫାଇଟିଂ ରହିଛି । ୩୦ ମିନିଟର ସିନ ପାଇଁ ମୋଟ ୩୫ ଦିନ ସମୟ ଲାଗିଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୫୦ କୋଟି ଟଙ୍କା । ଏହାକୁ ଶୁଣିଲା ପରେ ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Pushpa 2 Movie Release Date 2024 Allu Arjun Sukumar Film: 500 करोड़ में बनी  अल्लू अर्जुन की पुष्पा 2, सिनेमाघरों में धमाल मचाने को तैयार, सामने आई  रिलीज डेट - Pushpa 2 release date announce allu arjun and sukumar film to  be out on independence day read ...

୨୦୨୧ରେ ପୁଷ୍ପା ଦ ରାଇଜ୍ ସୁକୁମାର ଦ୍ଵାରା ନିର୍ଦ୍ଦେଶିତ। ଯାହାକୁ ବିନା ପ୍ରମୋସନରେ ବ୍ଲକବଷ୍ଟର ହୋଇଥିଲା। ଫିଲ୍ମର ପ୍ରଥମ ପାର୍ଟରେ ୨୦୦ କୋଟି ଟଙ୍କାରେ ପ୍ରସ୍ତୁତ କରାଯାଇଥିଲା । ବର୍ତ୍ତମାନ ପୁଷ୍ପା-୨ର ସୁଟିଂ ଶେଷ ପର୍ଯ୍ୟାୟରେ ଅଛି । ଏହା ପ୍ରଥମ ଭାଗ ଟିକେ ବଡ ହେବ । ଯାହା ଦର୍ଶକଙ୍କୁ ମତୁଆଲା କରିବ। ଏହା ୧୫ ଅଗଷ୍ଟରେ ସିନେମା ଘରେ ମୁକ୍ତିଲାଭ କରିବ। ଏନେଇ ନିର୍ମାତା ଏକ ପୋଷ୍ଟର ସେୟାର କରିଛନ୍ତି। ଯେଉଁଥିରେ ଲେଖା ଅଛି, ପୁଷ୍ପା-୨,  ୨୦୦ ଦିନ ଭିତରେ ରିଲିଜ ହେବ ।

କହିବାକୁ ଗଲେ ସାରା ଦେଶରେ ପ୍ରଶଂସକମାନେ ଅଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ’ପୁଷ୍ପା ୨’ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ, ଫିଲ୍ମର ନିର୍ମାତା ଏହାର ସିକ୍ୱେଲର ରିଲିଜ୍ ଡେଟ୍‌ ଘୋଷଣା କରିଛନ୍ତି ଏବଂ ଏହି ଚଳଚ୍ଚିତ୍ର ଆଗାମୀ ୨୦୦ ଦିନ ମଧ୍ୟରେ ପ୍ରେକ୍ଷାଳୟକୁ ଆସିବ ବୋଲି ଜଣାପଡିଛି ।

wp:embed {"url":"https://www.prameyanews7.com/manisha-rani-wins-jhalak-dikhhla-jaa-11-trophy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/manisha-rani-wins-jhalak-dikhhla-jaa-11-trophy/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.