ରିଲିଜ୍ ପୂର୍ବରୁ ଅଡୁଆରେ ଅଲ୍ଲୁ ଅର୍ଜୁଙ୍କ ଫିଲ୍ମ ‘ପୁଷ୍ପା’, ଫିଲ୍ମ ନିର୍ମାତାଙ୍କ ବିରୋଧ ମାମଲା ରୁଜୁ

Published By : Prameya-News7 Bureau | December 15, 2021 IST

ନୂଆଦିଲ୍ଳୀ ୧୫।୧୨ : ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମୋଷ୍ଟ ୱାଣ୍ଟେଡ ଫିଲ୍ମ ‘ପୁଷ୍ପା-ଦ ରାଇଜ’ ଆସନ୍ତା ୧୭ ତାରିଖରେ ରିଲିଜ୍ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ମିଳିଥିବା ଖବରରୁ ଜଣାପଡିଛି ମେକର୍ସଙ୍କ ବିରୋଧରେ ଅଭିଯୋଗ ହୋଇଛି । କୁହାଯାଇଛି କି ମେକର୍ସଙ୍କ ଯୋଗୁ ଲୋକଙ୍କ ଜୀବନ ବିପଦକୁ ଯାଉଛି । ଜନ ସାଧାରଣ ବି କହିଛନ୍ତି ଫିଲ୍ମ ରିଲିଜ୍ ହେଲେ ଅସୁବିଧା ଉପୁଜିପାରେ ।

wp:html
/wp:html

ସୂଚନାଯୋଗ୍ୟ, ରବିବାର ଫିଲ୍ମର ପ୍ରି-ରିଲିଜ୍ କାର୍ଯ୍ୟକ୍ରମ ପାଇଁ ନିର୍ମାତା କେବଳ ୫ହଜାର ଲୋକଙ୍କୁ ଅନୁମତି ଦେଇଥିଲେ । ହେଲେ ପୋଲିସ ଅଭିଯୋଗ କରିଛି କି ମେକର୍ସ ପ୍ରି-ରିଲିଜ କାର୍ଯ୍ୟକ୍ରମ ପାଇଁ ୧୫ ହଜାରରୁ ଅଧିକ ପାସ୍ ବାଣ୍ଟିଥିଲେ । ଏହାଦ୍ୱାରା କରୋନା ନିୟମର ଖୋଲା ଖୋଲି ଉଲ୍ଲଂଘନ ହୋଇଥିବା ଅଭିଯୋଗ କରାଯାଇଛି । ଏଥିପାଇଁ ମେକର୍ସଙ୍କ ନାମରେ ଅଭିଯୋଗ ହୋଇଛି । ତେଣୁ କୁହାଯାଇଛି କି ମେକର୍ସଙ୍କ ପାଇଁ ସାଧାରଣ ଲୋକଙ୍କ ଜୀବନ ବିପଦକୁ ଯାଉଛି । ଆଗକୁ ଫିଲ୍ମ ରିଲିଜ୍ ହେଲେ ଏହି ଅସୁବିଧା ଦେଖାଯିବା ସହ କରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.