ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଅଲ୍ଲୁ ଅର୍ଜୁନ୍‌ଙ୍କ ’ଅଲା ବୈକୁଣ୍ଠପୁରାମୁଲୋ’ର ହିନ୍ଦୀ ଡବ୍‌ ଭର୍ସନ ହେବ ରିଲିଜ୍‌, ଜାଣନ୍ତୁ କେବେ ଓ କେଉଁଠି

1/02/2023 at 8:35 AM

ମୁମ୍ଵାଇ ୦୧।୦୨: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ଆଲାବୈକୁଣ୍ଠପୁରମ୍‌ । ଏହି ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗି ଏକ ସୁପର-ଡୁପର ହିଟ୍ ବୋଲି ପ୍ରମାଣିତ ହୋଇଥିଲା । ବର୍ତ୍ତମାନ ଫିଲ୍ମକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ବାସ୍ତବରେ ‘ଆଲାବୈକୁଣ୍ଠପୁରମ’ର ହିନ୍ଦୀ ଡବ୍‌ ଭର୍ସନ ୟୁଟ୍ୟୁବରେ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ ।

ଦର୍ଶକମାନେ ୟୁଟ୍ୟୁବରେ ମାଗଣାରେ ଏହି ଫିଲ୍ମର ହିନ୍ଦୀ ଭର୍ସନ ଦେଖିପାରିବେ। ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଶେହଜାଦା’ ହେଉଛି ୨୦୨୦ ତେଲୁଗୁ ବ୍ଲକବଷ୍ଟର ‘ଆଲା ବୈକୁଣ୍ଠପୁରମ୍‌ର ଅଫିସିଆଲ୍ ରିମେକ୍ । ‘ଶେହଜାଦା’ ଫେବୃଆରୀ ୧୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।କହିବାକୁ ଗଲେ ଅଲୁ ଅର୍ଜୁନ ଷ୍ଟାର ଫିଲ୍ମର ମେନ୍‌ ଭର୍ସନ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ​​। ଶାହାଜାଦାଙ୍କ ପାଇଁ ଫ୍ୟାନମାନେ ଆଶା କରୁଛନ୍ତି ଆକାଶଛୁଆଁ ହୋଇପାରେ।

ହିନ୍ଦୀ ଭର୍ସନରେ ଅଲୁ ଅର୍ଜୁନଙ୍କ ଆଲା ବୈକୁଣ୍ଠପୁରମ ଫେବୃଆରୀ ୨ ଗୁରୁବାର ଦିନ ୟୁଟ୍ୟୁବରେ ମୁକ୍ତିଲାଭ କରିବ। ହିନ୍ଦୀ ଡବଡ୍ ଗୋଲ୍ଡମାଇନ୍ସ ଟେଲିଫିଲ୍ସ ୟୁଟ୍ୟୁବ୍ ଚ୍ୟାନେଲରେ ମାଗଣାରେ ଉପଲବ୍ଧ ହେବ । ଆଜ୍ଞା ହଁ, ଗୋଲ୍ଡମାଇନ୍ସର ଫେସବୁକ୍ ପେଜରେ ଦର୍ଶକଙ୍କ ପାଇଁ ପୁରା ଫିଲ୍ମ ଉପଲବ୍ଧ ହେବ । ଗୋଲ୍ଡମାଇନ୍ସର ମନୀଷ ଶାହା ଜାନୁୟାରୀ ୨୦୨୨ରେ ହିନ୍ଦୀ ଡବଡ୍ ଭର୍ସସନ ରିଲିଜ୍‌ କରିବାକୁ ଯୋଜନା କରିଥିଲେ । କିନ୍ତୁ ପରେ ଏହାକୁ ବାତିଲ୍‌ କରି ଦିଆଯାଇଥିଲା । କହିବାକୁଗଲେ ଶେହଜାଦା ଫେବୃଆରୀ ୧୦ରେ ରିଲିଜ୍ ହେବାକୁ ଯାଉଥିଲା, କିନ୍ତୁ ବର୍ତ୍ତମାନ ଏହା ଫେବୃଆରୀ ୧୭, ୨୦୨୩ ରେ ମୁକ୍ତିଲାଭ କରିବ ।

   Related Posts